‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ନୂଆଦିଲ୍ଲୀ: ଟାଇମ ମ୍ୟାଗାଜିନ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଥିବା ଦିଲ୍ଲୀ ଶାହୀନ ବାଗର ବିଲକିସ ଦାଦି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ମୋ ପୁଅ। ଯଦି ସେ ମୋତେ ନିମନ୍ତ୍ରଣ କରିବେ, ତା’ହେଲେ ମୁଁ ତାଙ୍କୁ ଭେଟିବି ଓ ବହୁତ ଖୁସି ଅନୁଭବ କରିବି ବୋଲି ଦାଦି କହିଛନ୍ତି। ୮୨ ବର୍ଷୀୟ ବିଲକିସ ଦାଦି କେନ୍ଦ୍ର ସରକାର ଆଣିଥିବା ନାଗରିକତା […]

fd

fd

Hemant Lenka
  • Published: Friday, 25 September 2020
  • Updated: 25 September 2020, 06:48 PM IST

ନୂଆଦିଲ୍ଲୀ: ଟାଇମ ମ୍ୟାଗାଜିନ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଥିବା ଦିଲ୍ଲୀ ଶାହୀନ ବାଗର ବିଲକିସ ଦାଦି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ମୋ ପୁଅ। ଯଦି ସେ ମୋତେ ନିମନ୍ତ୍ରଣ କରିବେ, ତା’ହେଲେ ମୁଁ ତାଙ୍କୁ ଭେଟିବି ଓ ବହୁତ ଖୁସି ଅନୁଭବ କରିବି ବୋଲି ଦାଦି କହିଛନ୍ତି।

୮୨ ବର୍ଷୀୟ ବିଲକିସ ଦାଦି କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଶାହୀନ ବାଗରେ ଆନ୍ଦୋଳନ କରିଥିଲେ। ଶାହୀନ ବାଗ ଆନ୍ଦୋଳନର ସେ ମୁଖ୍ୟ ଚେହେରା ମଧ୍ୟ ପାଲଟି ଯାଇଥିଲେ। ଏହି କାରଣରୁ ଟାଇମ ମ୍ୟାଗାଜିନ ତାଙ୍କୁ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ମଧ୍ୟ ସାମିଲ କରିଛି।

ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରହିଥିଲେ। ଗତବର୍ଷ ଶେଷ ଭାଗରେ ସିଏଏ ବିରୋଧରେ ଶାହୀନ ବାଗରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। କରୋନା ପାଇଁ ମାର୍ଚ୍ଚ ମାସରେ ଆନ୍ଦୋଳନକାରୀ ସ୍ଥାନ ଛାଡ଼ିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେ।

ଆନ୍ଦୋଳନ ସମୟର ସଂଘର୍ଷ ସମ୍ପର୍କରେ ଦାଦି କହିଛନ୍ତି, ଆମେ ପ୍ରବଳ ବର୍ଷା ସହ ଥଣ୍ଡାରେ ଆନ୍ଦୋଳନ କରିଥିଲୁ। ଆମ ଶିକ୍ଷାର୍ଥୀଙ୍କୁ ଜାମିଆରେ ମାଡ଼ ମରାଗଲା ବେଳେ ବି ଆମେ ଆନ୍ଦୋଳନ ଚଳାଇଥିଲୁ। ଆମ ସାମ୍ନାରେ ଗୁଳି ଚାଳିଲା। ହେଲେ ଆମକୁ କିଛି ବି ଭୟଭୀତ କରିପାରି ନଥିଲା ବୋଲି ସେ କହିଛନ୍ତି।

କ’ଣ ନିମନ୍ତ୍ରଣ ମିଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ବୋଲି ପ୍ରଶ୍ନର ଉତ୍ତର ଦେଇ ଦାଦି କହିଛନ୍ତି, “କାହିଁକି ନୁହେଁ? ମୁଁ ନିମନ୍ତ୍ରଣ ମିଳିଲେ ନିଶ୍ଚିତ ଯିବି। ଏଥିରେ ଭୟ କରିବାର କ’ଣ ଅଛି? ମୋଦିଜୀ ହେଉଛନ୍ତି ମୋ ପୁଅ ଭଳି। ମୁଁ ତାଙ୍କ ମା’ଙ୍କ ଭଳି। ଅବଶ୍ୟ ମୁଁ ତାଙ୍କୁ ଜନ୍ମ ଦେଇନାହିଁ।

ହେଲେ ମୋର ଜଣେ ଭଉଣୀ ତ ତାଙ୍କୁ ଜନ୍ମ ଦେଇଛନ୍ତି ନା। ତେଣୁ ସେ ମୋ ସନ୍ତାନ। ଟାଇମ ମ୍ୟାଗାଜିନରେ ମୋଦି ସ୍ଥାନ ପାଇଥିବାରୁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ଏବେ ଆମର ପ୍ରଥମ ଲଢ଼େଇ କରୋନା ଭାଇରସ ବିରୋଧରେ। ଏହି ରୋଗ ସମଗ୍ର ବିଶ୍ୱରୁ ମୂଳପୋଛ ହେବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos