ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ଟେଲିଫୋନ ଯୋଗେ ୩୦ ମିନିଟ୍‌ରୁ ଅଧିକ ସମୟ କଥା ହୋଇଛନ୍ତି। ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବିକାଶ ସମ୍ପର୍କରେ କଥା ହୋଇଛନ୍ତି। ଏହି ସମୟରେ ପାକିସ୍ତାନ କେମିତି ଭାରତରେ ବିଶୃଙ୍ଖଳା କରିବାକୁ […]

ss

ss

Hemant Lenka
  • Published: Monday, 19 August 2019
  • Updated: 19 August 2019, 09:54 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଉଭୟ ଟେଲିଫୋନ ଯୋଗେ ୩୦ ମିନିଟ୍‌ରୁ ଅଧିକ ସମୟ କଥା ହୋଇଛନ୍ତି। ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବିକାଶ ସମ୍ପର୍କରେ କଥା ହୋଇଛନ୍ତି। ଏହି ସମୟରେ ପାକିସ୍ତାନ କେମିତି ଭାରତରେ ବିଶୃଙ୍ଖଳା କରିବାକୁ ଚେଷ୍ଟା କରୁଛି ସେକଥା ମଧ୍ୟ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣାଇଛନ୍ତି।

ପାକିସ୍ତାନ ୱାଜିର-ଏ-ଆଜମ ଇମ୍ରାନ ଖାନ୍‌ଙ୍କ ନାଁ ନ ନେଇ ମୋଦି କହିଛନ୍ତି, “କିଛି ଦେଶର ନେତା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚାଲିଛନ୍ତି। ସେମାନେ ଏଭଳି ମନ୍ତବ୍ୟ ଦେଇ ଭାରତରେ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି। ହେଲେ ସେମାନେ ମନେ ରଖିବା ଦରକାର ଯେତେ ଚେଷ୍ଟା କଲେ ସୁଦ୍ଧା ଭାରତରେ ଶାନ୍ତିଭଙ୍ଗ କରିପାରିବେ ନାହିଁ। ସୀମା ପାର ଆତଙ୍କବାଦ ବନ୍ଦ ହେଲେ ଯାଇ ଶାନ୍ତି ପ୍ରତିଷ୍ଠା ହୋଇପାରିବ।”

ପାକିସ୍ତାନ ଓ ଚାଇନା ମିଳିତ ଭାବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଜାତିସଂଘର ଦ୍ୱାରସ୍ଥ ହୋଇଥିଲେ। ଏହି ଚାଲ ଫେଲ ମାରିବା ପରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱାରସ୍ଥ ହୋଇଛି। ଏହି ସବୁ ଭିତରେ ମୋଦି ଓ ଟ୍ରମ୍ପଙ୍କ ଆଲୋଚନା ପୂରା ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି।

ମୋଦି ଓ ଟ୍ରମ୍ପଙ୍କ ଟେଲିଫୋନ୍‌ କଥାବାର୍ତ୍ତା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କଥା ମଧ୍ୟ ଉଠିଛି। ମୋଦି କହିଛନ୍ତି, “ଭାରତର ବାଣିଜ୍ୟ ମନ୍ତ୍ରୀ ଓ ଆମେରିକାର ଶିଳ୍ପ ପ୍ରତିନିଧି ଯଥାଶୀଘ୍ର ବୈଠକ ପାଇଁ ତାରିଖ ଧାର୍ଯ୍ୟ କରିବା ଦରକାର। ଏହା ଦ୍ୱାରା ଉଭୟ ଦେଶର ଲାଭ ହେବ। ଦାରିଦ୍ର୍ୟ, ନିରକ୍ଷରତା ଓ ବ୍ୟାଧିର ନିରାକରଣ ପାଇଁ ଭାରତ ସର୍ବଦା କାର୍ଯ୍ୟରତ। ଏହି ଚିନ୍ତାଧାରା ରଖିଥିବା ରାଷ୍ଟ୍ର ସହ ଭାରତ ସର୍ବଦା କାର୍ଯ୍ୟ କରିବାକୁ ପସନ୍ଦ କରିବ।”

ଉଭୟ ନେତା ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos