'ଫୋନି' ପାଇଁ ସଜାଗ ରହିବାକୁ ମୋଦିଙ୍କ ପରାମର୍ଶ, କ୍ୟାବିନେଟ୍‌ ସଚିବଙ୍କ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଡ଼େ ମୁହାଁଉଥିବା ସାମୁଦ୍ରିକ ଝଡ଼୍‌ ‘ଫୋନି’କୁ ନେଇ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଫୋନି ପାଇଁ ସମସ୍ତେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମ୍ଭାବ୍ୟ ‘ଫୋନି’ମହାବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋଦି […]

m

m

Hemant Lenka
  • Published: Monday, 29 April 2019
  • Updated: 29 April 2019, 06:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଡ଼େ ମୁହାଁଉଥିବା ସାମୁଦ୍ରିକ ଝଡ଼୍‌ ‘ଫୋନି’କୁ ନେଇ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଫୋନି ପାଇଁ ସମସ୍ତେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସମ୍ଭାବ୍ୟ ‘ଫୋନି’ମହାବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ବାତ୍ୟା ‘ଫୋନି’କୁ ନେଇ ସେ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ସେମାନଙ୍କୁ ଯଥାସମ୍ଭବ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ‘ସାମୁଦ୍ରିକ ଝଡ଼ 'ଫୋନି’ ସ୍ଥଳଭାଗ ନିକଟବର୍ତ୍ତୀ ହେବା ସହ ଆମ ରାଜ୍ୟ ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ସେ ଟେଲିଫୋନ ମାଧ୍ୟମରେ ଅଫିସରମାନଙ୍କ ସହ ଆଲୋଚନା କରିଥିଲେ। କ୍ୟାବିନେଟ୍ ସଚିବ ପିକେ ସିହ୍ନା, ଆଇଏମଡି ଆଞ୍ଚଳିକ ମୁଖ୍ୟ ଏଚଆର ବିଶ୍ୱାସ ଓ ଏନଡିଆରଏଫ ଡିଆଇଜି କେକେ ସିହ୍ନାଙ୍କ ସହିତ କଥାବାର୍ତ୍ତା ହୋଇ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବର ମୁକାବିଲା ଓ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରିଥିଲେ।

ଆଜି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସାମୁଦ୍ରିକ ଝଡ଼ ଫୋନିର ମୁକାବିଲାର ସମୀକ୍ଷା କରାଯାଇଛି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ। ଫୋନି ପାଇଁ ସମସ୍ତେ ପ୍ରସ୍ତୁତ ବୋଲି ସେମାନେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏହାର ଆକଳନ ପାଇଁ ସମସ୍ତ ସମ୍ପୃକ୍ତ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଏଜେନ୍ସିଗୁଡ଼ିକ ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ବୈଠକ କରିବା ପାଇଁ କ୍ୟାବିନେଟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏନ୍‌ଡିଆରଏଫ ଓ ଭାରତୀୟ ତଟରକ୍ଷୀ ବାହିନୀକୁ ସତର୍କ କରାଯାଇଛି ଏବଂ ସେମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ସମ୍ପୃକ୍ତ ରାଜ୍ୟମାନଙ୍କୁ ଆଇଏମଡି ୩ ଘଣ୍ଟିଆ ବୁଲେଟିନ୍‌ ମାଧ୍ୟମରେ ପାଣିପାଗ ସୂଚନା ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story