ଟ୍ରାକ୍‌ରେ ଦୌଡ଼ିଲା ପ୍ରଥମ ଚାଳକ ବିହୀନ ଟ୍ରେନ୍‌

ନୂଆଦିଲ୍ଲୀ: ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି ବିନା ଡ୍ରାଇଭରରେ ଟ୍ରେନ୍‌ ସେବା। ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ରେ ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ ସେବାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ କରିଛନ୍ତି। ଏଥିସହ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଏୟାରପୋର୍ଟ ଏକ୍ସପ୍ରେସ ଲାଇନ୍‌ରେ ନ୍ୟାଶନାଲ କମନ ମୋବିଲିଟି କାର୍ଡ ସେବାକୁ ମଧ୍ୟ ଆରମ୍ଭ କରିଛନ୍ତି। ମୋଦି କହିଛନ୍ତି, ଭାରତ କେତେ ଶୀଘ୍ର ସ୍ମାର୍ଟ ସିଷ୍ଟମ ଆଡ଼କୁ ବଢ଼ୁଛି, ତାହା ଦେଶର ପ୍ରଥମ […]

e

e

Hemant Lenka
  • Published: Monday, 28 December 2020
  • Updated: 28 December 2020, 05:55 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି ବିନା ଡ୍ରାଇଭରରେ ଟ୍ରେନ୍‌ ସେବା। ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ରେ ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ ସେବାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ କରିଛନ୍ତି। ଏଥିସହ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଏୟାରପୋର୍ଟ ଏକ୍ସପ୍ରେସ ଲାଇନ୍‌ରେ ନ୍ୟାଶନାଲ କମନ ମୋବିଲିଟି କାର୍ଡ ସେବାକୁ ମଧ୍ୟ ଆରମ୍ଭ କରିଛନ୍ତି।

ମୋଦି କହିଛନ୍ତି, ଭାରତ କେତେ ଶୀଘ୍ର ସ୍ମାର୍ଟ ସିଷ୍ଟମ ଆଡ଼କୁ ବଢ଼ୁଛି, ତାହା ଦେଶର ପ୍ରଥମ ଚାଳନ ବିହୀନ ଟ୍ରେନ୍‌ ସେବା ଆରମ୍ଭରୁ ସ୍ପଷ୍ଟ ହୋଇଛି। ଅଟଳଜୀଙ୍କ ଉଦ୍ୟମ ଯୋଗୁ ଦେଶରେ ପ୍ରଥମ ମେଟ୍ରୋ ସେବା ଆରମ୍ଭ ହୋଇଥିଲା। ୨୦୧୪ରେ ଆମ ସରକାର ଯେତେବେଳେ କ୍ଷମତାକୁ ଆସିଲା ସେତେବେଳେ ଦେଶର ୫ଟି ସହରରେ ମେଟ୍ରୋ ବ୍ୟବସ୍ଥା ରହିଥିଲା। କିନ୍ତୁ ଏବେ ୧୮ଟି ସହରରେ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଛି। ୨୦୨୫ ସୁଦ୍ଧା ଏହି ସଂଖ୍ୟା ୨୫ରେ ପହଞ୍ଚି ସାରିଥିବ ବୋଲି ମୋଦି କହିଛନ୍ତି।

ମେକ ଇନ୍‌ ଇଣ୍ଡିଆ ଅଭିଯାନ ସମ୍ପର୍କରେ ସେ କହିଛନ୍ତି, ମେଟ୍ରୋ ସେବାର ଦ୍ରୁତ ବୃଦ୍ଧି ପାଇଁ ମେକ ଇନ୍‌ ଇଣ୍ଡିଆର ଯଥେଷ୍ଟ ଗୁରୁତ୍ୱ ରହିଛି। ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଖର୍ଚ୍ଚ ପରିମାଣ ହ୍ରାସ ପାଉଛି, ବିଦେଶୀ ଫଣ୍ଡିଂ ସଞ୍ଚୟ ହୋଇପାରୁଛି ଓ ଭାରତୀୟଙ୍କୁ ଅଧିକ ନିଯୁକ୍ତ ମଧ୍ୟ ମିଳିପାରୁଛି ବୋଲି ସେ କହିଛନ୍ତି।

ଆଜି ଟ୍ରାକ୍‌ରେ ଦୌଡ଼ିଥିବା ପ୍ରଥମ ଚାଳନ ବିହୀନ ମେଟ୍ରୋ ଟ୍ରେନ ସଂପୂର୍ଣ୍ଣ ସ୍ୱଂୟଚାଳିତ। ଏହାଦ୍ୱାରା ମାନବ ତ୍ରୁଟିକୁ ରୋକା ଯାଇପାରିବ ବୋଲି ସରକାର କହିଛନ୍ତି। ମଜେଣ୍ଟା ଲାଇନ ଅର୍ଥାତ ଜନକିପୁରା ପଶ୍ଚିମରୁ ବୋଟାନିକାଲ ଗାର୍ଡେନ ମଧ୍ୟରେ ଥିବେ ୩୭ କିମି ରାସ୍ତା ମଧ୍ୟରେ ଏହି ସେବା ଆରମ୍ଭ କରାଯାଇଛି। ୨୦୨୧ ମଧ୍ୟଭାଗ ସୁଦ୍ଧା ପିଙ୍କ ଲାଇନ ଅର୍ଥାତ ମଜଲିସ ପାର୍କରୁ ଶିବ ବିହାର ୫୭ କିମି ମେଟ୍ରୋ ଲାଇନରେ ମଧ୍ୟ ଚାଳନ ବିହୀନ ଟ୍ରେନ ଗଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos