ରାଞ୍ଚିରେ ଅନ୍ତର୍ଜାତୀୟ ଯୋଗ ଦିବସ, ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ

ରାଞ୍ଚି: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାଞ୍ଚିଠାରେ ଏକ ବିଶାଳ ଯୋଗ ପ୍ରଦର୍ଶନ ଶିବିରର ଆୟୋଜନ କରାଯାଇଥିଲା। ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ଯୋଗ ପ୍ରଦର୍ଶନ ଶିବିର ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ “ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ।” ଏହି ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ […]

Untitled-1

Hemant Lenka
  • Published: Friday, 21 June 2019
  • , Updated: 21 June 2019, 04:30 PM IST

ରାଞ୍ଚି: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାଞ୍ଚିଠାରେ ଏକ ବିଶାଳ ଯୋଗ ପ୍ରଦର୍ଶନ ଶିବିରର ଆୟୋଜନ କରାଯାଇଥିଲା। ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ଯୋଗ ପ୍ରଦର୍ଶନ ଶିବିର ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ “ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ।” ଏହି ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଯୋଗର ବାର୍ତ୍ତାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ସାମାଜିକ ଗଣମାଧ୍ୟମ ସହଯୋଗୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, “ବର୍ତ୍ତମାନ ଆଧୁନିକ ଯୋଗର ବାର୍ତ୍ତା ସହରରୁ ଗାଁକୁ ଏବଂ ଗରିବ ଓ ଆଦିବାସୀଙ୍କ ଘରେ ପହଞ୍ଚିବା ଦରକାର। 'ଯୋଗ' ଗରିବ ଏବଂ ଆଦିବାସୀଙ୍କ ଜୀବନର ଅଂଶବିଶେଷ ହେବା ଆବଶ୍ୟକ, କାରଣ ଅସୁସ୍ଥତା ହିଁ ସେମାନଙ୍କ ଆର୍ଥିକ ବ୍ୟବସ୍ଥାକୁ ଦୋହଲାଇ ଦେଉଛି। ସର୍ବଦା ସୁସ୍ଥ ଓ ନିରୋଗ ରହିବା ଆମର ଲକ୍ଷ୍ୟ ହେବା ଉଚିତ। 'ଯୋଗ' ଆମକୁ ଏହି ଶକ୍ତି ଦେଇଥାଏ।

ଯୋଗ ହେଉଛି ପ୍ରାଚୀନ ଭାରତୀୟ ଦର୍ଶନର ବିଚାର। ବୟସ, ବର୍ଣ୍ଣ, ଜାତି, ସମ୍ପ୍ରଦାୟ, ପନ୍ଥା, ବିଚାର, ଧନୀ ଓ ଗରିବ, ଦେଶ ଏବଂ ସୀମାର ବାଧକ ଠାରୁ ଉପରେ ରହିଛି 'ଯୋଗ'। ଆଜି, ଡ୍ରଇଂ ରୁମରୁ ବେଡ୍ ରୁମ ପର୍ଯ୍ୟନ୍ତ, ପାର୍କରୁ କ୍ରୀଡ଼ା କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏବଂ ରାସ୍ତାକଡ଼ରୁ ଆରୋଗ୍ୟ କେନ୍ଦ୍ର ପର୍ଯ୍ୟନ୍ତ, ସବୁଠି 'ଯୋଗ' ଲୋକମାନଙ୍କ କଳ୍ପନାଶକ୍ତିକୁ ପ୍ରଭାବିତ କରିଛି। 'ଯୋଗ' ଉଭୟ ପ୍ରାଚୀନ ଏବଂ ଆଧୁନିକ। ଏହା ସ୍ଥିର ଏବଂ ପରିବର୍ତ୍ତନଶୀଳ। ସୁସ୍ଥ ଶରୀର, ସ୍ଥିର ମସ୍ତିଷ୍କ, ଏକତାର ଭାବନା 'ଯୋଗ' ସହ ଜଡ଼ିତ ରହିଛି। 'ଯୋଗ' ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ଶ୍ରେଷ୍ଠ ସମାହାର।” ଏହାପରେ ହଜାର ହଜାର ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯୋଗାଭ୍ୟାସ କରିଥିଲେ।

Related story