ବଜେଟ ଅଧିବେଶନରେ କ’ଣ ରହିବ ଏଜେଣ୍ଡା? ୩୦ରେ ସର୍ବଦଳୀୟ ବୈଠକ କରିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ କେନ୍ଦ୍ର ସରକାର ୨୦୨୧-୨୨ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହାପୂର୍ବରୁ ଜାନୁଆରୀ ୨୯ରେ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧନ କରିବେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଜାନୁଆରୀ ୩୦ରେ ବଜେଟ ଅଧିବେଶନର ଏଜେଣ୍ଡା କ’ଣ ରହିବ, ସେ ବିଷୟରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସଂସଦୀୟ […]

fg

fg

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 05:53 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ କେନ୍ଦ୍ର ସରକାର ୨୦୨୧-୨୨ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହାପୂର୍ବରୁ ଜାନୁଆରୀ ୨୯ରେ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧନ କରିବେ।

ଏହାର ଗୋଟିଏ ଦିନ ପରେ ଅର୍ଥାତ ଜାନୁଆରୀ ୩୦ରେ ବଜେଟ ଅଧିବେଶନର ଏଜେଣ୍ଡା କ’ଣ ରହିବ, ସେ ବିଷୟରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି, ସର୍ବଦଳୀୟ ବୈଠକ ପାଇଁ ଗୃହର ସମସ୍ତ ଦଳର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି।

ଏହି ବୈଠକ ବେଳେ କେନ୍ଦ୍ର ସରକାର ବଜେଟ ଅଧିବେଶନ ସଂକ୍ରାନ୍ତ ବିଷୟବସ୍ତୁ ବିରୋଧୀ ଦଳର ସଦସ୍ୟଙ୍କ ଆଗରେ ଉପସ୍ଥାପନ କରିବେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ସେମାନଙ୍କ ପ୍ରସ୍ତାବ ସରକାରଙ୍କ ଆଗରେ କହିବେ। କରୋନା ମହାମାରୀ ଯୋଗୁ ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ମଙ୍ଗଳବାର ଲୋକସଭା ବାଚସ୍ପତି ଓମ ବିର୍ଲା କହିଥିଲେ ଯେ କରୋନା କଟକଣା ମଧ୍ୟରେ ଗୃହ କାର୍ଯ୍ୟ ହେବ ଓ ସାମାଜିକ ଦୂରତା ନିୟମକୁ କଠୋର ଭାବେ ପାଳନ କରାଯିବ। ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କର କରୋନା ଟେଷ୍ଟ କରାଯିବ।

ଚଳିତ ବର୍ଷ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବୃଆରୀ ୨୫ ଯାଏ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ ୮ ଯାଏ ଚାଲିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

ମୌସୁମୀ ଅଧିବେଶନ ବେଳେ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା। ହେଲେ ବଜେଟ ଅଧିବେଶନରେ ଏଥିପାଇଁ ଅନୁମତି ମିଳିବ। ସମସ୍ତ ସଦସ୍ୟ ଧାର୍ଯ୍ୟ ହୋଇଥିବା ଏକ ଘଣ୍ଟାର ସମୟ ମଧ୍ୟରେ ବିଭିନ୍ନ ପ୍ରଶ୍ନ ପଚାରି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story