ଅଯୋଧ୍ୟରେ ଭୂମି ପୂଜନ ପାଇଁ ୧୧.୧୫ରେ ପହଞ୍ଚିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୧.୧୫ରେ ସେଠାରେ ପହଞ୍ଚିବେ। ଏହାପରେ ସେଠାରେ ମୋଦିଙ୍କ ହାତରେ ଦିନ ୧୨.୩୦ରେ ଭୂମି ପୂଜନ କରାଯିବା ସହ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯିବ। ଏହାପରେ ଦିନ ପ୍ରାୟ ୨ଟା ବେଳକୁ ମୋଦି ଦିଲ୍ଲୀ ଫେରିବେ। ଅଯୋଧ୍ୟା ଗସ୍ତରେ ଆସି ମୋଦି ପ୍ରଥମେ ହନୁମାନଗ୍ରହୀ ପରିଦର୍ଶନ କରିବେ। ସେଠାରେ ରାମ ମନ୍ଦିର ନିର୍ମାଣ […]

modi

modi

Hemant Lenka
  • Published: Friday, 31 July 2020
  • Updated: 31 July 2020, 06:25 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୧.୧୫ରେ ସେଠାରେ ପହଞ୍ଚିବେ। ଏହାପରେ ସେଠାରେ ମୋଦିଙ୍କ ହାତରେ ଦିନ ୧୨.୩୦ରେ ଭୂମି ପୂଜନ କରାଯିବା ସହ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯିବ।

ଏହାପରେ ଦିନ ପ୍ରାୟ ୨ଟା ବେଳକୁ ମୋଦି ଦିଲ୍ଲୀ ଫେରିବେ। ଅଯୋଧ୍ୟା ଗସ୍ତରେ ଆସି ମୋଦି ପ୍ରଥମେ ହନୁମାନଗ୍ରହୀ ପରିଦର୍ଶନ କରିବେ। ସେଠାରେ ରାମ ମନ୍ଦିର ନିର୍ମାଣ ସ୍ଥଳକୁ ଯିବେ। କାର୍ଯ୍ୟକ୍ରମ ବେଳେ ୫ଜଣ ବ୍ୟକ୍ତିଙ୍କୁ ଷ୍ଟେଜ ଉପରେ ରହିବାକୁ ଅନୁମତି ମିଳିବ।

ମୋଦିଙ୍କ ବ୍ୟତୀତ ଷ୍ଟେଜ ଉପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନିର୍ତ୍ୟ ଗୋପାଲ ଦାସ ଉପସ୍ଥିତ ରହିବେ।

ଅନ୍ୟପକ୍ଷରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ ଜୋରସୋରରେ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos