୮ ହଜାର କୋଟିର ଆଗ୍ରା ମେଟ୍ରୋ କାମର ଉଦଘାଟନ କରିବେ ମୋଦି

ଆଗ୍ରା: ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରା ମେଟ୍ରୋର ନିର୍ମାଣ କାମର ଉଦଘାଟନ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୧.୩୦ରେ ମୋଦି ଏହାର ଉଦଘାଟନ କରିବେ। ଦୁଇଟି କରିଡର ବିଶିଷ୍ଟ ଏହି ମେଟ୍ରୋ ସେବା ତାଜ ମହଲ, ଆଗ୍ରା ଫୋର୍ଟ, ସିକନ୍ଦ୍ରା ରେଳବାଇ ଷ୍ଟେସନ ଓ ବସ୍‌ ଷ୍ଟାଣ୍ଡକୁ ସଂଯୋଗ କରିବ। ଆଗ୍ରାର ୧୫ ବାଟାଲିୟନ ପିଏସ ପରେଡ ଗ୍ରାଉଣ୍ତରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ […]

ft

ft

Hemant Lenka
  • Published: Saturday, 05 December 2020
  • Updated: 05 December 2020, 09:14 PM IST

Sports

Latest News

ଆଗ୍ରା: ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରା ମେଟ୍ରୋର ନିର୍ମାଣ କାମର ଉଦଘାଟନ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୧.୩୦ରେ ମୋଦି ଏହାର ଉଦଘାଟନ କରିବେ। ଦୁଇଟି କରିଡର ବିଶିଷ୍ଟ ଏହି ମେଟ୍ରୋ ସେବା ତାଜ ମହଲ, ଆଗ୍ରା ଫୋର୍ଟ, ସିକନ୍ଦ୍ରା ରେଳବାଇ ଷ୍ଟେସନ ଓ ବସ୍‌ ଷ୍ଟାଣ୍ଡକୁ ସଂଯୋଗ କରିବ।

ଆଗ୍ରାର ୧୫ ବାଟାଲିୟନ ପିଏସ ପରେଡ ଗ୍ରାଉଣ୍ତରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହେବେ। ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ ପ୍ରାୟ ୨୯.୪ କିମି ଅଞ୍ଚଳକୁ କଭର କରିବ। ୟୁପି ମେଟ୍ରୋ ରେଲ କର୍ପୋରେସନର ଏମଡି କୁମାର କେଶବ କହିଛନ୍ତି, ପର୍ଯ୍ୟଟନର ମେରୁଦଣ୍ଡ ଭାବେ ଏହି ପ୍ରକଳ୍ପ କାମ କରିବ ଓ ପ୍ରଥମ ଟ୍ରେନ ତାଜ ମହଲରୁ ଜାମା ମସଜିଦ ଯାଏ ଗଡ଼ିବ।

ଆଗ୍ରା ମେଟ୍ରୋ ପ୍ରଜେକ୍ଟ ଅଧୀନରେ ୬ଟି ଷ୍ଟେସନ ତିଆରି କରିବ। ଏହା ମଧ୍ୟରେ ୩ଟି ଏଲଭାଟେଡ ଓ ୩ଟି ଅଣ୍ଡର ଗ୍ରାଉଣ୍ତ ଷ୍ଟେସନ ରହିବ। ଏଥିପାଇଁ ପ୍ରାୟ ୮,୩୭୯.୬୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ୨୦୨୨ ଡିସେମ୍ବରରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos