ମେଣ୍ଟ ପାଇଁ ଡାକିଥିଲେ ମୋଦି, ମନାକଲେ ଶରଦ ପାୱାର

ନୂଆଦିଲ୍ଲୀ: ଏନସିପି ସହ ମିଶି ଏକାଠି କାର୍ଯ୍ୟ କରିବାକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ଏନସିପି ସୁପ୍ରିମୋ ଶରଦ ପାୱାର ରୋକଠୋକ ମନା କରିଦେଇଥିଲେ। ଆଜି ଖୋଦ ଶରଦ ପାୱାର ଏ ବିଷୟରେ ଖୁଲାସା କରିଛନ୍ତି। ମରାଠୀ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଶରଦ ପାୱାର କହିଛନ୍ତି, “ମୋଦି ମୋତେ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ମୁଁ ତାଙ୍କୁ କହିଥିଲି ଆମର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ। ଏହା ଆଗକୁ […]

z

z

Hemant Lenka
  • Published: Monday, 02 December 2019
  • Updated: 02 December 2019, 10:08 PM IST

Sports

Latest News

ନୂଆଦିଲ୍ଲୀ: ଏନସିପି ସହ ମିଶି ଏକାଠି କାର୍ଯ୍ୟ କରିବାକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ଏନସିପି ସୁପ୍ରିମୋ ଶରଦ ପାୱାର ରୋକଠୋକ ମନା କରିଦେଇଥିଲେ।

ଆଜି ଖୋଦ ଶରଦ ପାୱାର ଏ ବିଷୟରେ ଖୁଲାସା କରିଛନ୍ତି। ମରାଠୀ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଶରଦ ପାୱାର କହିଛନ୍ତି, “ମୋଦି ମୋତେ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ମୁଁ ତାଙ୍କୁ କହିଥିଲି ଆମର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ। ଏହା ଆଗକୁ ମଧ୍ୟ ସର୍ବଦା ଏମିତି ରହିବ। କିନ୍ତୁ ଆପଣଙ୍କ ସହ ମିଶି ଏକାଠି କାର୍ଯ୍ୟ କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ”

ସେହିପରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଦେଶର ରାଷ୍ଟ୍ରପତି କରିବାକୁ ପ୍ରସ୍ତାବ ଦେଇଥିବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା, ତା’କୁ ମଧ୍ୟ ଶରଦ ପାୱାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏଭଳି କୌଣସି ପ୍ରସ୍ତାବ ମିଳି ନଥିଲା। ହଁ ଏହା ସତ ଯେ ସୁପ୍ରିୟା ସୁଲେଙ୍କୁ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିବ ବୋଲି ମୋତେ ଅଫର ଦିଆଯାଇଥିଲା।”

ସୁପ୍ରିୟା ହେଉଛନ୍ତି ଶରଦ ପାୱାରଙ୍କ ଝିଅ ଏବଂ ସେ ବାରମତିରୁ ଲୋକସଭାକୁ ଏନସିପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ର ସରକାର ଗଠନକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ମୋଦିଙ୍କୁ ଦିଲ୍ଲୀ ଯାଇ ଶରଦ ପାୱାର ସାକ୍ଷାତ କରିଥିଲେ।

ମୋଦି ସର୍ବଦା ପାୱାରଙ୍କୁ ପ୍ରଶଂସା କରନ୍ତି ଏବଂ ନିର୍ବାଚନ ବେଳେ ମଧ୍ୟ ସେ କେବେ ହେଲେ ଅତ୍ୟଧିକ ଆକ୍ରମଣାତ୍ମ ଶୈଳୀରେ ପାୱାରଙ୍କୁ ସମାଲୋଚନା ମଧ୍ୟ କରି ନଥିଲେ।

ଶେଷଥର ପାଇଁ ରାଜ୍ୟସଭାର ୨୫୦ତମ ଅଧିବେଶନରେ ମୋଦି ଗୃହରେ ଶରଦ ପାୱାରଙ୍କ ଏନସିପିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବିଜେପି ସମେତ ଅନ୍ୟାନ୍ୟ ଦଳ ଏନସିପି ଓ ବିଜେଡି ଠାରୁ ସଂସଦରେ କେମିତି କାର୍ଯ୍ୟ କରାଯାଏ ସେକଥା ଶିଖିବା ଦରକାର ବୋଲି ସେ କହିଥିଲେ।

୨୦୧୬ରେ ମୋଦି କହିଥିଲେ, “ମୁଁ ବ୍ୟକ୍ତିଗତ ଭାବେ ପାୱାରଙ୍କୁ ସ୍ୱତନ୍ତ୍ର ସମ୍ମାନ ଜଣାଉଛି। ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମୋତେ ଅନେକ ସହଯୋଗ କରିଛନ୍ତି। ମୋ ଆଙ୍ଗୁଠି ଧରି ମୋତେ ସେ ଚାଲିବା ଶିଖାଇଛନ୍ତି। ଏକଥା ମୁଁ ସର୍ବସମ୍ମୁଖରେ କହିବାରେ ଗର୍ବ ଅନୁଭବ କରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos