ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟା ରହିବେ ମୋଦି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଅଯୋଧ୍ୟା: ଆସନ୍ତାକାଲି ରାମ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ଭୂମି ପୂଜନ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟାରେ ସେ ପ୍ରାୟ ୩ ଘଣ୍ଟା ବିତାଇବା ସହ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଯୋଗଦେବେ।

ତେବେ ଆସନ୍ତୁ ଜାଣିବା ମୋଦିଙ୍କ ପୂରା ଗସ୍ତ ସୂଚୀର କାର୍ଯ୍ୟକ୍ରମ।

  • ମୋଦି ଆସନ୍ତାକାଲି ସକାଳ ପ୍ରାୟ ୯.୩୫ରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ସ୍ୱତନ୍ତ୍ର ବିମାନ ଯୋଗେ ଯିବେ। ସେଠାରେ ପ୍ରାୟ ୧୦.୩୦ରେ ସେ ପହଞ୍ଚିବେ। ଲକ୍ଷ୍ନୌରୁ ଅଯୋଧ୍ୟା ୧୨୫ କିମି। ଏଥିପାଇଁ ମୋଦି ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର କରିବେ। ୧୦.୪୦ରୁ ଲକ୍ଷ୍ନୌରୁ ବାହାରି ମୋଦି ପ୍ରାୟ ୧୧.୩୦ରେ ଅଯୋଧ୍ୟାରେ ପହଞ୍ଚିବେ। ଅଯୋଧ୍ୟାରେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ସେ ଅତି ବାହିତ କରିବେ।
  • ମୋଦି ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଥମେ ହନୁମାନଗ୍ରହି ମନ୍ଦିରରେ ୧୦ ମିନିଟ୍‌ ଧରି ପୂଜାର୍ଚ୍ଚନା କରିବେ। ଏଥିପାଇଁ ଆଜିଠାରୁ ମନ୍ଦିରକୁ ସଜା ଯାଇଛି। ଏହାପରେ ସେ ରାମ ଲଲାଙ୍କ ପାଖରେ ୧୦ ମିନିଟ୍ ପୂଜା କରିବେ। ଶେଷରେ ସେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ।
  • ମଧ୍ୟାହ୍ଣ ୧୨.୩୦ରେ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୨.୪୦ରେ ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ୫ଟି ରୁପା ସ୍ଲାବ ପ୍ରତିଷ୍ଠା କରି ଏହାର ଶିଳାନ୍ୟାଶ କରିବେ। ଶିଳାନ୍ୟାଶ ପାଇଁ ଶୁଭବେଳା ମାତ୍ର ୩୨ ସେକେଣ୍ଡର ରହିଛି। ତେଣୁ ଏହାରି ମଧ୍ୟରେ ମୋଦି ରୁପା ସ୍ଲାବ ପ୍ରତିଷ୍ଠା କରିବେ।
  • ଶିଳାନ୍ୟାଶ ପରେ ମୋଦି ରାମ ଜନ୍ମଭୂମି ଟ୍ରଷ୍ଟ ଓ ସ୍ୱାମୀ ର୍ନିତ୍ୟ ଗୋପାଲ ଦାସଙ୍କ ସହ କିଛି ସମୟ ଆଲୋଚନା କରିବେ। ୨.୦୫ରେ ସେ ହେଲିପ୍ୟାଡ ଓ ୨.୨୦ରେ ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ ଭରିବେ। ଲକ୍ଷ୍ନୌରେ ପହଞ୍ଚିବା ପରେ ମୋଦି ଦିଲ୍ଲୀ ଯିବେ।

ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଠାରୁ ୨୧ ଜଣ ପଣ୍ଡିତ ସକାଳ ୯ଟାରୁ ବୈଦିକ ରୀତିନୀତି ପାଠ କରିବା ଆରମ୍ଭ କରିଛନ୍ତି। ଏହାକୁ ରାମଚାର୍ଯ୍ୟ ପୂଜା କୁହାଯାଉଛି। ଆଜି ଅନେକ ପ୍ରକାରର ବୈଦିକ କାର୍ଯ୍ୟକ୍ରମ ହେବ।

ଅଯୋଧ୍ୟାର ୮ ଜଣ, ବାରାଣସୀ ଓ ଦିଲ୍ଲୀର ୫ ଜଣ ଲେଖାଏ, ତାମିଲନାଡୁର କାମିକୋଚିର ୩ ଜଣ ପଣ୍ଡିତ ରାମ ଜନ୍ମ ଭୂମିରେ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ନୀତିକାନ୍ତି ଆରମ୍ଭ କରିଛନ୍ତି। ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପ୍ରାୟ ଲକ୍ଷେ ଦୀପ ଲାଗିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ବାଇକ୍‌ ଉପରେ ଚଢ଼ିଗଲା ସ୍କର୍ପିଓ, ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ

ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ

ଶ୍ରୀମନ୍ଦିରରେ ବିଭ୍ରାଟ ହେବନି ତ ଶ୍ରୀଜୀଉଙ୍କ ସେବା ପୂଜା

କରୋନା ଟଙ୍କା ଖାଇଯାଉଛନ୍ତି : ସୁର ରାଉତରାୟ

ଆରୋଗ୍ୟ ହେଲେ ୪୦୯୦ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

କୋଭିଡ଼ ରୋଗୀ ବଂଚିଛନ୍ତି ନା ମରିଛନ୍ତି, ଜାଣିପାରୁନି ପ୍ରଶାସନ!

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୮ ଲୋକାଲ୍‌ କେସ

ରବିବାର ରାଜ୍ୟସଭାରେ କୃଷି ବିଲ୍, କେନ୍ଦ୍ରକୁ ସମର୍ଥନ କରିବେ ନବୀନ !