କୁକୁର ପାଇଁ ପୁଲିସ୍‌ ବାବୁ ଅଟକାଇ ଦେଲେ ଶହଶହ ଗାଡ଼ି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆପଣ ଗାଡ଼ି ଚଳାଉଥିବା ସମୟରେ ବେଳେବେଳେ ସାମ୍ନାକୁ କୁକୁର ପଶି ଆସି ଥିବାର ଦେଖିଥିବେ। ଯାହା ଫଳରେ ଉଭୟ ଚାଳକ ଓ କୁକୁର ଦୁର୍ଘଟଣାର ଶିକାର ହୁଅନ୍ତି। ଆଉ କିଛି ସମୟରେ ବଡ଼ ଗାଡ଼ି ସହ ଧକା ଖାଇ ବା ଚକା ତଳେ ଚାପି ହୋଇ କୁକୁରର ପ୍ରାଣ ମଧ୍ୟ ଚାଲିଯାଇଥାଏ।

କିନ୍ତୁ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କି ଗୋଟିଏ କୁକୁର ରାସ୍ତାପାର କରିବାର ଥିବାରୁ ଶହଶହ ଗାଡ଼ିକୁ ଅଟକାଇ ଦିଆଯାଇଛି।

ଭିଡିଓଟିରେ ଜଣେ ଟ୍ରାଫିକ ପୁଲିସ୍‌ଙ୍କ ପାଖରେ ଗୋଟିଏ କୁକୁର ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। କୁକୁରଟି ରାସ୍ତା ପାର୍‌ ହେବାକୁ ଚାହୁଁଥିଲେ ହେଁ ଦ୍ରୁତଗତିରେ ଗାଡ଼ି ମଟର ଯିବା ଆସିବା କରୁଥିବାରୁ ସେ ତା’ ଲକ୍ଷ୍ୟରେ ପହଞ୍ଚି ପାରୁନାହିଁ।


କିଛି ସମୟ ଛିଡ଼ା ହେବାପରେ ଟ୍ରାଫିକ ପୁଲିସ୍‌ ଜଣଙ୍କ କୁକୁରଟିକୁ ରାସ୍ତା ପାର କରାଇବାରେ ସହାୟତା କରିଥିଲେ। ସେ ଟ୍ରାଫିକୁ ଅଟକାଇ କୁକୁରଟି ରାସ୍ତା ପାର ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କୁକୁରଟି ରାସ୍ତା ପାର ହେବା ପରେ ପୁଣିଥରେ ସେ ଟ୍ରାଫିକକୁ ଗ୍ରୀନ ସିଗ୍ନାଲ ଦେଇଥିଲେ। ପୁଲିସ୍‌ ବାବୁଙ୍କ ଏହି କୁକୁର ପ୍ରେମର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଏହାକୁ ପ୍ରଶଂସା କରିଛନ୍ତି।

ଭିଡିଓଟି ଭାରତୀୟ ପୁଲିସ ସେବା (ଆଇପିଏସ)ର ଅଧିକାରୀ ଆଶିଷ ତିୱାରୀ ନିଜ ଟ୍ୱିଟରେ ପୋଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ଏଲଏସିରୁ ଚୀନ୍ ସୈନ୍ୟ ହଟାଇବା କାମ ତୃଣମୂଳ ସ୍ତରରୁ କରୁ: ଭାରତ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି