ଅଡୁଆରେ ଶଶି ଥରୁର୍‌: ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦାଖଲ ହେଲା ଚାର୍ଜସିଟ୍‌  

ନୂଆଦିଲ୍ଲୀ: ଅଡୁଆରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍‌। କାରଣ, ଥମିଥିବା ବିବାଦ ପୁଣି କୁହୁଳିବାକୁ ବସିଲାଣି। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏହାର ରହସ୍ୟ ଉନ୍ମୋଚନ ଲାଗି ପୁଣି ଥରେ ଅଣ୍ଟା ଭିଡିଛି ପୋଲିସ। ୨୦୧୪ ମସିହାରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ସୁନନ୍ଦାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତେବେ ଦୀର୍ଘ ୪ ବର୍ଷ ପରେ ଆଜି ପୁଣି ଥରେ ଏହି ଘଟଣାର ଚାର୍ଜସିଟ୍‌ ଦାଖଲ ହୋଇଛି କୋର୍ଟରେ। ଦିଲ୍ଲୀ […]

sasa

sasa

Rakesh Mallick
  • Published: Monday, 14 May 2018
  • Updated: 14 May 2018, 06:15 PM IST

Sports

Latest News

ନୂଆଦିଲ୍ଲୀ: ଅଡୁଆରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍‌। କାରଣ, ଥମିଥିବା ବିବାଦ ପୁଣି କୁହୁଳିବାକୁ ବସିଲାଣି। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏହାର ରହସ୍ୟ ଉନ୍ମୋଚନ ଲାଗି ପୁଣି ଥରେ ଅଣ୍ଟା ଭିଡିଛି ପୋଲିସ। ୨୦୧୪ ମସିହାରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ସୁନନ୍ଦାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତେବେ ଦୀର୍ଘ ୪ ବର୍ଷ ପରେ ଆଜି ପୁଣି ଥରେ ଏହି ଘଟଣାର ଚାର୍ଜସିଟ୍‌ ଦାଖଲ ହୋଇଛି କୋର୍ଟରେ। ଦିଲ୍ଲୀ ପୋଲିସ ଦାୟର କରିଛି ମାମଲା। ଏହି ଚାର୍ଜସିଟ୍‌ରେ ସ୍ୱାମୀ ଶଶିଙ୍କୁ ଦୋଷୀ ବୋଲି ଦର୍ଶାଯାଇଛି।

୨ଟି ଦଫାରେ ଏହି ମାମଲା ରୁଜୁ ହୋଇଛି। ଦିଲ୍ଲୀ ମେଟ୍ରୋପଲିଟନ୍‌ ମାଜିଷ୍ଟ୍ରେଟ୍‌ ଧର୍ମେନ୍ଦ୍ର ସିଂଙ୍କ କୋର୍ଟରେ ଏହି ଚାର୍ଜସିଟ୍‌ ଦାୟର କରାଯାଇଥିବା ବେଳେ ଆଇପିସି ଧାରା 498A (ମହିଳାଙ୍କ ନିର୍ଯତନ ପାଇଁ ସ୍ୱାମୀ କିମ୍ବା ସମ୍ପର୍କିୟ ଦାୟି) ଏବଂ ଧାରା 306 (ଆତ୍ମହତ୍ୟା ପାଇଁ ପ୍ରେରିତ କରିବା) ଲଗାଯାଇଛି।

ବିଜେପି ଏମ୍‌ପି ସୁବ୍ରମଣ୍ୟମ୍‌ ସ୍ୱାମୀ କହିଛନ୍ତି- ‘ୟୁପିଏ ସରକାର ସମୟରେ ସୁନନ୍ଦା ପୁଷ୍କର ମୃତ୍ୟୁ ଘଟଣାରେ ଜଡିତ ସମସ୍ତ ସାକ୍ଷ ପ୍ରମାଣକୁ ଭଷ୍ଟ୍ର ପୋଲିସ ଅଧିକାରୀଙ୍କ ସହ ମିଶି ରଫାଦଫା କରି ଦିଆଯାଇଥିଲା। ଏଣୁ ବର୍ତ୍ତମାନ ସମୟରେ କ’ଣ ହୋଇପାରିବ ସେ ନେଇ ଅପେକ୍ଷା କରିବାକୁ ପଡିବ। ଏ କଥା ବି ଜାଣିରଖିବା ଦରକାର ଯେ, ସେ ସମୟରେ ମଧ୍ୟ ଶଶି ନିଜ ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରେରିତ କରିଥିଲେ ବୋଲି ଅଭିଯୋଗ ଥିଲା।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos