ବଡ଼ ଆକ୍ରମଣରୁ ବର୍ତ୍ତିଲା ଦିଲ୍ଲୀ, ଜୈଶ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ବଡ଼ଧରଣ ଆକ୍ରମଣ କରିବାକୁ ଯୋଜନା କରୁଥିବା ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ଏହି ଆତଙ୍କୀ ଜଣଙ୍କ ଜାନୁଆରୀ ୨୬ରେ ଦିଲ୍ଲୀର ବ୍ୟସ୍ତବହୁଳ ଅଞ୍ଚଳରେ ଗ୍ରେନେଡ୍‌ ଦ୍ୱାରା ଆକ୍ରମଣ କରିବାକୁ ସବୁ ଯୋଜନା କରି ସାରିଥିଲା। ତେବେ ଦିଲ୍ଲୀ ପୁଲିସ୍‌ ଏହି ଆକ୍ରମଣକୁ ଭଣ୍ଡୁର କରିଦେଇଛି। ଗିରଫ ଆତଙ୍କବାଦୀ ଜଣଙ୍କ ନାଁ ଅବଦୁଲ ଲତିଫ ଘନି ଓରଫ୍‌ ଉମାରୀ ଓରଫ୍‌ ଦିଲୱାରୀ। […]

va

va

Hemant Lenka
  • Published: Thursday, 24 January 2019
  • Updated: 24 January 2019, 05:55 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ବଡ଼ଧରଣ ଆକ୍ରମଣ କରିବାକୁ ଯୋଜନା କରୁଥିବା ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ଏହି ଆତଙ୍କୀ ଜଣଙ୍କ ଜାନୁଆରୀ ୨୬ରେ ଦିଲ୍ଲୀର ବ୍ୟସ୍ତବହୁଳ ଅଞ୍ଚଳରେ ଗ୍ରେନେଡ୍‌ ଦ୍ୱାରା ଆକ୍ରମଣ କରିବାକୁ ସବୁ ଯୋଜନା କରି ସାରିଥିଲା।

ତେବେ ଦିଲ୍ଲୀ ପୁଲିସ୍‌ ଏହି ଆକ୍ରମଣକୁ ଭଣ୍ଡୁର କରିଦେଇଛି। ଗିରଫ ଆତଙ୍କବାଦୀ ଜଣଙ୍କ ନାଁ ଅବଦୁଲ ଲତିଫ ଘନି ଓରଫ୍‌ ଉମାରୀ ଓରଫ୍‌ ଦିଲୱାରୀ। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ତାଙ୍କୁ ଜାନୁଆରୀ ୨୦ ତାରିଖ ବିଳମ୍ବିତ ରାତିରେ ଗିରଫ କରିଥିବା ଆଜି ଜଣାପଡ଼ିଛି।

ଦିଲୱାରୀ ଶ୍ରୀନଗରରେ ବାରମ୍ବାର ଗ୍ରେନେଡ୍‌ ଦ୍ୱାରା ଆକ୍ରମଣ କରିଥାଏ। ଏବେ ସେ ଦିଲ୍ଲୀରେ ଥିବା ବ୍ୟସ୍ତବହୁଳ ଅଞ୍ଚଳରେ ସମାନଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ଦିଲ୍ଲୀ ପୁଲିସ୍‌ ପାଖରେ ସୂଚନା ପହଞ୍ଚିଥିଲା।

ଏହାପରେ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଜମ୍ମୁ-କଶ୍ମୀର ଯାଇ ୨୦ ତାରିଖ ବିଳମ୍ବିତ ରାତିରେ ଦିଲୱାରୀକୁ ଗିରଫ କରିଥିଲା। ତା’ ନିକଟରୁ ବିପୁଳ ପରିମାଣର ଗ୍ରେନେଡ୍‌ ଓ ବିସ୍ଫୋରକ ଜବତ ହୋଇଛି। ତା’ର ଅନ୍ୟତମ ସହଯୋଗୀ ବାନ୍ଦିପୋରାର ହିଲାଲଙ୍କୁ ମଧ୍ୟ ପୁଲିସ୍‌ ଧରିବାରେ ସକ୍ଷମ ହୋଇଛି।

ଦିଲ୍ଲୀ ପୁଲିସ୍‌କୁ ଏଥିରେ ଜମ୍ମୁ-କଶ୍ମୀର ପୁଲିସ୍‌ ସହଯୋଗ କରିଥିଲା। ଏହି ଘଟଣା ପରେ ଦିଲ୍ଲୀରେ ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos