ବାହାଘରରେ ଲୁଟ୍‌ କରୁଥିବା ‘ବ୍ୟାଣ୍ଡ, ବାଜା, ବାରାତ’ ଗ୍ୟାଙ୍ଗର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଅତିଥିଙ୍କ ଭଳି ବେଶ ଦାମୀ ପୋଷାକ ପିନ୍ଧି ଆସୁଥିଲେ ଓ ବାହାଘରରେ ଖାଦ୍ୟ ଖାଉଥିଲେ। ହେଲେ ଗଲା ବେଳକୁ ବାହାଘର ପାର୍ଟି ହେଉଥିବା ସ୍ଥାନରୁ ଟଙ୍କା ଓ ଦାମୀ ଜିନିଷପତ୍ର ନେଇ ଫେରାର ହେଇଯାଉଥିଲେ। ଦିଲ୍ଲୀ, ଏନସିଆର ଓ ଉତ୍ତର ଭାରତର ଏକାଧିକ ସହରରେ ଆୟୋଜିତ ହେଉଥିବା ହାଇପ୍ରୋଫାଇ ବାହାଘର ପାର୍ଟିରୁ ଲୁଟ୍‌ କରୁଥିବା ‘ବ୍ୟାଣ୍ଡ, ବାଜା, ବାରାତ’ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ୍‌। ଏହି ଘଟଣାରେ ୨ ନାବାଳକଙ୍କ ସହ ୭ ଜଣଙ୍କୁ […]

d

d

Hemant Lenka
  • Published: Saturday, 05 December 2020
  • Updated: 05 December 2020, 04:45 PM IST

Sports

Latest News

ନୂଆଦିଲ୍ଲୀ: ଅତିଥିଙ୍କ ଭଳି ବେଶ ଦାମୀ ପୋଷାକ ପିନ୍ଧି ଆସୁଥିଲେ ଓ ବାହାଘରରେ ଖାଦ୍ୟ ଖାଉଥିଲେ। ହେଲେ ଗଲା ବେଳକୁ ବାହାଘର ପାର୍ଟି ହେଉଥିବା ସ୍ଥାନରୁ ଟଙ୍କା ଓ ଦାମୀ ଜିନିଷପତ୍ର ନେଇ ଫେରାର ହେଇଯାଉଥିଲେ। ଦିଲ୍ଲୀ, ଏନସିଆର ଓ ଉତ୍ତର ଭାରତର ଏକାଧିକ ସହରରେ ଆୟୋଜିତ ହେଉଥିବା ହାଇପ୍ରୋଫାଇ ବାହାଘର ପାର୍ଟିରୁ ଲୁଟ୍‌ କରୁଥିବା ‘ବ୍ୟାଣ୍ଡ, ବାଜା, ବାରାତ’ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ୍‌। ଏହି ଘଟଣାରେ ୨ ନାବାଳକଙ୍କ ସହ ୭ ଜଣଙ୍କୁ ପୁଲିସ୍‌ ଗିରଫ କରିଛି।

ଗ୍ୟାଙ୍ଗର ସଦସ୍ୟମାନେ ନାବାଳକମାନଙ୍କୁ ଚୋରି ପାଇଁ ବ୍ୟବହାର କରୁଥିଲେ। ସେହିପରି ଚୋରି କରି ଧରାପଡ଼ିବା ବେଳେ ଯେମିତି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ନାଁ ନାବାଳକମାନେ କହିବେ ନାହିଁ, ତା’ର ତାଲିମ ମଧ୍ୟ ସେମାନଙ୍କୁ ଦିଆଯାଉଥିଲା। ଚଳିତ ବାହାଘର ସିଜିନ୍‌ରେ ଏହି ବ୍ୟାଣ୍ଡ, ବାଜା, ବାରାତ ଗ୍ୟାଙ୍ଗ ଦିଲ୍ଲୀ ଓ ଏନସିଆର୍‌ରେ ଲୁଟ କରିବାର ଯୋଜନା କରିଥିଲା ବୋଲି କହିଛି।

ପୁଲିସ୍‌ କହିଛି ଯେ ଦିଲ୍ଲୀ ବାହାରର ବିଭିନ୍ନ ରାଜ୍ୟରୁ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡମାନେ ଛୋଟ ପିଲାଙ୍କୁ ସେମାନଙ୍କ ବାପାମା’ଙ୍କ ଠାରୁ ବର୍ଷକ ପାଇଁ କଣ୍ଟ୍ରାକ୍ଟ ସାଇନ କରି ଆଣନ୍ତି। ଏଥିପାଇଁ ସେମାନେ ୧୦ରୁ ୧୨ ଲକ୍ଷ ଟଙ୍କା ମଧ୍ୟ ଦିଅନ୍ତି। ପିଲାମାନଙ୍କୁ ଦିଲ୍ଲୀ ଆଣିବା ପରେ ସେମାନଙ୍କୁ ମାସାଧିକ କାଳ ଚୋରି ବିଦ୍ୟାର ତାଲିମ ଦିଆଯାଏ।

ଏହାପରେ ଛୋଟ ପିଲାଙ୍କୁ ସାଥୀରେ ଧରି ସେମାନେ ବିଭିନ୍ନ ବାହାଘର ଭେନ୍ୟୁରେ ପହଞ୍ଚନ୍ତି। ପିଲାମାନଙ୍କୁ ଗ୍ୟାଙ୍ଗର ବୟସ୍କମାନେ ନିଜର ସନ୍ତାନ ଭାବେ ଦର୍ଶାଇ ଥାଆନ୍ତି। ଏହାପରେ ଅତିଥିଙ୍କ ସହ ବେଶ ଭଲ ସମୟ ବିତାଇବା ସହ ନିଜକୁ ଉକ୍ତ ସ୍ଥାନ ସହ ଖାପ ଖୁଆଇ ଦିଅନ୍ତି।

ଡିନର ପରେ ସେମାନେ ସୁଯୋଗ ଅପେକ୍ଷାରେ ରୁହନ୍ତି ଓ ଶେଷରେ ଘଟଣାସ୍ଥଳରୁ ଟଙ୍କା ଏବଂ ଅଳଙ୍କାର ଧରି ଚମ୍ପଟ ମାରନ୍ତି। ଦିଲ୍ଲୀ ଓ ଏନସିଆରରେ ଏକାଧିକ ଚୋରି ଘଟଣା ଘଟିବାରୁ ପୁଲିସ ବାହାଘରର ଭିଡିଓକୁ ଯାଞ୍ଚ କରିଥିଲା। ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଗଠନ କରାଯାଇଥିଲା।

ଉକ୍ତ ଟିମ‌ ଶେଷରେ ବ୍ୟାଣ୍ଡ, ବାଜା, ବାରାତ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ସଦସ୍ୟମାନେ ମଧ୍ୟପ୍ରଦେଶର ରାଜଘର ଜିଲ୍ଲା ଗୁଲଖେରି ଗାଁର ଲୋକ। ଏହି ଗାଁରୁ ହିଁ ସେମାନେ ଛୋଟ ପିଲାଙ୍କୁ କଣ୍ଟ୍ରାକ୍ଟରେ ଆଣନ୍ତି। ଦକ୍ଷତା ଅନୁସାରେ, ଛୋଟ ପିଲାଙ୍କ ପରିବାରକୁ ବର୍ଷକୁ ୧୦ରୁ ୧୨ ଲକ୍ଷ ଟଙ୍କା ମଧ୍ୟ ଦିଆଯାଏ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos