ବିଜେପି ଉପରେ ବଢ଼ିଲା ରାଜନୀତିକ ଚାପ: ସମର୍ଥନ ପ୍ରତ୍ୟାହାର ପାଇଁ ସହଯୋଗୀଙ୍କ ଧମକ

କର୍ଣ୍ଣାଲ: ନୂଆ କୃଷି ଆଇନକୁ ନେଇ ବିଜେପି ଉପରେ ଚାପ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ସହଯୋଗୀ ଦଳଠାରୁ ସମର୍ଥନ ପ୍ରତ୍ୟାହାର କରିବେ ବୋଲି ଧମକ ଦେବାରେ ଲାଗିଛନ୍ତି। ହରିଆଣାରେ ବିଜେପି-ଜେଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି। ଏଥିସହ କିଛି ସ୍ୱାଧୀନ ବିଧାୟକ ମଧ୍ୟ ସରକାରଙ୍କୁ ସମର୍ଥନ ଦେଇଥିଲେ। ଏବେ କୃଷି ଆଇନକୁ ନେଇ ନିଲୋଖେରିର ସ୍ୱାଧୀନ ବିଧାୟକ ଧର୍ମ ପଲ ଗୋଣ୍ଡେର ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ଧମକ ଦେଇଛନ୍ତି। […]

h

h

Hemant Lenka
  • Published: Saturday, 05 December 2020
  • Updated: 05 December 2020, 03:21 PM IST

Sports

Latest News

କର୍ଣ୍ଣାଲ: ନୂଆ କୃଷି ଆଇନକୁ ନେଇ ବିଜେପି ଉପରେ ଚାପ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ସହଯୋଗୀ ଦଳଠାରୁ ସମର୍ଥନ ପ୍ରତ୍ୟାହାର କରିବେ ବୋଲି ଧମକ ଦେବାରେ ଲାଗିଛନ୍ତି। ହରିଆଣାରେ ବିଜେପି-ଜେଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି। ଏଥିସହ କିଛି ସ୍ୱାଧୀନ ବିଧାୟକ ମଧ୍ୟ ସରକାରଙ୍କୁ ସମର୍ଥନ ଦେଇଥିଲେ। ଏବେ କୃଷି ଆଇନକୁ ନେଇ ନିଲୋଖେରିର ସ୍ୱାଧୀନ ବିଧାୟକ ଧର୍ମ ପଲ ଗୋଣ୍ଡେର ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ଧମକ ଦେଇଛନ୍ତି।

ସେହିପରି ଜିନ୍ଦର ଗୋଟିଏ ସରପଞ୍ଚ ଆସୋସିଏସନ ମଧ୍ୟ ଚାଷୀଙ୍କୁ ସମର୍ଥନ କରି ଇସ୍ତଫା ଦେବାକୁ ଘୋଷଣା କରିଛି। ଜେଜେପି କର୍ଣ୍ଣାଲ ସଭାପତି ଇନ୍ଦରଜୀତ ସିଂହ ଗୋରାୟା ଟିକରି ଠାରେ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହେବେ ବୋଲି ମଧ୍ୟ କହିଛନ୍ତି। ଖାଲି ସେତିକି ନୁହେଁ, କୈଥାଲର ଜଣେ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ପୂର୍ବତନ ହରିଆଣା ମନ୍ତ୍ରୀ ଜଗଦୀଶ ନେହରାଙ୍କ ପୁଅ ସୁରେନ୍ଦ୍ର ସିଂହ ନେହରା ବିଜେପିକୁ ବାଏବାଏ କହିଛନ୍ତି।

ବିଧାନସଭା ନିର୍ବାଚନ ପରେ ବିଜେପିକୁ ସମର୍ଥନ କରିଥିବା ବିଧାୟକ ଗୋଣ୍ଡେର କହିଛନ୍ତି, ଏହି କୃଷି ଆଇନ କେନ୍ଦ୍ର ସରକାର ଆଣିଛନ୍ତି। ଯଦି ଏହା ଚାଷୀଙ୍କୁ ପସନ୍ଦ ଆସୁନାହିଁ, ତା’ହେଲେ ଆମେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହାୟତାରେ ଏଥିରେ ସଂଶୋଧନ କରିବୁ।

ତଥାପି ଯଦି ସରକାର ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ପଦକ୍ଷେପ ନ ନେବେ, ତା’ହେଲେ ଆମେ ସରକାରଙ୍କୁ ଛାଡ଼ି ଚାଷୀଙ୍କ ସହ ଛିଡ଼ା ହେବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos