ମଧ୍ୟପ୍ରଦେଶ ରାଜନୀତିକ ଡ୍ରାମା: କ’ଣ କହୁଛି ସଂଖ୍ୟାର ଖେଳ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାରରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସମର୍ଥନ କରୁଥିବା ୧୦ ବିଧାୟକ କ୍ୟାମ୍ପ ବଦଳାଇବା ଓ ପରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ରାତି ଅଧରେ ରେସ୍ୟୁ କରିବା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ୧୦ ବିଧାୟକ ବିଜେପି ଦ୍ୱାରା ପ୍ରଲୋଭିତ ହୋଇ ହରିଆଣାର ଗୁରୁଗ୍ରାମରେ ଥିବା ମାନସେର ହୋଟେଲକୁ ଚାଲିଯାଇଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କଂଗ୍ରେସ ସରକାରଙ୍କ ଚୌକି ଟଳମଳ ହେବା ଆରମ୍ଭ […]

e

e

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 04:27 PM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାରରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସମର୍ଥନ କରୁଥିବା ୧୦ ବିଧାୟକ କ୍ୟାମ୍ପ ବଦଳାଇବା ଓ ପରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ରାତି ଅଧରେ ରେସ୍ୟୁ କରିବା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ୧୦ ବିଧାୟକ ବିଜେପି ଦ୍ୱାରା ପ୍ରଲୋଭିତ ହୋଇ ହରିଆଣାର ଗୁରୁଗ୍ରାମରେ ଥିବା ମାନସେର ହୋଟେଲକୁ ଚାଲିଯାଇଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କଂଗ୍ରେସ ସରକାରଙ୍କ ଚୌକି ଟଳମଳ ହେବା ଆରମ୍ଭ ହୋଇଛି।

ବିଜେପି ୩ରୁ ୪ ଜଣ କଂଗ୍ରେସ ବିଧାୟକଙ୍କୁ ଏବେ ହରିଆଣାରୁ ବେଙ୍ଗାଲୁରୁ ପଠାଇ ଦେଇଥିବା ଖବର ମଧ୍ୟ ମିଳିଛି। ସେହିପରି ମୁଖ୍ୟମନ୍ତ୍ରୀ କମଲନାଥ ନିଜ ଆସନ ବଞ୍ଚାଇବା ପାଇଁ ଦିଲ୍ଲୀ ଗସ୍ତରେ ଯାଇ ସେଠାରେ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି।

୨୦୧୮ ଡିସେମ୍ବର ମାସରେ ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନରୁ କଂଗ୍ରେସ ୧୧୪ଟି ଆସନ ଜିତି ସରକାର ଗଠନ କରିଥିଲା। ଏହାପରେ ଦୁଇ ଜଣ ବିଧାୟକଙ୍କ ମୃତ୍ୟୁ ଘଟିବାରୁ ବିଧାନସଭାର କ୍ଷମତା ୨୨୮କୁ ଖସି ଆସିଥିଲା। କଂଗ୍ରେସ ୪ ସ୍ୱାଧୀନ, ୨ ବିଏସ୍‌ପି ଓ ଜଣେ ସପା ବିଧାୟକଙ୍କ ସମର୍ଥନରେ ୧୨୧ ଆସନ ସହ ସରକାର ଗଠନ କରିଛି।

ଯଦି ସୂଚନା ଅନୁଯାୟୀ, ବିଜେପି ୮ ଜଣ ବିଧାୟକଙ୍କୁ କିଣିବାକୁ ସକ୍ଷମ ହୁଏ, ତା’ହେଲେ କଂଗ୍ରେସ ସରକାର ଭାଙ୍ଗି ଯିବାର ଆଶଙ୍କା ରହିଛି। କାରଣ ଏବେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୫। ଏଥରୁ ୮ ଜଣ ବିଧାୟକ ଦଳ ବଦଳାଇଲେ କଂଗ୍ରେସ ସରକାରଙ୍କ ପାଖରେ ୧୧୩ ଜଣ ବିଧାୟକ ରହିବେ।

ହୋଟେଲରେ ଥିବା ୧୦ ବିଧାୟକଙ୍କ ମଧ୍ୟରୁ କଂଗ୍ରେସର ୪ ଜଣ ବିଧାୟକ ଥିବା କୁହାଯାଉଛି। ତେଣୁ ଏମାନେ ବିଜେପି ସହ ହାତ ମିଳାଇ ଦେଲେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୧୦ ହୋଇଯିବ। ଏପରି ସ୍ଥଳରେ କଂଗ୍ରେସ ସଂଖ୍ୟା କେଉଁଠୁ ଆଣିବ, ତା’ ମଧ୍ୟ ଏକ ଚିନ୍ତାର କାରଣ।

ଅନ୍ୟପକ୍ଷରେ ବିଜେପି ପାଖରେ ୧୦୭ ଜଣ ବିଧାୟକ ଅଛନ୍ତି। ଦଳ ସହ ଆଉ ୮ ବିଧାୟକ ମିଶିଗଲେ ଦଳ ମ୍ୟାଜିକ ନମ୍ବର ୧୧୫କୁ ଛୁଇଁଯିବ। ତେବେ ବିଜେପିକୁ ବେଶ ସତର୍କତାର ସହ ଗୋଟି ଚଳାଇବାକୁ ପଡ଼ିବ। କାରଣ ବିଜେପିର କିଛି ବିଧାୟକ କଂଗ୍ରେସ ସହ ଯୋଗାଯୋଗରେ ଥିବା କୁହାଯାଉଛି। ଏପରି ହେଲେ ବିଜେପି ମଧ୍ୟ ସରକାର ଗଠନ କରିବାକୁ ଅକ୍ଷମ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story