ଚାଇନା ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକକୁ ଆମେରିକାର ସମର୍ଥନ

ୱାଶିଂଟନ: ସୀମା ବିବାଦ ଓ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି। ଏହିକ୍ରମରେ ଭାରତରେ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ କରାଯାଇଛି।

ଚାଇନା ଉପରେ ଭାରତ ସରକାରଙ୍କ ଏହି ଡିଜିଟାଲ ଷ୍ଟ୍ରାଇକକୁ ଆମେରିକା ଜୋରଦାର ପ୍ରଶଂସା କରିଛି। ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଛନ୍ତି, ଭାରତର କ୍ଲିନ ଆପ୍‌ ଆଭିମୁଖ୍ୟ ନୂଆଦିଲ୍ଲୀର ସାର୍ବଭୌମତ୍ୱ, ଅଖଣ୍ଡତା ଓ ଜାତୀୟ ସୁରକ୍ଷାକୁ ଅଧିକ ସଶକ୍ତ କରିବ। ନିଜର ସୁରକ୍ଷା ପାଇଁ ଭାରତ ଏଭଳି କରିଛି। ଆମେରିକା ଭାରତର ଆପ୍‌ ବ୍ୟାନ୍‌ ନିଷ୍ପତ୍ତିକୁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି।

ସୋମବାର ଭାରତ ସରକାର ତଥ୍ୟ ଚୋରି ଅଭିଯୋଗରେ ଟିକଟକ, ହେଲୋ, ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଦେଶରେ ବ୍ୟାନ୍‌ କରିଥିଲେ। ତେବେ ଟିକଟକାର ଭାରତ ମୁଖ୍ୟ ନିଖିଲ ଗାନ୍ଧି ତଥ୍ୟ ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଟିକଟକ କେବେ ହେଲେ ବ୍ୟବହାରକାରୀଙ୍କ ତଥ୍ୟ କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ଚାଇନା ସରକାରଙ୍କୁ ଦେଇନାହିଁ।

ଆହୁରି ପଢ଼ନ୍ତୁ

ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାଁରେ ଯୋଡ଼ି ହେଲା ଏହି ୩ ରେକର୍ଡ

୫ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକେ ଆଜି ଆମିଷ ଖାଆନ୍ତୁ ନାହିଁ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

ଭିକ ମାଗି ପେଟ ପୋଷୁଛନ୍ତି ଶିକ୍ଷକ ପ୍ରଫୁଲ୍ଲ ମିଶ୍ର

୪ ଅଗଷ୍ଟ, ମଙ୍ଗଳବାର: ବ୍ୟସ୍ତତା ଭିତରେ ଦିନଟି କଟିବ

କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ

ପରିବେଶ ଧ୍ୱଂସ କରିବାକୁ ନିୟମ ହେବ !

ଭୂମି ପୂଜନ ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ବ୍ୟତୀତ ଏହି ୩ ଜଣଙ୍କ ନାଁ

ବୁଧବାର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଯୋଗଦେଇଥିଲେ ଶାହ

୩ ଅଗଷ୍ଟ, ସୋମବାର: ଜଗିରଖି କାର୍ଯ୍ୟ କରନ୍ତୁ