ଶନିବାର ଠାରୁ କଶ୍ମୀର ଉପତ୍ୟକାରେ ମୋବାଇଲ ସେବା

ଶ୍ରୀନଗର: ଆସନ୍ତା ଶନିବାର ଠାରୁ ଜମ୍ମୁ-କଶ୍ମୀରରେ ରହୁଥିବା ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ। କାରଣ ଶନିବାର ଠାରୁ କଶ୍ମୀର ଉପତ୍ୟକାରେ ପୋଷ୍ଟ ପେଡ୍‌ ମୋବାଇଲ ସେବା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଷ୍ଟ ପେଡ୍‌ ମୋବାଇଲ ସେବା ଲୋକମାନେ ପାଇବାକୁ ଥିବା ବେଳେ ଇଣ୍ଟରନେଟ୍‌ ସେବା ପାଇଁ ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ହିଁ ଏଠାରେ ମୋବାଇଲ ସେବା ବନ୍ଦ ରହିଥିଲା।  ଇତି ମଧ୍ୟରେ ଏହି କଟକଣାକୁ ୬୮ ଦିନ ବିତି ଯାଇଛି। ଦୀର୍ଘ ୬୮ ଦିନ ହେଲା କଶ୍ମୀରବାସୀ ମୋବାଇଲ ସେବାରୁ ବଞ୍ଚିତ ରହିଛନ୍ତି। ହେଲେ ଏବେ ସେମାନଙ୍କୁ ପ୍ରଶାସନ କିଛିଟା ରିହାତି ଦେବାକୁ ନିଷ୍ପତ୍ତି ନେଇଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କଶ୍ମୀର ଉପତ୍ୟକାର ସ୍ଥିତି ସ୍ୱାଭାବିକ ହେଉଥିବାରୁ ଲୋକଙ୍କୁ ପୋଷ୍ଟ ପେଡ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଆଉ କିଛି ଦିନ ପରେ ପ୍ରି-ପେଡ୍ ସେବା ମିଳିବ। ତେବେ ଉପଯୁକ୍ତ ଭେରିଫିକେସନ୍‌ ପରେ ହିଁ ଲୋକମାନଙ୍କୁ ପୋଷ୍ଟ ପେଡ୍‌ ସେବା ମିଳିବ।

ଏକ ଆକଳନ ଅନୁଯାୟୀ, ଉପତ୍ୟକାରେ ପ୍ରାୟ ୬୦ ଲକ୍ଷ ଲୋକ ମୋବାଇଲ ବ୍ୟବହାର କରନ୍ତି। ଏମାନଙ୍କ ମଧ୍ୟରୁ ୪୦ ଲକ୍ଷ ଲୋକ ପୋଷ୍ଟ ପେଡ୍‌ ମୋବାଇଲ ବ୍ୟବହାର କରିଥାଆନ୍ତି।

ଅଗଷ୍ଟ ୫ ପରଠାରୁ କଶ୍ମୀରରେ କଟକଣା ଲାଗୁ ହୋଇଥିଲା। ଏହି କାରଣରୁ ଲୋକମାନେ ବିଭିନ୍ନ ସେବାରୁ ବଞ୍ଚିତ ହେଉଥିଲେ। ଗୁରବାରଠାରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣାକୁ କୋହଳ କରିଥିଲେ।

ଆଜି ପ୍ରଶାସନ ମୋବାଇଲ ସେବା ବ୍ୟବହାର ଉପରେ ଲାଗିଥିବା କଟକଣାକୁ ସାମାନ୍ୟ ପରିବର୍ତ୍ତନ କରିଛି। ଏହାପୂର୍ବରୁ ଅଗଷ୍ଟ ୧୭ ତାରିଖରେ କିଛି ସ୍ଥାନରେ ଲୋକଙ୍କୁ ଲ୍ୟାଣ୍ଡଫୋନ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ସେପ୍ଟେମ୍ବର ୪ ସୁଦ୍ଧା ଉପତ୍ୟକାରେ ଥିବା ସମସ୍ତ ୫୦ ହଜାର ଲ୍ୟାଣ୍ଡଲାଇନକୁ କାର୍ଯ୍ୟକ୍ଷମ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଘର ବାହାରେ ଛିଡ଼ା ହୋଇଥିଲେ, ତୀର ମାଡ଼ରେ ଟଳିପଡ଼ିଲେ

ଲାଲ୍‌ବାହିନୀର ବର୍ବର କାଣ୍ଡ; ଇନଫର୍ମର ସନ୍ଦେହରେ ମୁଣ୍ଡ ଗଡ଼ାଇଲେ

ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ

କ୍ଷୁଧା ମୁକାବିଲାରେ ପାକିସ୍ତାନ ପଛରେ ଭାରତ!

କଂଗ୍ରେସର ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

ଯୌନ ଆଭିମୁଖ୍ୟକୁ ନେଇ ଫସିବା ପରେ ସ୍ପଷ୍ଟୀକରଣ ଦେଲା ଏୟାରଟେଲ୍

ତିନି ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଫେବୃଆରୀ ସୁଦ୍ଧା ଅଧା ଭାରତୀୟ କରୋନାରେ ଆକ୍ରାନ୍ତ ହୋଇପାରନ୍ତି: ସରକାରୀ ପ୍ୟାନେଲ

ମଉଳି ଗଲା ଲ’ ଛାତ୍ରୀଙ୍କ ଲଭଷ୍ଟୋରୀ, ମାରିଦେଲା ପ୍ରେମିକ