ଭାରତର ଆତ୍ମାକୁ ସୁରକ୍ଷିତ ରଖିବାରୁ ଦିଲ୍ଲୀବାସୀଙ୍କୁ ପ୍ରଶାନ୍ତ କିଶୋରଙ୍କ ଧନ୍ୟବାଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦ୍‌ମୀ ପାର୍ଟି(ଆପ) ସରକାର ଗଢ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଧୀରେଧୀରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ନିକଟରେ ସିଏଏ ଓ ଏନଆରସି ବିରୋଧରେ ମତଦେଇ ବିଜେପିର ବିହାର ସହଯୋଗୀ ଜେଡିୟୁରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର କହିଛନ୍ତି, “ଭାରତର ଆତ୍ମାକୁ ସୁରକ୍ଷିତ ରଖିବା ପାଇଁ ଆପଣମାନେ ଛିଡ଼ା ହୋଇଥିବାରୁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି।” ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ […]

we

we

Hemant Lenka
  • Published: Tuesday, 11 February 2020
  • Updated: 11 February 2020, 01:04 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦ୍‌ମୀ ପାର୍ଟି(ଆପ) ସରକାର ଗଢ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଧୀରେଧୀରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।

ନିକଟରେ ସିଏଏ ଓ ଏନଆରସି ବିରୋଧରେ ମତଦେଇ ବିଜେପିର ବିହାର ସହଯୋଗୀ ଜେଡିୟୁରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର କହିଛନ୍ତି, “ଭାରତର ଆତ୍ମାକୁ ସୁରକ୍ଷିତ ରଖିବା ପାଇଁ ଆପଣମାନେ ଛିଡ଼ା ହୋଇଥିବାରୁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି।” ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଆପ ପାଇଁ ସମସ୍ତ ପ୍ରକାରର ରଣନୀତି ପ୍ରସ୍ତୁତ କରିଥିଲେ।

ପ୍ରଚାର ଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ଦଳର ଆଭିମୁଖ୍ୟ କ’ଣ ରହିବ, ତା’ର ନିଷ୍ପତ୍ତି ପ୍ରଶାନ୍ତ କିଶୋର ନେଉଥିଲେ। ଏବେ ଆପ ଏଥିରେ ସଫଳତା ପାଇଥିବାରୁ ପ୍ରଶାନ୍ତ କିଶୋର ବେଶ ଖୁସି ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos