ବେଙ୍ଗଲ ନିର୍ବାଚନରେ ବିଜେପି ଦୁଇ ଅଙ୍କ ଡେଇଁଲେ ଟ୍ୱିଟର୍‌ ଛାଡ଼ିବେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନରେ କ୍ଷମତା ଦଖଲ କରିବାକୁ ବିଜେପି ଜୋରଦାର ପ୍ରୟାସ କରୁଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଯାଏ ବରିଷ୍ଠ ନେତାମାନେ ବେଙ୍ଗଲରେ ରାଲି କରି ଏବେ ଠାରୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପି ଦାବି କରିଛି ଯେ ଦଳ ଏଠାରେ ୨୦୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ। ହେଲେ ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର […]

p

p

Hemant Lenka
  • Published: Monday, 21 December 2020
  • Updated: 21 December 2020, 01:30 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନରେ କ୍ଷମତା ଦଖଲ କରିବାକୁ ବିଜେପି ଜୋରଦାର ପ୍ରୟାସ କରୁଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଯାଏ ବରିଷ୍ଠ ନେତାମାନେ ବେଙ୍ଗଲରେ ରାଲି କରି ଏବେ ଠାରୁ ରଣନୀତି ପ୍ରସ୍ତୁତ କରୁଛନ୍ତି।

ବିଜେପି ଦାବି କରିଛି ଯେ ଦଳ ଏଠାରେ ୨୦୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ। ହେଲେ ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିଜେପିକୁ ଆଜି ତେର୍ଚ୍ଛାବାଣ ମାରିଛନ୍ତି। ଏବେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ବିଜେପି ବେଙ୍ଗଲ ନିର୍ବାଚନରେ ଯଦି ଦୁଇ ଅଙ୍କ ଆସନ ଅତିକ୍ରମ କରିଯିବ, ତା’ହେଲେ ସେ ଟ୍ୱିଟରକୁ ସବୁଦିନ ପାଇଁ ଅଲବିଦା କହିବେ। ଏହାର ଅର୍ଥ ବିଜେପି ୩ ଅଙ୍କ ଆସନ ପଶ୍ଚିମବଙ୍ଗ ନିର୍ବାଚନରେ ଜିତି ପାରିବ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।

ବିଜେପି ନେତାମାନେ ବାରମ୍ବାର ବିଧାନସଭାର ୨୯୪ ଆସନରୁ ୨୦୦ରୁ ଅଧିକ ସ୍ଥାନରେ ଜିତିବେ ବୋଲି ଦାବି କରୁଥିବାରୁ ପ୍ରଶାନ୍ତ କିଶୋର ଆଜି ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ବିଜେପିକୁ ସମର୍ଥନ କରୁଥିବା ମିଡିଆକୁ ମୁଁ ଏଠି ଗୋଟିଏ କଥା କହିବାକୁ ଚାହୁଁଛି।

ସେମାନେ ମନେ ରଖିବା ଦରକାର ଯେ ବିଜେପି ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇ ଅଙ୍କ ଅତିକ୍ରମ କରିବାକୁ ବହୁତ ସଂଘର୍ଷ କରିବ। ଦୟା କରି ଏହି ଟ୍ୱିଟକୁ ସମସ୍ତେ ସେଭ୍‌ କରି ରଖନ୍ତୁ। ଯଦି ବିଜେପି ଏହାଠାରୁ ଭଲ ପ୍ରଦର୍ଶନ କରିବ, ତା’ହେଲେ ମୁଁ ଏହି ଫର୍ମାଟକୁ ସବୁଦିନ ପାଇଁ ଅଲବିଦା କହିଦେବି।”

ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମେଦିନପୁରରେ ରାଲି କରି କହିଥିଲେ, ବିର୍ସା ମୁଣ୍ଡାଙ୍କ ଆର୍ଶୀବାଦ ବଳରେ ବିଜେପି ୨୦୦ଟି ଆସନ ଜିତି ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବ। ଏହି ଦାବି ଶୁଣି ଯେଉଁମାନଙ୍କର ହସିବାର ଅଛି ସେମାନେ ହସନ୍ତୁ। ଯଦି ଆମେ ଯୋଜନା ଅନୁସାରେ ସବୁ କାମ କରିବୁ, ତା’ହେଲେ ୨୦୦ରୁ ଅଧିକ ଆସନ ମଧ୍ୟ ଜିତି ପାରିବୁ ବୋଲି ସେ କହିଥିଲେ।

ମିଶନ ବେଙ୍ଗଲ ସମ୍ପର୍କରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ ମଧ୍ୟ ସମାନ କଥା କହିଥିଲେ। ସେ କହିଥିଲେ ଯେ ଅବ କି ବାର ୨୦୦ ପାର୍‌। ବିଜେପି ୩ରୁ ୪ ବର୍ଷ ଧରି ବେଙ୍ଗଲରେ କଠିନ ପରିଶ୍ରମ କରୁଛି। ଏହାର ଫଳାଫଳ ପ୍ରଥମେ ପଞ୍ଚାୟତ ନିର୍ବାଚନ ଓ ପରେ ଲୋକସଭା ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା।

କେନ୍ଦ୍ରୀୟ ନେତା ତୃଣମୂଳ ସ୍ତରରେ ପହଞ୍ଚିଛନ୍ତି ଓ ଦଳକୁ କେଉଁ ସବୁ ଦିଗରେ କାମ କରିବାର ଅଛି, ତା’ର ଯୋଜନା କରିଛନ୍ତି। ଏଥର ବିଧାନସଭା ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ଆସନ ଜିତିବ ବୋଲି ସେ ଦମ୍ଭୋକ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story