ବସ୍‌ରେ ଦଳୀୟ ଟିକେଟ୍‌ ହଜାଇ, ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ପ୍ରତାପ ନନା

ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦି’ ଓ ‘ନନା’ଭାବେ ପରିଚିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ମୋଦିଙ୍କ ଟିମ୍‌ରେ ସେ ରାଷ୍ଟ୍ରମନ୍ତ୍ରୀ ହୋଇ ଏମ୍‌ଏସ୍‌ଏମ୍‌ଇ, ପଶୁ, ଗୋ ସମ୍ପଦ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ଦାୟିତ୍ୱ ପାଇଛନ୍ତି। ତେବେ ନିଜର ସାଦା ସିଧା ଜୀବନ ଶୈଳୀ ପାଇଁ ଜଣାଣୁଣା ‘ନନା’ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଜିତିଛନ୍ତି।

ଏହାପୂର୍ବରୁ ୨୦୦୪ ଓ ୨୦୦୯ରୁ ଓଡ଼ିଶାର ବିଧାନସଭାକୁ ପ୍ରତାପ ଷଡ଼ଙ୍ଗୀ ନିର୍ବାଚିତ ହୋଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ ସହ ଏକ ରୋଚକ ଘଟଣା ଘଟିଥିଲା। ନିର୍ବାଚନରେ ଲଢ଼ିବା ପାଇଁ ବିଜେପି ପକ୍ଷରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ୨୦୦୯ରେ ଟିକେଟ୍‌ ମିଳିଥିଲା।

ହେଲେ ଏହି ପୂର୍ବତନ ଆରଏସ୍‌ଏସ୍‌ ପ୍ରଚାରକ ପାର୍ଟି ଟିକେଟ ଧରି ସାଧାରଣ ଯାତ୍ରୀଙ୍କ ଭଳି ସରକାରୀ ବସ୍‌ରେ ଯାଉଥିଲେ। ଏହି ସମୟରେ ଭୁଲବଶତଃ ବସ ଭିତରେ ଟିକେଟ୍‌ଟି କେଉଁଠି ହଜି ଯାଇଥିଲା। ନାମାଙ୍କନ ପାଇଁ ଅତି ଅଳ୍ପ ସମୟ ବାକି ଥିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ରାଜ୍ୟ ବିଜେପି ରାଜ୍ୟସଭାପତି ସମୀର ମହାନ୍ତି କହିଛନ୍ତି, “୨୦୦୯ରେ ପ୍ରତାପଙ୍କ ସହ ଏଭଳି ଘଟିଥିଲା। ସେ ସର୍ବଦା ନିଜର ସାଦାସିଧା ଜୀବନ ଶୈଳୀ ପାଇଁ ଜଣାଶୁଣା। ୨୦୦୯ରେ ଦଳୀୟ ଟିକେଟ୍‌ ପାଇବା ପରେ ସେ ଏହାକୁ ବ୍ୟାଗ୍‌ରେ ରଖି ସାଧାରଣ ବସ୍‌ରେ ଯାଉଥିଲେ। କିନ୍ତୁ ଏହା ହଜି ଯାଇଥିଲା। ନାମାଙ୍କନ ଦାଖଲ ପାଇଁ ଖୁବ୍‌ ସମୟ ଥିବାରୁ ସେ ତରବରିଆ ଭାବେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।”

ପ୍ରତାପ ନନା ୨୦୦୪ ଓ ୨୦୦୯ରେ ନୀଳଗିରି ଆସନରୁ ଜିତି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।