ପ୍ରତିଶ୍ରୁତି ପୂରଣ କରି ନାହାନ୍ତି ମୋଦି: ଶିବସେନା

ମୁମ୍ବାଇ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସବୁ ଘୋଷଣା କରି ଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ ସେଗୁଡ଼ିକ ବର୍ତ୍ତମାନ ସୁଦ୍ଧା ପୂରଣ ହୋଇନାହିଁ। ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ଶିବସେନା ଆଜି ଏଭଳି ଅଭିଯୋଗ କରି ପୁଣି ମୋଦି ସରକାରଙ୍କୁ ଘେରିଛି।

ଶିବ ସେନାର ମୁଖପତ୍ର ‘ସାମନା’ରେ ପ୍ରକାଶିତ ସଂପାଦକୀୟରେ  ଲେଖାଯାଇଛି, ମୋଦି ଗୁଜରାଟ ପାଇଁ ଯାହା କରୁଥିଲେ ଜାତୀୟ ସ୍ତରରେ ସେହି କାର୍ଯ୍ୟଗୁଡ଼ିକୁ କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ନିର୍ବାଚନ ପୂର୍ବରୁ ବହୁତ ଘୋଷଣା କରାଯାଇଥିଲା। ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦିଆଯାଇଥିଲା। ‘ଅଚ୍ଛେ ଦିନ’ କଥା କହିଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ଦେଶର ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିନି ଏହି ଅଚ୍ଛେ ଦିନ୍।

‘ସାମନା’ରେ କୁହାଯାଇଛି, ମୋଦିଙ୍କୁ ଜଣେ ଦୃଢ଼ ଓ ସବୁଠୁ ପ୍ରସିଦ୍ଧ ପ୍ରଧାନମନ୍ତ୍ରୀ ବୋଲି କୁହାଯାଉଛି। କିନ୍ତୁ ସେହି ମୋଦି ବ୍ୟୁରୋକ୍ରାଟ୍ସଙ୍କ ପକ୍ଷରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୁଣି ବ୍ୟୁରୋକ୍ରାଟମାନେ ମୋଦିଙ୍କ କଥା ଶୁଣୁ ନ ଥିବା ବୋଲି ମଧ୍ୟ କୁହାଯାଇପାରିବ ନାହିଁ। ‘ସାମନା’ରେ ବ୍ୟଙ୍ଗ କରି କୁହାଯାଇଛି, ହେମାମାଳିନୀଙ୍କୁ ଏକ ପ୍ଲଟ୍ ମାତ୍ର ୭୦ ହଜାର ଟଙ୍କାରେ ଦିଆଯାଇଛି। ତାଙ୍କୁ ଏତେ ଶସ୍ତାରେ ପ୍ଲଟ୍ ଦେବା ନେଇ କ’ଣ ବ୍ୟୁରୋକ୍ରାଟମାନେ ବାଧା ଦେଇ ପାରିଲେନି। ତେଣୁ ଏହା କହିବା ଠିକ୍ ହେବ ନାହିଁ ଯେ ବ୍ୟୁରୋକ୍ରାଟମାନେ ଆଦୌ ମୋଦିଙ୍କ କଥା ଶୁଣନ୍ତି ନାହିଁ। ଯଦି ପ୍ରଧାନମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀ କିଛି ଚାହିଁବେ, ତା’ହେଲେ ବ୍ୟୁରୋକ୍ରାଟମାନେ ତାହାକୁ ନିଶ୍ଚିତ ମାନିବେ। ମୁଖ୍ୟମନ୍ତ୍ରୀଙ୍କ କଥା ଉଠାଇ ଶିବସେନା ପରୋକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆଡକୁ ଅଙ୍ଗୁଳି ଉଠାଇଛି। କିଛି ଦିନ ହେବ ଶିବସେନା ତାଙ୍କୁ ବିଭିନ୍ନ କଥାରେ ଟାର୍ଗେଟ କରି ଆସୁଛି।

ଆହୁରି ପଢ଼ନ୍ତୁ

ଫେସବୁକ ପୋଷ୍ଟରୁ ଜଳିଲା ବେଙ୍ଗାଲୁରୁ: ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର

୬ ଦିନ ହେଲା ୬ ବର୍ଷୀୟ ଶିଶୁର ଦୁଷ୍କର୍ମକାରୀକୁ ପାଉନି ପୁଲିସ୍, ଜାରି କଲା ଫଟୋ

୩୮ ଜଣଙ୍କ ଉପରେ ହୋଇଛି ରୁଷ କରୋନା ଟିକାର ପରୀକ୍ଷଣ, ଏମାନଙ୍କ ଉପରେ ହେବନି ପ୍ରୟୋଗ

କରୋନା ବେଳେ ୬୪% ଦିବ୍ୟାଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି: ସର୍ଭେ

ବିଶ୍ୱର ପ୍ରଥମ କରୋନା ଟିକାର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଜବାବ ରଖିଲା ରୁଷ

ବିଗିଡିବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

“ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ ଦାବି”

୧୦ କୋଟି କରୋନା ଟିକା ପାଇଁ ଏହି କମ୍ପାନୀ ସହ ୧୫୦ କୋଟି ଡଲାରର ଚୁକ୍ତି କଲା ଆମେରିକା

ମୁଡ ଅଫ ନେଶନ: ସଲମାନଙ୍କୁ ପ୍ରଥମଥର ପଛରେ ପକାଇ ୧ନଂରେ ଅକ୍ଷୟ କୁମାର

ସଚିନ ପାଇଲଟ କ’ଣ ସର୍ତ୍ତ ରଖି ଫେରିଛନ୍ତି? ଜାଣିନି କହିଲେ ଅଶୋକ ଗେହଲଟ

ବେଙ୍ଗାଲୁରୁ ହିଂସା: ପୁଲିସ ଫାଇରିଂରେ ୩ ମୃତ, ୬୦ ପୁଲିସକର୍ମୀ ଆହତ

କରୋନା ଆରୋଗ୍ୟରେ ରେକର୍ଡ: ଦିନକରେ ୫୬ ହଜାରରୁ ଅଧିକ ସୁସ୍ଥ, ୬୧ ହଜାର ଆକ୍ରାନ୍ତ