ଚିନ୍ତା ବଢ଼ାଇଲା ପ୍ରାକ୍‌ ମୌସୁମୀ ବର୍ଷା, ଚଳିତ ବର୍ଷ ୨୭% କମ୍‌ ବର୍ଷିଛି

ନୂଆଦିଲ୍ଲୀ: ଦେଶର ଚାଷୀକୂଳଙ୍କ ଚିନ୍ତା ବଢ଼ାଇଛି ଭାରତୀୟ ପାଣିପାଗ ବିଭାଗର ସୂଚନା। ବିଭାଗର ସୂଚନା ଅନୁଯାୟୀ, ଦେଶରେ ଚଳିତ ଥର ପ୍ରାକ୍‌ ମୌସୁମୀ ବର୍ଷା ୨୭% କମ୍‌ ରେକର୍ଡ କରାଯାଇଛି। ଜୁନ୍‌ରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ତେବେ ଏହା ପୂର୍ବରୁ ମାର୍ଚ୍ଚରୁ ଏପ୍ରିଲ ଯାଏ ଦେଶରେ କାଁଭାଁ ବର୍ଷା ହୋଇଥାଏ। ଏହାକୁ ପ୍ରାକ୍‌ ମୌସୁମୀ ବର୍ଷା କୁହାଯାଇ ଥାଏ। ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ […]

swwe

swwe

Hemant Lenka
  • Published: Sunday, 28 April 2019
  • Updated: 28 April 2019, 06:14 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଚାଷୀକୂଳଙ୍କ ଚିନ୍ତା ବଢ଼ାଇଛି ଭାରତୀୟ ପାଣିପାଗ ବିଭାଗର ସୂଚନା। ବିଭାଗର ସୂଚନା ଅନୁଯାୟୀ, ଦେଶରେ ଚଳିତ ଥର ପ୍ରାକ୍‌ ମୌସୁମୀ ବର୍ଷା ୨୭% କମ୍‌ ରେକର୍ଡ କରାଯାଇଛି। ଜୁନ୍‌ରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ।

ତେବେ ଏହା ପୂର୍ବରୁ ମାର୍ଚ୍ଚରୁ ଏପ୍ରିଲ ଯାଏ ଦେଶରେ କାଁଭାଁ ବର୍ଷା ହୋଇଥାଏ। ଏହାକୁ ପ୍ରାକ୍‌ ମୌସୁମୀ ବର୍ଷା କୁହାଯାଇ ଥାଏ। ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨୭% କମ୍‌ ପ୍ରାକମୌସୁମୀ ବର୍ଷା ରେକର୍ଡ କରାଯାଇଛି। ମାର୍ଚ୍ଚ ୧ରୁ ଏପ୍ରିଲ ୨୪ ମଧ୍ୟରେ ସମଗ୍ର ଦେଶରେ ୪୩.୩ ମିଲିମିଟର ବର୍ଷା ହୋଇଛି। ସ୍ୱାଭାବିକ ଅନୁପାତକୁ ହିସାବକୁ ନେଲେ ଏହି ଅବଧିରେ ୫୯.୬ ମିମି ବର୍ଷା ହେବା କଥା।

ଉତ୍ତର ପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ହରିଆଣା, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ଭଳି ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ସ୍ୱାଭାବିକ ଠାରୁ ୩୮% କମ୍‌ ବର୍ଷା ରେକର୍ଡ ହୋଇଛି। ଦକ୍ଷିଣ ଭାରତ ରାଜ୍ୟ ଗୁଡ଼ିକରେ ସ୍ୱାଭାବିକ ଠାରୁ ୩୧ % କମ୍‌ ବର୍ଷା ହୋଇଥିଲା ବେଳେ ପୂର୍ବ-ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୨୩% କମ୍‌ ବର୍ଷା ହୋଇଛି। କେବଳ କେନ୍ଦ୍ରୀୟ ଭାରତୀୟ ରାଜ୍ୟଗୁଡ଼ିକରେ ସ୍ୱାଭାବିକଠାରୁ ପ୍ରାକ୍‌ ମୌସୁମୀ ବର୍ଷା ୫% ଅଧିକ ହୋଇଛି।

ଅନ୍ୟପକ୍ଷରେ ପ୍ରାକ୍‌ ମୌସୁମୀ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ଯୋଗୁ ଚଳିତ ମାସରେ ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ରାଜସ୍ଥାନରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ଓଡ଼ିଶା ଭଳି କିଛି ରାଜ୍ୟର ଚାଷୀ ଚାଷ ପାଇଁ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରନ୍ତି। ସେହିପରି ଆଖୁ ଓ କପା ଚାଷ ପାଇଁ ଚାଷୀମାନେ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ତେବେ ଏଥର ସ୍ୱଳ୍ପ ବୃଷ୍ଟିପାତ ଚାଷୀର ଚିନ୍ତା ବଢ଼ାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos