ଟପ୍‌ରେ ବସି ନଦୀ ପାର୍‌ ହେଲେ ଗର୍ଭବତୀ, ଜନ୍ମ ହେଲା ମୃତ ଶିଶୁ

ରାୟପୁର: ପୁଣିଥରେ ଆମ ଦେଶରେ ଥିବା ବିଚିତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସିଛି। ଛତିଶଗଡ଼ରେ ଜଣେ ଗର୍ଭବତୀଙ୍କୁ ଲୋକମାନେ ଗୋଟିଏ ଟପ୍‌ ଦ୍ୱାରା ନଦୀ ପାର କରି ହସ୍ପିଟାଲରେ ପହଞ୍ଚାଇବାର ଦୃଶ୍ୟ ସାମ୍ନାକୁ ଆସିଛି। ହସ୍ପିଟାଲରେ ପହଞ୍ଚିବା ପରେ ମହିଳା ଜଣଙ୍କ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି।

ବିଜାପୁରର ଗୋରଲାରେ ରହୁଥିବା ଲକ୍ଷ୍ମୀ ୟାଲାମ ଗର୍ଭବତୀ ଥିଲେ। ସେ ରହୁଥିବା ସ୍ଥାନକୁ କୌଣସି ଉପଯୁକ୍ତ ରାସ୍ତା କିମ୍ବା ବ୍ରିଜ୍‌ ନଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଗୋଟିଏ ଟପ୍‌(ରୋଷେଇ ହେଉଥିବା ପାତ୍ର) ଦ୍ୱାରା ଚିନ୍ତାୱାଗୁ ନଦୀ ପାର କରାଇଥିଲେ। ଏହାପରେ ତାଙ୍କୁ ଭୋପାଲପାଟନମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ହସ୍ପିଟାଲରେ ସେ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି।

ଲକ୍ଷ୍ମୀଙ୍କ ଭଉଣୀ କହିଛନ୍ତି, “ଆମେ ଗାଁ ଠାରୁ ୧୫ କିମି ଦୂରରେ ଥିବା ହସ୍ପିଟାଲକୁ ନେଇଥିଲୁ। ଏହାର ଗୋଟିଏ ଦିନ ପରେ ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ହେଲେ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସ ତାଙ୍କର କୌଣସି ଯତ୍ନ ନେଇ ନଥିଲେ। ଏପରି କି ସେମାନେ ଡେଲିଭରୀର ସମୟ ହୋଇ ନଥିବା କହିଥିଲେ। ସେମାନଙ୍କ ଡ୍ୟୁଟି ସରିବା ପରେ ନୂଆ ଡାକ୍ତର ଓ ନର୍ସ ଆସିଥିଲେ। ସେମାନେ ମୋ ଭଉଣୀଙ୍କୁ ଲେବର ରୁମକୁ ନେଇଥିଲେ। ସେଠାରେ ସିଏ ମୃତ ଶିଶୁକୁ ଜନ୍ମ ଦେଇଛି।”

ଘଟଣା ସାମ୍ନାକୁ ଆସିବା ପରେ ବିଏମଓ ସଂପୃକ୍ତ ଡାକ୍ତର ଓ ନର୍ସଙ୍କୁ ନୋଟିସ ଜାରି କରିଛନ୍ତି। ଜବାବ ମିଳିବା ପରେ ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତା’ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ପରଲୋକରେ ବାଚସ୍ପତି ଓମ୍ ବିର୍ଲାଙ୍କ ବାପା

ଏଫଟିଆଇଆଇର ସଭାପତି ନେଲେ ଫିଲ୍ମ ନିର୍ମାତା ଶେଖର କପୁର

ରିୟାଙ୍କୁ ଆଜି ବି ମିଳିଲାନି ଜାମିନ

ଚାଇନାର ନୂଆ ଚାଲକୁ ଜୋରଦାର ବିରୋଧ କଲା ଭାରତ, କହିଲା ୧୯୫୯ କଥା ମାନିବୁନି

ଦୁର୍ଗାଙ୍କ ବେଶରେ ଫଟୋ ଉଠାଇବାରୁ ନୁସରତଙ୍କୁ ଧମକ

ଗିଲଗିଟ-ବାଲଟିସ୍ତାନରେ ନିର୍ବାଚନ କରିବ ପାକିସ୍ତାନ, ଭାରତର ବିରୋଧ

ଗଣଦୁଷ୍କର୍ମ ପରେ ମହିଳାଙ୍କ ଜିଭ କାଟିବା ମାମଲା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପୀଡ଼ିତା

ସୁଶାନ୍ତଙ୍କ ଏଭଳି ଭିଡିଓ ଶେୟାର କଲେ ଫ୍ୟାନ୍, ଅଙ୍କିତା କହିଲେ ଡିଲିଟ୍ କର

ଆଉ ଜଣେ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କରୋନା ଡରରେ କନ୍ୟାଙ୍କୁ ଏମିତି ଲଗାଗଲା ହଳଦୀ

ନୂଆ କୃଷି ଆଇନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କଳାଧନ ସମ୍ପର୍କରେ ଦେଲେ ବୟାନ

ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ଡେଇଁଲା, ଦିନକରେ ୭୦ ହଜାର ଆକ୍ରାନ୍ତ