ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା, ବିଜେପି ଓ ଟିଏମସି କର୍ମୀ ମୃତ

କୋଲକାତା: ରବିବାର ପଶ୍ଚିମବଙ୍ଗର ୮ଟି ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି। ତେବେ ଭୋଟିଂ ପୂର୍ବରୁ ପୁଣିଥରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି। ଆଜି ମତାଦାନ ପୂର୍ବରୁ ଜଣେ ଟିଏମସି କର୍ମୀ ଏବଂ ଜଣେ ବିଜେପି କର୍ମୀଙ୍କ ମୃତଦେହ ମିଳିବା ପରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ବିଜେପିର ରାମେନ୍‌ ସିଂହ ଓ ଟିଏମସିର ସୁଧାକର ମାଇତିଙ୍କ ମୃତଦେହ ଆଜି ଭୋରରୁ ଯଥାକ୍ରମେ ଗୋପିବଲ୍ଲଭପୁର ଏବଂ କଣ୍ଟାଇରୁ ମିଳିଥିଲା। ଶ୍ରୀ […]

saqa

saqa

Hemant Lenka
  • Published: Sunday, 12 May 2019
  • Updated: 12 May 2019, 06:28 PM IST

Sports

Latest News

କୋଲକାତା: ରବିବାର ପଶ୍ଚିମବଙ୍ଗର ୮ଟି ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି। ତେବେ ଭୋଟିଂ ପୂର୍ବରୁ ପୁଣିଥରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି। ଆଜି ମତାଦାନ ପୂର୍ବରୁ ଜଣେ ଟିଏମସି କର୍ମୀ ଏବଂ ଜଣେ ବିଜେପି କର୍ମୀଙ୍କ ମୃତଦେହ ମିଳିବା ପରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଛି।

ବିଜେପିର ରାମେନ୍‌ ସିଂହ ଓ ଟିଏମସିର ସୁଧାକର ମାଇତିଙ୍କ ମୃତଦେହ ଆଜି ଭୋରରୁ ଯଥାକ୍ରମେ ଗୋପିବଲ୍ଲଭପୁର ଏବଂ କଣ୍ଟାଇରୁ ମିଳିଥିଲା। ଶ୍ରୀ ସିଂହ ବିଜେପିର ବୁଥ ସଭାପତି ହୋଇଥିବା ବେଳେ ମାଇତି ହେଉଛନ୍ତି ଟିଏମସିର ଜଣେ କର୍ମୀ। ଆଜି ଗୋପିବଲ୍ଲଭପୁରର ଝରଗ୍ରାମ ଓ କଣ୍ଟାଇର ମେଦିନାପୁରରେ ଭୋଟ ହେଉଛି। ତେବେ କେଉଁ ପରିସ୍ଥିତିରେ ଏମାନଙ୍କ ମୃତ୍ୟୁ ହୋଇଛି ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos