ଗାନ୍ଧି ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ସାରା ଦେଶ ପାଳନ କରୁଛି ତାଙ୍କର ୧୪୮ତମ ଜୟନ୍ତୀ। ୧୮୬୯ ମସିହାରେ ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧି ଗୁଜରାଟର ପୋରବନ୍ଦରରେ ଜନ୍ମ ହୋଇଥିଲେ। ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀର ରାଜଘାଟରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜଘାଟ ହେଉଛି ଗାନ୍ଧିଜୀଙ୍କ ସମାଧିସ୍ଥଳ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ପ୍ରମୁଖ ରାଜଘାଟ […]

image

image

Rakesh Mallick
  • Published: Monday, 02 October 2017
  • Updated: 02 October 2017, 06:57 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ସାରା ଦେଶ ପାଳନ କରୁଛି ତାଙ୍କର ୧୪୮ତମ ଜୟନ୍ତୀ। ୧୮୬୯ ମସିହାରେ ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧି ଗୁଜରାଟର ପୋରବନ୍ଦରରେ ଜନ୍ମ ହୋଇଥିଲେ।

rajghat

ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀର ରାଜଘାଟରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜଘାଟ ହେଉଛି ଗାନ୍ଧିଜୀଙ୍କ ସମାଧିସ୍ଥଳ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ପ୍ରମୁଖ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ରାଜଘାଟ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଲେଖିଥିଲେ,“ଗାନ୍ଧି ଜୟନ୍ତୀରେ ବାପୁଙ୍କୁ ଶତ ଶତ ପ୍ରଣାମ।”

PM

ସେହିପରି ଆଜି ହେଉଛି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୧୩ତମ ଜୟନ୍ତୀ। ୧୯୦୪ ମସିହାରେ ଉତ୍ତର ପ୍ରଦେଶର ମୁଗଲସରାଇର ଏକ ଗରିବ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ୧୯୬୬ ମସିହା ୧୧ ତାରିଖରେ ଉଜ୍‌ବେକିସ୍ତାନର ତାସକେଣ୍ଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଇଥିଲା। ମରଣୋତ୍ତର ଭାବେ ଦେଶର ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ଆଜି ଦିନରେ ସାରା ଦେଶବାସୀ ତାଙ୍କୁ ମନେ ପକାଉଛି। ଆଜି ତାଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଜୟଘାଟ ସ୍ଥିତ ତାଙ୍କ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos