ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ପରିସରେ ସ୍ୱାମୀ ବିବେକାନନ୍ଦଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସନ୍ଧ୍ୟାରେ ସେ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉନ୍ମୋଚନ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଉଦବୋଧନ ଦେଇ ସେ କହିଛନ୍ତି, “ଔପନିବେଶିକ ଶାସନ ବେଳେ ଆମ ସ୍ୱରକୁ ଯେତେବେଳେ ଚାପି ଦିଆଯାଉଥିଲା ସେତେବେଳେ ସ୍ୱାମୀ ବିବେକାନନ୍ଦ ମିଚିଗାନ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ସେ କହିଥିଲେ ଏବେକାର […]

m

m

Hemant Lenka
  • Published: Thursday, 12 November 2020
  • Updated: 12 November 2020, 08:16 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ପରିସରେ ସ୍ୱାମୀ ବିବେକାନନ୍ଦଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସନ୍ଧ୍ୟାରେ ସେ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉନ୍ମୋଚନ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ଉଦବୋଧନ ଦେଇ ସେ କହିଛନ୍ତି, “ଔପନିବେଶିକ ଶାସନ ବେଳେ ଆମ ସ୍ୱରକୁ ଯେତେବେଳେ ଚାପି ଦିଆଯାଉଥିଲା ସେତେବେଳେ ସ୍ୱାମୀ ବିବେକାନନ୍ଦ ମିଚିଗାନ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ସେ କହିଥିଲେ ଏବେକାର ସମୟ ଆପଣଙ୍କର ଚାଲିଛି, ପରବର୍ତ୍ତୀ ଶତାବ୍ବୀ ଭାରତର ହେବ। ତେଣୁ ଏବେ ଆମର କର୍ତ୍ତବ୍ୟ ହେଉଛି ବିବେକାନନ୍ଦଙ୍କ ଆଦର୍ଶକୁ ଠିକ୍‌ ଭାବେ ପ୍ରତିପାଦନ କରିବା।

ଆଜି ଉନ୍ମୋଚିତ ହୋଇଥିବା ବିବେକାନନ୍ଦଙ୍କ ଷ୍ଟାଚ୍ୟୁକୁ ଦେଖିଲେ ସମସ୍ତଙ୍କ ମଧ୍ୟରେ ସାହାସ ଓ ସଂଯମତା ଗୁଣ ବୃଦ୍ଧି ପାଇବ। ସ୍ୱାମୀ ବିବେକାନନ୍ଦ ଚାହୁଁଥିଲେ ଯେ ଦେଶର ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କୁ ଆତ୍ମବିଶ୍ୱାସ ଯୋଗାଇ ଦେଉ ଓ ସେମାନଙ୍କୁ ଆତ୍ମନିର୍ଭର କରୁ। ଏବେ ପ୍ରଚଳିତ ହୋଇଥିବା ଜାତୀୟ ଶିକ୍ଷା ନୀତି ତା’କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।

ଆମ ଯୁବଗୋଷ୍ଠୀ ସାରା ବିଶ୍ୱରେ ଭାରତର ସଂସ୍କୃତି ଓ ପରମ୍ପରାକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ବ୍ରାଣ୍ଡ ଇଣ୍ଡିଆ ଏବେ ବିଶ୍ୱରେ ବ୍ରାଣ୍ଡ ଆମ୍ବାସାଡାର ହୋଇଛି। ଆଜି ଦେଶ ଆତ୍ମନିର୍ଭର ଦିଗରେ ସଫଳତାର ସହ ଆଗେଇ ଚାଲିଛି।” ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ମଧ୍ୟ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos