ମାସେ ଭିତରେ ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ

ନୂଆଦିଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମାସକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ମିଳିଛି। ଅଗଷ୍ଟ ୧ ତାରିଖ ସୁଦ୍ଧା ସେ ଘର ଖାଲି ନ କଲେ, ତାଙ୍କୁ ଫାଇନ୍‌ ଦେବାକୁ ପଡ଼ିବ ବୋଲି ଆଜି ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରିୟଙ୍କାଙ୍କୁ ନୋଟିସ କରାଯାଇଛି।

ଦିଲ୍ଲୀର ୩୫ ଲୋଧି ଇଷ୍ଟେଟ ବଙ୍ଗଳା ସରକାରଙ୍କ ପକ୍ଷରୁ ପ୍ରିୟଙ୍କାଙ୍କ ନାଁରେ ଆଲୋଟମେଣ୍ଟ ହୋଇଥିଲା। କିନ୍ତୁ ସରକାର ଏହାକୁ ରଦ୍ଦ କରିଦେଇଛନ୍ତି। ଫଳରେ ପ୍ରିୟଙ୍କାଙ୍କୁ ଅଗଷ୍ଟ ୧ ପୂର୍ବରୁ ବଙ୍ଗଳା ଖାଲି କରିବାକୁ ପଡ଼ିବ।

୨୦୧୯ ନଭେମ୍ବର ମାସରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସରକାର ଯୋଗାଇ ଦେଉଥିବା ଏସପିଜି ସୁରକ୍ଷା ବଳୟକୁ ପ୍ରତ୍ୟାହାର କରି ନେଇଥିଲେ। ଏହା ବଦଳରେ ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି।

ନିୟମ ଅନୁସାରେ ଦେଶରେ ଯେଉଁମାନଙ୍କୁ ଏସପିଜି ସୁରକ୍ଷା ମିଳିବ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ରହିବା ପାଇଁ ବଙ୍ଗଳା ମଧ୍ୟ ମିଳିବ। ଏହି କ୍ରମରେ ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଥ୍ରୀ-ରୁମ ଟାଇପ୍ ଭିଆଇ ବଙ୍ଗଳାରେ ରହୁଥିଲେ। କିନ୍ତୁ ୨୦୧୯ ନଭେମ୍ବର ମାସରେ କାହାକୁ ଏସପିଜି ସୁରକ୍ଷା ମିଳିବ, ସେନେଇ ମୋଦି ସରକାର ନୂଆ ନିୟମ ପ୍ରଣୟନ କରିଥିଲେ।

ଏହି ନିୟମ ଅନୁଯାୟୀ, କେବଳ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ୫ ବର୍ଷ ଯାଏ ଏସପିଜି ସୁରକ୍ଷା ମିଳିବ। ଏହି ନିୟମ ବଳରେ ଗାନ୍ଧି ପରିବାରର ସଦସ୍ୟ ଯଥା-ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ଗାନ୍ଧି ପରିବାର ସଦସ୍ୟଙ୍କୁ ସୁରକ୍ଷା ଦୃଷ୍ଟିରୁ ଏସପିଜି ସୁରକ୍ଷା ମିଳୁଥିଲା। ହେଲେ ଏବେ ଏହା ବଦଳି ଯାଇଛି।

ଆହୁରି ପଢ଼ନ୍ତୁ

ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାଁରେ ଯୋଡ଼ି ହେଲା ଏହି ୩ ରେକର୍ଡ

୫ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକେ ଆଜି ଆମିଷ ଖାଆନ୍ତୁ ନାହିଁ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

ଭିକ ମାଗି ପେଟ ପୋଷୁଛନ୍ତି ଶିକ୍ଷକ ପ୍ରଫୁଲ୍ଲ ମିଶ୍ର

୪ ଅଗଷ୍ଟ, ମଙ୍ଗଳବାର: ବ୍ୟସ୍ତତା ଭିତରେ ଦିନଟି କଟିବ

କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ

ପରିବେଶ ଧ୍ୱଂସ କରିବାକୁ ନିୟମ ହେବ !

ଭୂମି ପୂଜନ ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ବ୍ୟତୀତ ଏହି ୩ ଜଣଙ୍କ ନାଁ

ବୁଧବାର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଯୋଗଦେଇଥିଲେ ଶାହ

୩ ଅଗଷ୍ଟ, ସୋମବାର: ଜଗିରଖି କାର୍ଯ୍ୟ କରନ୍ତୁ