ହୃଦୟ ଜିତିଲେ ପ୍ରିୟଙ୍କା, ଅସୁସ୍ଥ ଶିଶୁକୁ ବିମାନରେ ଏମ୍ସ ପଠାଇଲେ

ନୂଆଦିଲ୍ଲୀ: ଟ୍ୟୁମର ରୋଗରେ ପୀଡ଼ିତ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଏକ ଘରୋଇ ବିମାନରେ ଦିଲ୍ଲୀ ସ୍ଥିତ ଏମ୍ସକୁ ପଠାଇବାର ବ୍ୟବସ୍ଥା କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଖୁବ ପ୍ରଶଂସା ସାଉଣ୍ଟିଛନ୍ତି। ଶିଶୁକନ୍ୟାଟି ପୂର୍ବରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା କମଳା ନେହରୁ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲା। ତେବେ ତା’ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କ ଉତ୍ତମ ଚିକିତ୍ସା ପାଇଁ ଏମ୍ସ ପଠାଇବାକୁ କହିଥିଲେ। ହେଲେ ଗରିବ ପରିବାରର ଏହି ଶିଶୁକନ୍ୟାକୁ କେମିତି […]

er

er

Hemant Lenka
  • Published: Saturday, 11 May 2019
  • Updated: 11 May 2019, 05:38 PM IST

Sports

Latest News

ନୂଆଦିଲ୍ଲୀ: ଟ୍ୟୁମର ରୋଗରେ ପୀଡ଼ିତ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଏକ ଘରୋଇ ବିମାନରେ ଦିଲ୍ଲୀ ସ୍ଥିତ ଏମ୍ସକୁ ପଠାଇବାର ବ୍ୟବସ୍ଥା କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଖୁବ ପ୍ରଶଂସା ସାଉଣ୍ଟିଛନ୍ତି। ଶିଶୁକନ୍ୟାଟି ପୂର୍ବରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା କମଳା ନେହରୁ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲା।

ତେବେ ତା' ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କ ଉତ୍ତମ ଚିକିତ୍ସା ପାଇଁ ଏମ୍ସ ପଠାଇବାକୁ କହିଥିଲେ। ହେଲେ ଗରିବ ପରିବାରର ଏହି ଶିଶୁକନ୍ୟାକୁ କେମିତି ଏମ୍ସକୁ ତୁରନ୍ତ ସ୍ଥାନାନ୍ତର କରିହେବ, ତା'କୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଥିଲା।

କଂଗ୍ରେସ ପାଇଁ ଉତ୍ତର ପ୍ରଦେଶରେ ପ୍ରଚାର କରୁଥିବା ରାଜୀବ ଶୁକ୍ଳା ଏ ବିଷୟରେ ଖବର ପାଇ ପ୍ରିୟଙ୍କାଙ୍କୁ ଏଥିରେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ପ୍ରିୟଙ୍କା ଖବର ପାଇବା କ୍ଷଣି ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ। ସେ ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ଶିଶୁକନ୍ୟା ଏବଂ ତାଙ୍କ ପରିବାରକୁ ଏକ ଘରୋଇ ବିମାନରେ ଦିଲ୍ଲୀ ଏମ୍ସକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos