୨୦୨୨ରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ ଲଢ଼ିବ କଂଗ୍ରେସ!

ଲକ୍ଷ୍ନୌ: ଆସନ୍ତା ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ କଂଗ୍ରେସ। ଖାଲି ସେତିକି ନୁହେଁ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ହିଁ କଂଗ୍ରେସର ପ୍ରଚାର ମଙ୍ଗ ସମ୍ଭାଳିବେ। ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) କଂଗ୍ରେସ ସହ କୌଣସି ପ୍ରକାରର ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଏଭଳି ଖବର ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କଂଗ୍ରେସ ଏବେଠାରୁ […]

ug

ug

Hemant Lenka
  • Published: Monday, 16 November 2020
  • Updated: 16 November 2020, 06:16 PM IST

ଲକ୍ଷ୍ନୌ: ଆସନ୍ତା ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ କଂଗ୍ରେସ। ଖାଲି ସେତିକି ନୁହେଁ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ହିଁ କଂଗ୍ରେସର ପ୍ରଚାର ମଙ୍ଗ ସମ୍ଭାଳିବେ। ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) କଂଗ୍ରେସ ସହ କୌଣସି ପ୍ରକାରର ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଏଭଳି ଖବର ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କଂଗ୍ରେସ ଏବେଠାରୁ ୨୦୨୨ ମସିହା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ଏଥର ଏକାକୀ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ହିଁ ମଇଦାନକୁ ଓହ୍ଲାଇବ। ଖୁବଶୀଘ୍ର ପ୍ରିୟଙ୍କା ଲକ୍ଷ୍ନୌ ଠାରୁ ଆସନ୍ତା ନିର୍ବାଚନ ପାଇଁ ବିଗୁଲ ବଜାଇବେ।

ନିକଟରେ ଉତ୍ତର ପ୍ରଦେଶର ୭ଟି ଆସନରେ ଉପ ନିର୍ବାଚନ ହୋଇଥିଲା। କଂଗ୍ରେସ ୬ଟି ଆସନରେ ପ୍ରାର୍ଥୀ ଦେଇଥିଲେ ହେଁ ଗୋଟିଏ ବି ଜିତି ପାରିନାହିଁ। ତେବେ ଦଳ ଦୁଇଟି ଆସନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି ଦ୍ୱିତୀୟରେ ରହିଥିଲା। ଉପ ନିର୍ବାଚନରେ ବିଜେପି ଖାତାକୁ ୬ଟି ଆସନ ଯାଇଥିବା ବେଳେ ସପା ଗୋଟିଏରେ ବାଜିମାତ କରିଛି।

ଉପ ନିର୍ବାଚନ ବେଳେ ପ୍ରିୟଙ୍କା ଆଦୌ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନଥିଲେ। କିନ୍ତୁ ବିଜେପି ପକ୍ଷରୁ ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ବିଜେପିର ଏହି ରଣନୀତି ମଧ୍ୟ କାମ ଦେଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରିୟଙ୍କା ଲକ୍ଷ୍ନୌରେ ଥିବା କଂଗ୍ରେସର ମୁଖ୍ୟାଳୟକୁ ୨୦୧୯ ଡିସେମ୍ବର ପରଠାରୁ ଯାଇ ନାହାନ୍ତି। ସେହିପରି ପ୍ରିୟଙ୍କା ଉତ୍ତର ପ୍ରଦେଶକୁ ମାତ୍ର ଦୁଇ ଥର ଯାଇଛନ୍ତି। ଆଜମଗଡ଼ରେ ସିଏଏ ବିରୋଧରେ ଆନ୍ଦୋଳନ କରି ଆହତ ହୋଇଥିବା ଲୋକଙ୍କୁ ଫେବୃଆରୀ ମାସରେ ଓ ହାଥରସ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ସେ ଦୁଇ ଥର ଉତ୍ତର ପ୍ରଦେଶ ଯାଇଥିଲେ। ଏହି ସମୟରେ ସେ ଦଳୀୟ ମୁଖ୍ୟାଳୟକୁ ଯାଇ ନଥିଲେ। ତଥାପି ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ କଂଗ୍ରେସ ଏକାକୀ ଉତ୍ତର ପ୍ରଦେଶ ନିର୍ବାଚନ ଲଢ଼ିବାକୁ ଲକ୍ଷ୍ୟ ରଖିଛି।

୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ସପା ମିଳିତ ଭାବେ ଲଢ଼େଇ କରିଥିଲେ। ହେଲେ ଏହି ମେଣ୍ଟ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲା। ଏହାକୁ ଦୃଷ୍ଟିରେ ରଖି ସପା ମଧ୍ୟ ୨୦୨୨ରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବୋଲି କହି ସାରିଛି।

ଅଖିଲେଶ ଯାଦବ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୨୦୨୨ରେ ସପା ଛୋଟ ଦଳ ସହ ସିଟ୍‌ ବୁଝାମଣା କରିପାରେ। ହେଲେ ବଡ଼ ପାର୍ଟିଗୁଡ଼ିକ ସହ କୌଣସି ପ୍ରକାରର ମେଣ୍ଟ ହେବନାହିଁ। ଅବଶ୍ୟ ସେ କଂଗ୍ରେସ ନାଁ ନେଇନାହାନ୍ତି। କିନ୍ତୁ ତାଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ ସପା ପକ୍ଷରୁ କଂଗ୍ରେସ କିମ୍ବା ମାୟାବତୀଙ୍କ ବିଏସ୍‌ପି ସହ କୌଣସି ପ୍ରକାରର ମେଣ୍ଟ କରାଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story