ଭିନ୍ନ ଏକ ଚିତ୍ର: ପୁଲିସ୍‌କୁ ପ୍ରସାଦ ବାଣ୍ଟିଲେ ଆନ୍ଦୋଳନ କରୁଥିବା ଚାଷୀ

ନୂଆଦିଲ୍ଲୀ: ଗୁରୁ ନାନକ ଦେବଙ୍କ ଜନ୍ମ ବାର୍ଷିକରେ ଆଜି ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି। ଚାଷୀଙ୍କ ଦିଲ୍ଲୀରେ ନ ପୂରାଇ ଦେବା ପାଇଁ ନିୟୋଜିତ ହୋଇଥିବା ପୁଲିସ୍‌ କର୍ମଚାରୀଙ୍କୁ କୃଷକମାନେ ପ୍ରସାଦ ଦେଇ ଆପାୟିତ କରିଛନ୍ତି। ଏହି ପୁଲିସ୍‌ କର୍ମଚାରୀମାନେ ଚାଷୀଙ୍କୁ କିଛି ଦିନ ତଳେ ବିକ୍ଷୋଭ କରିବା ବେଳେ ପାଣି ମାଡ଼ କରିବା ସହ ଲାଠି ଚାର୍ଜ କରିଥିଲେ। ହେଲେ ଆଜି ଚାଷୀମାନେ ଗୁରୁ ନାନକ ଦେବଙ୍କ ୫୫୧ ତମ ଜନ୍ମ ଦିନରେ ସମସ୍ତଙ୍କୁ […]

ff

ff

Hemant Lenka
  • Published: Monday, 30 November 2020
  • Updated: 30 November 2020, 05:01 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁ ନାନକ ଦେବଙ୍କ ଜନ୍ମ ବାର୍ଷିକରେ ଆଜି ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି। ଚାଷୀଙ୍କ ଦିଲ୍ଲୀରେ ନ ପୂରାଇ ଦେବା ପାଇଁ ନିୟୋଜିତ ହୋଇଥିବା ପୁଲିସ୍‌ କର୍ମଚାରୀଙ୍କୁ କୃଷକମାନେ ପ୍ରସାଦ ଦେଇ ଆପାୟିତ କରିଛନ୍ତି। ଏହି ପୁଲିସ୍‌ କର୍ମଚାରୀମାନେ ଚାଷୀଙ୍କୁ କିଛି ଦିନ ତଳେ ବିକ୍ଷୋଭ କରିବା ବେଳେ ପାଣି ମାଡ଼ କରିବା ସହ ଲାଠି ଚାର୍ଜ କରିଥିଲେ।

ହେଲେ ଆଜି ଚାଷୀମାନେ ଗୁରୁ ନାନକ ଦେବଙ୍କ ୫୫୧ ତମ ଜନ୍ମ ଦିନରେ ସମସ୍ତଙ୍କୁ ପ୍ରସାଦ ବାଣ୍ଟିଛନ୍ତି। ପୁଲିସ୍‌ କର୍ମଚାରୀମାନେ ମଧ୍ୟ ବେଶ ଆନନ୍ଦରେ ଏହାକୁ ଗ୍ରହଣ କରିଛନ୍ତି। ଖାଲି ସେତିକି ନୁହେଁ, ଗୁରୁ ନାନକ ଦେବଙ୍କ ଜନ୍ମ ଦିନରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ପ୍ରାର୍ଥନା ମଧ୍ୟ କରିଥିବା ଦେଖିବାକୁ ମିଳିଛି।

କେନ୍ଦ୍ରର କୃଷି ଆଇନ ବିରୋଧରେ ଲକ୍ଷାଧିକ ଚାଷୀ ସିଙ୍ଘୁ ଓ ଟିକରି ସୀମାରେ ୫ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ଦିଲ୍ଲୀରେ ଭର୍ତ୍ତି କରାଇ ନ ଦେବା ପାଇଁ ସୀମାରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଭାରତୀୟ କିଷାନ ୟୁନିଅନର ସଭାପତି ମନଜୀତ ସିଂହ କହିଛନ୍ତି, ଆଜିର ଦିନ ଆମ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ। ଆମେ ଆଜି ବହୁତ ଭାଗ୍ୟବାନ ଯେ ଆଜିର ଦିନରେ ଗୁରୁ ନାନକ ଦେବ ଜନ୍ମ ଗ୍ରହଣ କରିଥିଲେ।


ପଞ୍ଜାବରେ ଆମେ ଗୁରୁପର୍ବକୁ ବେଶ ଜାକଜମକରେ ପାଳନ କରୁ। ଏହା ଆମ ସଂସ୍କାର। ଆଜି ମଧ୍ୟ ଆମେ ସମାନ ଢଙ୍ଗରେ ଗୁରୁପର୍ବ ପାଳନ କରିବୁ। ସନ୍ଧ୍ୟାରେ ଜଟବନ୍ଦୀ କିର୍ତ୍ତନ କରିବେ ଓ ଷ୍ଟେଜ ଉପରେ ଅରଦାସ ହେବ। ସେହିପରି ଦୀପମାଳର ମଧ୍ୟ ଆୟୋଜନ କରାଯିବ।

ଏଠାରେ ଥିବା ଟ୍ରାକ୍ଟର ଓ ଟ୍ରଲିରେ ଚାଷୀମାନେ ଦୀପ ଏବଂ ମହମବତୀ ଜାଳିବେ। ଆଜି ଆମେ ଗୁରୁ ନାନକ ଦେବଙ୍କ ନିକଟରେ ପ୍ରାର୍ଥନା କରିବୁ ଯେ ସେ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ଓ ସରକାର ଏହି କଳା ଆଇନକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos