ପ୍ରଥମ ରାଜ୍ୟ ଭାବେ କୃଷି ଆଇନକୁ ପ୍ରତ୍ୟାଖ୍ୟାନ କରିବ ପଞ୍ଜାବ, ଆଣିବ ସ୍ୱତନ୍ତ୍ର ବିଲ

ଚଣ୍ଡିଗଡ଼: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନରୁ ସମଗ୍ର ଦେଶରେ ବିରୋଧ କରାଯାଉଛି। ବିଶେଷ କରି ପଞ୍ଜାବ ଓ ହରିଆଣାରେ ଚାଷୀମାନେ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ଏସବୁ ଭିତରେ ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସ୍ୱତନ୍ତ୍ର ବିଲ୍‌ ମାଧ୍ୟମରେ ଏହି ନୂଆ କୃଷି ଆଇନକୁ ପ୍ରତ୍ୟାଖ୍ୟାନ କରିବ। ଏନେଇ ରାଜ୍ୟରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ବସିବ। ଅକ୍ଟୋବର ୧୯ରେ ସରକାର ବିଧାନସଭା ଅଧିବେଶନ ଡାକିବେ ବୋଲି ଆଜି କହିଛନ୍ତି। କୃଷି ଆଇନ ସମ୍ପର୍କରେ […]

s

s

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 08:19 PM IST

Sports

Latest News

ଚଣ୍ଡିଗଡ଼: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନରୁ ସମଗ୍ର ଦେଶରେ ବିରୋଧ କରାଯାଉଛି। ବିଶେଷ କରି ପଞ୍ଜାବ ଓ ହରିଆଣାରେ ଚାଷୀମାନେ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ଏସବୁ ଭିତରେ ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସ୍ୱତନ୍ତ୍ର ବିଲ୍‌ ମାଧ୍ୟମରେ ଏହି ନୂଆ କୃଷି ଆଇନକୁ ପ୍ରତ୍ୟାଖ୍ୟାନ କରିବ। ଏନେଇ ରାଜ୍ୟରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ବସିବ। ଅକ୍ଟୋବର ୧୯ରେ ସରକାର ବିଧାନସଭା ଅଧିବେଶନ ଡାକିବେ ବୋଲି ଆଜି କହିଛନ୍ତି।

କୃଷି ଆଇନ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ଏହି କୃଷି ଆଇନକୁ ପ୍ରତ୍ୟାଖ୍ୟାନ କରିବାକୁ ନିଷ୍ପତ୍ତି ହୋଇଛି। ଏହାପୂର୍ବରୁ ଅଗଷ୍ଟ ୨୮ରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ କୃଷି ଆଇନକୁ ବିରୋଧ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା।

ଅକ୍ଟୋବର ୧୯ରେ ହେବାକୁ ଥିବା ବିଧାନସଭା ଅଧିବେଶନରେ କୃଷି ଆଇନ ବିରୋଧୀ ବିଲ୍‌ ପାରିତ କରିବା ପାଇଁ ସରକାରଙ୍କ ପଲ୍ଲାଭାରୀ ରହିଛି। କାରଣ ଶାସକ କଂଗ୍ରେସ ବିଧାୟକଙ୍କ ବ୍ୟତୀତ କେନ୍ଦ୍ରର ନୂଆ କୃଷି ଆଇନକୁ ଅକାଳୀ ଦଳ ମଧ୍ୟ ବିରୋଧ କରୁଛି। କେନ୍ଦ୍ରରେ ବିଜେପିର ସହଯୋଗ କରିଥିବା ଅକାଳୀ ଦଳ ପ୍ରଥମେ କୃଷି ଆଇନକୁ ସମର୍ଥନ କରିଥିଲା।

ହେଲେ ପଞ୍ଜାବ ଓ ହରିଆଣାରେ ଚାଷୀ ଆନ୍ଦୋଳନ ତୀବ୍ର ହେବାରୁ ଅକାଳୀ ଦଳ ୟୁ-ଟର୍ଣ୍ଣ ନେଇଥିଲା। ଏଥିସହ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଥିବା ଅକାଳୀ ନେତ୍ରୀ ହରସମିରତ କୌର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଅକାଳୀ ଦଳ ଏନଡିଏରୁ ଓହରି ଯାଇଥିଲେ। ତେଣୁ ବିଧାନସଭାରେ କଂଗ୍ରେସ ନେତୃତ୍ୱାଧୀନ ସରକାର କୃଷି ଆଇନକୁ ବିରୋଧ କରି ଆଣିବାକୁ ଥିବା ବିଲ୍‌କୁ ଅକାଳୀ ଦଳ ସମର୍ଥନ କରିବ।

ଏହାପୂର୍ବରୁ କଂଗ୍ରେସ ଫୁଲ ଦମରେ କେନ୍ଦ୍ର ସରକାର ଆଣିଥିବା ଚାଷୀ ଆଇନକୁ ବିରୋଧ କରିବ ବୋଲି ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos