ଦ୍ୱିତୀୟ ଦିନରେ ରିୟାଙ୍କୁ ଜେରା କରୁଛି ସିବିଆଇ, କ’ଣ ସବୁ ପଚାରୁଛି ଜାଣନ୍ତୁ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସିବିଆଇ ଦ୍ୱିତୀୟ ଦିନ ପାଇଁ ଜେରା କରୁଛି। ଗତକାଲି ରିୟାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଜି ସକାଳୁ ପୁଣିଥରେ ରିୟାଙ୍କୁ ଜେରା କରିବାକୁ ସିବିଆଇ ସମନ କରିଥିଲା। ନୋଟିସ ପାଇବା ପରେ ପ୍ରାୟ ମଧ୍ୟାହ୍ନ ସମୟରେ ରିୟା ସିବିଆଇର ଅସ୍ଥାୟୀ ଠିକଣା ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ।

ଏହାପରେ ତାଙ୍କୁ ସିବିଆଇ ଅଧିକାରୀ ନୂପୁର ପ୍ରସାଦ ଜେରା ଆରମ୍ଭ କରିଛନ୍ତି। ଆଜି ରିୟାଙ୍କୁ ସୁଶାନ୍ତଙ୍କ ମାନସିକ ରୋଗ ସମ୍ପର୍କରେ ବିସ୍ତୃତ ଭାବେ ପଚାରାଯାଉଛି। ସେହିପରି ସୁଶାନ୍ତଙ୍କ ବାପା କେକେ ସିଂହ ଆଣିଥିବା ଅଭିଯୋଗ ଓ ଡ୍ରଗ୍ସ କାରବାର ସମ୍ପର୍କରେ ଆଜି ରିୟାଙ୍କୁ ସିବିଆଇ ପଚାରଉଚରା କରୁଛି।

ତେବେ ଦ୍ୱିତୀୟ ଦିନରେ ରିୟାଙ୍କୁ ସିବିଆଇ କେଉଁ ସବୁ ପ୍ରଶ୍ନ ପଚାରୁଛି ଆସନ୍ତୁ ଜାଣିବା-

୧-କ’ଣ ସୁଶାନ୍ତଙ୍କର କିଛି ମାନସିକ ରୋଗରେ ପୀଡ଼ିତ ଥିଲେ କି?

୨-ଆପଣ କେତେବେଳେ ଜାଣିଲେ ଯେ ସେ ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି?

୩-ଏହି ରୋଗର ଚିକିତ୍ସା ପାଇଁ ଆପଣ କେବେ ତାଙ୍କ ସହ କେଉଁ ଡାକ୍ତରଙ୍କ ପାଖକୁ ଯାଇଥିଲେ?

୪-କେଉଁ ସବୁ ମାନସିକ ରୋଗରେ ସେ ସମ୍ମୁଖୀନ ହେଉଥିଲେ?

୫-ତାଙ୍କ ମାନସିକ ରୋଗ ପାଇଁ ଆପଣ କେବେ ଜରୁରୀକାଳୀନ ସ୍ଥିତିର ସମ୍ମୁଖୀନ ହୋଇ ଡାକ୍ତରଙ୍କୁ ଫୋନ କରିଛନ୍ତି କି?

୬-ଆପଣ ସୁଶାନ୍ତଙ୍କ ପାଇଁ କୌଣସି ଡାକ୍ତର ବାଛିଥିଲେ କି?

୭-ସୁଶାନ୍ତଙ୍କ ପାଇଁ ମେଡିସିନ କିଏ କିଣୁଥିଲା?

୮-ତାଙ୍କୁ କିଏ ମେଡିସିନ ଦେଉଥିଲା?

୯-ଆପଣ ତାଙ୍କୁ କେବେ ହେଲେ ଆବଶ୍ୟକଠାରୁ ଅଧିକ ମେଡିସିନ ସୁଶାନ୍ତଙ୍କୁ ଦେଇଛନ୍ତି କି?

୧୦-ଆପଣ ଜୁନ ୮ରେ ଡାକ୍ତରଙ୍କୁ ଫୋନ କରିଥିଲେ କି?

୧୧-ଆପଣ ତାଙ୍କୁ ଛାଡ଼ିକି ଆସିବା ପରେ ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କହିଥିଲେ କି?

ସୁଶାନ୍ତଙ୍କ ଆର୍ଥିକ କାରବାର

୧-ଆପଣଙ୍କ ଶପିଂ ଓ ମେକଅପ ପାଇଁ ସୁଶାନ୍ତ କାହିଁକି ଟଙ୍କା ଦେଉଥିଲେ?

୨-କ’ଣ ଆପଣ ତାଙ୍କୁ ଟଙ୍କା ଦେବାକୁ ବାଧ୍ୟ କରୁଥିଲେ?

୩-କ’ଣ ପାଇଁ ସୁଶାନ୍ତ ଆପଣଙ୍କ ଭାଇଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ?

୪-ସୁଶାନ୍ତଙ୍କ ଠାରୁ ଆପଣ ନଗଦ ଟଙ୍କା କେବେ ନେଇଛନ୍ତି କି?

୫-କାହିଁକି ଆପଣ ଓ ଆପଣଙ୍କ ଭାଇ ସୁଶାନ୍ତଙ୍କ ସହ ଫାର୍ମ ଷ୍ଟାର୍ଟ କରିଥିଲେ?

୬-ଆପଣ କେବେ ସୁଶାନ୍ତଙ୍କ ଆର୍ଥିକ କାରବାର ଉପରେ ନିଷ୍ପତ୍ତି ନେଇଛନ୍ତି କି?

୭-ସୁଶାନ୍ତ ନିଜ ଇଚ୍ଛାରେ ଫାର୍ମ କରିଥିଲେ ନା ତାଙ୍କୁ ଆପଣ ବାଧ୍ୟ କରିଥିଲେ?

୮-ଆପଣ କିଣିଥିବା ସମ୍ପତ୍ତି ପାଇଁ ସୁଶାନ୍ତ ଟଙ୍କା ଦେଉଥିଲେ କି?

୯-୨୦୧୯ରୁ ୨୦୨୦ ଭିତରେ ଆପଣ କ’ଣ ସବୁ କିଣିଛନ୍ତି, ତା’ର ତଥ୍ୟ ଦିଅନ୍ତୁ।

୧୦-ରୁମି ଜାଫ୍ରୀ ଓ ବାସୁ ଭଗନାନୀଙ୍କ ଫିଲ୍ମ ପାଇଁ ଆପଣ ଓ ସୁଶାନ୍ତ କେତେ ଟଙ୍କା ନେଇଥିଲେ?

୧୧-କେତେ ଟଙ୍କାରେ ଫିଲ୍ମ ପାଇଁ ଡିଲ ହୋଇଥିଲା? ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି?

୧୨-ଆପଣ ସୁଶାନ୍ତଙ୍କ ଠାରୁ ୧୫ କୋଟି ଟଙ୍କା ନେଇଥିଲେ କି?

୧୩-ଆପଣଙ୍କ ପରିବାର ଲୋକ କେବେ ସୁଶାନ୍ତଙ୍କ ଠାରୁ ଟଙ୍କା ନେଇଛନ୍ତି କି?

ନାର୍କୋଟିକ୍ସ ସମ୍ପର୍କରେ-

୧-କ’ଣ ସୁଶାନ୍ତ ଡ୍ରଗ୍ସ ନେଉଥିଲେ?

୨-ଆପଣ ବି ଡ୍ରଗ୍ସ ନେଉଥିଲେ କି?

୩-ଆପଣଙ୍କୁ କିଏ ଡ୍ରଗ୍ସ ଦେଉଥିଲା?

୪-ଆପଣ ନିଶା ଦ୍ରବ୍ୟ ସେବନ କରୁଥିଲେ କି?

୫-୨୦୧୭ରେ କାହିଁକି ଓ କାହା ପାଇଁ ଆପଣ ଡ୍ରଗ୍ସ ବିଷୟରେ କଥା ହେଉଥିଲେ?

୬-ନିଶା ବେପାରୀଙ୍କ ପାଖକୁ କିଏ ଯାଉଥିଲା ଓ କିଏ ଡ୍ରଗ୍ସ ଆଣୁଥିଲା?

୭-ଆପଣ କେବେ ସୁଶାନ୍ତଙ୍କୁ ଡ୍ରଗ୍ସ ଖାଇବାକୁ ବାଧ୍ୟ କରିଛନ୍ତି କି?

୮-ସୁଶାନ୍ତ ଡ୍ରଗ୍ସ ନେଉଥିବା କଥା ଆପଣ କେବେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ କି?

୯-ଗୌରବ ଆରିୟା କିଏ? ସେ କେବେ ହେଲେ ଆପଣଙ୍କୁ କିମ୍ବା ସୁଶାନ୍ତଙ୍କୁ ଡ୍ରଗ୍ସ ପଠାଇଛନ୍ତି କି?

୧୦-ଜୟା ଶାହ, ଶ୍ରୁତି ମୋଦି, ଆୟୁଷ, ସାମ୍ୟୁଏଲ, ଦିପେଶ ଓ ସିଦ୍ଧାର୍ଥଙ୍କ ସହ ଡ୍ରଗ୍ସର ସମ୍ପର୍କ କ’ଣ?

ଆହୁରି ପଢ଼ନ୍ତୁ

କୋଲକାତାକୁ ହରାଇଲା ମୁମ୍ବାଇ, ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

ପରଲୋକରେ ବଲିଉଡ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ଓଲା ଡ୍ରାଇଭରକୁ ବୋକା ବନାଉଥିଲେ, ବାଟରେ ଡିକି ଖୋଲିଗଲା

ଆରୋଗ୍ୟ ହେଲେ ୪୦୫୨ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟସ୍ ଜିତି ପ୍ରଥମେ ବୋଲିଂ କରିବ କେକେଆର୍

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବାର ସିଧାସଳଖ ପ୍ରମାଣ ନାହିଁ: ରିପୋର୍ଟ

ବିଦ୍ୟୁତ ତାରରେ ଝୁଲୁଛି ୫ ଗାଁର ଭାଗ୍ୟ!

ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୮ ଲୋକାଲ୍‌ କେସ

ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଉଠିଲା ପ୍ରଶ୍ନ

ଆଉ ଏକ ଜିଲ୍ଲାରେ କରୋନାରେ ଗଲା ପ୍ରଥମ ଜୀବନ

୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ

ଯାନ୍ତ୍ରୀକ ତ୍ରୁଟିରୁ ବାତିଲ ହେଲା ବିମାନ, ତାତିଲେ ଯାତ୍ରୀ