କେବେ ବାୟୁସେନାରେ ସାମିଲ ହେବ ରାଫେଲ? ଆସିବେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଭାରତରେ ପହଞ୍ଚିଥିବା ୫ଟି ରାଫେଲ ଯୁଦ୍ଧ ଖୁବଶୀଘ୍ର ବାୟୁସେନାରେ ସାମିଲ ହେବ। ରାଫେଲକୁ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ କରିବା ପାଇଁ ସେପ୍ଟେମ୍ବର ୧୦ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ହରିଆଣାର ଆମ୍ବାଲାରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାମିଲ ହେବ। ସେ ହିଁ ରାଫେଲକୁ ବାୟୁସେନାରେ ସାମିଲ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାରଲେଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।

ସୂତ୍ର ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ରୁଷରୁ ଫେରିବା ପରେ ହିଁ ରାଫେଲକୁ ବାୟୁସେନାରେ ସାମିଲ କରିବା ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସଂହ ସେପ୍ଟେମ୍ବର ୪ରୁ ୬ ଯାଏ ରୁଷରେ ଆୟୋଜିତ ଏସସିଓ ବୈଠକରେ ଯୋଗଦେବେ। ଏସସିଓ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନେ ଏହି ବୈଠକରେ ସାମିଲ ହେବେ।

ଏଥିପାଇଁ ରାଫେଲକୁ ବାୟୁସେନାରେ ସାମିଲ କରିବା ପାଇଁ ସେପ୍ଟେମ୍ବର ୧୦ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ବନ୍ଧୁତାକୁ ଆହୁରି ମଜଭୁତ କରିବା ପାଇଁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି।

ଜୁଲାଇ ୨୯ରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧ ବିମାନ ଭାରତ ଆସିଥିଲା। ମୋଟ ୩୬ଟି ବିମାନ ପାଇଁ ଭାରତ ସରକାର ଫ୍ରାନ୍ସ ସହ ପ୍ରାୟ ୬୦ ହଜାର କୋଟି ଟଙ୍କାରେ ଚୁକ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ

ଭଲ ଖବର: ଆରୋଗ୍ୟ ହାରରେ ଆମେରିକାକୁ ପଛରେ ପକାଇଲା ଭାରତ

ଅଫିସିଆଲ ସିକ୍ରେସି ଆକ୍ଟରେ ସାମ୍ୱାଦିକ ଗିରଫ

ମା’ ଓ ଭାଇଙ୍କୁ ମନେ ପକାଇ…

ସାରା ଦେଶରେ କୃଷି ବିଲକୁ ବିରୋଧ ହେବ: ବାଘେଲ୍

ବଲିଉଡ୍‌ର ‘ସାମ୍ ଡ୍ରଗ୍ସ ଅଙ୍କଲ’ ଗିରଫ; କହିଛି ଅନେକ ବଡ଼ ସେଲେବ୍ରିଟିଙ୍କ ନାଁ

କଙ୍ଗନାଙ୍କୁ ଜବାବ ଦେଲା ବିଏମ୍‌ସି

ଖୁବ୍‌ ଶୀଘ୍ର ବଜାରରେ ମିଳିବ କରୋନା ଔଷଧ ‘କରୋନାଭିର’

ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଜୀବନ

ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ମୃତ୍ୟୁ ପୂର୍ବରୁ ଦିଶା ସାଲିନଙ୍କ ଶରୀରରେ ରହିଛି ଆଘାତ: ଫରେନସିକ୍ ବିଶେଷଜ୍ଞ

BS-IV ଡିଜେଲ୍ ଗାଡ଼ି ରେଜିଷ୍ଟ୍ରେସନ ନେଇ ଅନୁମତି ଦେଲେ ସୁପ୍ରିମକୋର୍ଟ, ଆପଣଙ୍କୁ କେତେ ଫାଇଦା?