ରାଜ୍ୟପାଳଙ୍କୁ ରାହୁଲଙ୍କ ପ୍ରଶ୍ନ: କୁହନ୍ତୁ ମୁଁ କେବେ ଜମ୍ମୁ କଶ୍ମୀର ଯିବି?

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଘଟିଛି କି ନାହିଁ? ଏହାକୁ ନେଇ କଂଗ୍ରେସର ୱାୟନାଡ଼ ସାଂସଦ ରାହୁଲ ଗାନ୍ଧି ଓ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆଜି ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି, “ ପ୍ରିୟ ମାଲିକଜୀ(ମାଷ୍ଟର) ଗତକାଲି ଆପଣ ମୋ ଟ୍ୱିଟ ଉପରେ ଦେଇଥିବା ପ୍ରତିକ୍ରିୟାକୁ ପଢ଼ିଲି। ଆପଣ ଜମ୍ମୁ-କଶ୍ମୀର ଯିବା ପାଇଁ ଯେଉଁ ନିମନ୍ତ୍ରଣ କରିଛନ୍ତି, ତା’କୁ ମୁଁ ଗ୍ରହଣ କରୁଛି। ତେବେ ଲୋକଙ୍କୁ ଭେଟିବା ବେଳେ […]

t

t

Hemant Lenka
  • Published: Wednesday, 14 August 2019
  • Updated: 14 August 2019, 04:20 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଘଟିଛି କି ନାହିଁ? ଏହାକୁ ନେଇ କଂଗ୍ରେସର ୱାୟନାଡ଼ ସାଂସଦ ରାହୁଲ ଗାନ୍ଧି ଓ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି।

ଆଜି ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି, “ ପ୍ରିୟ ମାଲିକଜୀ(ମାଷ୍ଟର) ଗତକାଲି ଆପଣ ମୋ ଟ୍ୱିଟ ଉପରେ ଦେଇଥିବା ପ୍ରତିକ୍ରିୟାକୁ ପଢ଼ିଲି। ଆପଣ ଜମ୍ମୁ-କଶ୍ମୀର ଯିବା ପାଇଁ ଯେଉଁ ନିମନ୍ତ୍ରଣ କରିଛନ୍ତି, ତା’କୁ ମୁଁ ଗ୍ରହଣ କରୁଛି। ତେବେ ଲୋକଙ୍କୁ ଭେଟିବା ବେଳେ ଆପଣ କୌଣସି ସର୍ତ୍ତ ରଖିବେ ନାହିଁ। ଏବେ କୁହନ୍ତୁ ମୁଁ କେବେ ଜମ୍ମୁ-କଶ୍ମୀର ଯିବି? ”

କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ସେଠାରେ ହିଂସାକାଣ୍ଡ ଘଟିଥିବା ରାହୁଲ ଅଭିଯୋଗ କରିଥିଲେ। ଏହି ସମୟରେ ରାଜ୍ୟପାଲ ସତ୍ୟପାଲ ମଲିକ ଟ୍ୱିଟ କରି କହିଥିଲେ ଯେ “ମୁଁ ରାହୁଲ ଗାନ୍ଧିଙ୍କୁ ଜମ୍ମୁ-କଶ୍ମୀର ଆସିବାକୁ ନିମନ୍ତ୍ରଣ କରୁଛି। ଏଥିପାଇଁ ବିମାନ ପଠାଇବାକୁ ମଧ୍ୟ ପ୍ରସ୍ତୁତ। ଆପଣ ସ୍ଥିତି ସମୀକ୍ଷା କରିବା ପରେ ମତ ଦିଅନ୍ତୁ। ଆପଣ ଜଣେ ଦାୟିତ୍ୱବାନ ବ୍ୟକ୍ତି, ଏପରି କଥା ଆପଣଙ୍କ ମୁହଁରେ ଶୋଭା ପାଉନାହିଁ।”

ଏହା ଉପରେ ପ୍ରତିକ୍ରିୟା ଦେଇ ରାହୁଲ କହିଥିଲେ, “ଆପଣଙ୍କ ବିମାନ ଆମର ଦରକାର ନାହିଁ। ହେଲେ ଆମେ କେମିତି ସ୍ୱାଧୀନ ଭାବେ ଜମ୍ମୁ-କଶ୍ମୀରରେ ବୁଲି ପାରିବୁ ଏବଂ ଲୋକଙ୍କ ସହ କଥା ହୋଇପାରିବୁ, ସେ ବ୍ୟବସ୍ଥା କରନ୍ତୁ। ଆଗଧାଡ଼ିର ନେତା ସେଠାରେ ବନ୍ଦୀ ହୋଇ ରହିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos