ମୋ ମାଆ ଭାରତୀୟ; ପଢ଼ନ୍ତୁ ରାହୁଲଙ୍କୁ କାହିଁକି କହିବାକୁ ପଡ଼ିଲା ଏହି କଥା

ନୂଆଦିଲ୍ଲୀ:“ ମୋ ମାଆ ସୋନିଆ ଗାନ୍ଧି ଭାରତୀୟ। ସେ ଜୀବନର ଅର୍ଦ୍ଧାଧିକ ସମୟ ଭାରତରେ ହିଁ କଟାଇଛନ୍ତି। ଦେଶ ପାଇଁ ଅନେକ କଷ୍ଟ ସହିଛନ୍ତି। ବହୁ ବଳିଦାନ ମଧ୍ୟ ଦେଇଛନ୍ତି।” ଆଜି ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କର୍ଣ୍ଣାଟକରେ ଏକ  ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନିଆ ଗାନ୍ଧିଙ୍କ ବିଦେଶିନୀ ପ୍ରସଙ୍ଗ ଉଠାଇଥିଲେ। ଆଉ ଆଜି ରାହୁଲ ମୋଦିଙ୍କୁ ଏହାର ଜବାବ ଏହିଭଳି ଭାବେ ଦେଇଛନ୍ତି। […]

btg

btg

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 03:07 PM IST

Sports

Latest News

ନୂଆଦିଲ୍ଲୀ:“ ମୋ ମାଆ ସୋନିଆ ଗାନ୍ଧି ଭାରତୀୟ। ସେ ଜୀବନର ଅର୍ଦ୍ଧାଧିକ ସମୟ ଭାରତରେ ହିଁ କଟାଇଛନ୍ତି। ଦେଶ ପାଇଁ ଅନେକ କଷ୍ଟ ସହିଛନ୍ତି। ବହୁ ବଳିଦାନ ମଧ୍ୟ ଦେଇଛନ୍ତି।”

ଆଜି ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କର୍ଣ୍ଣାଟକରେ ଏକ  ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନିଆ ଗାନ୍ଧିଙ୍କ ବିଦେଶିନୀ ପ୍ରସଙ୍ଗ ଉଠାଇଥିଲେ। ଆଉ ଆଜି ରାହୁଲ ମୋଦିଙ୍କୁ ଏହାର ଜବାବ ଏହିଭଳି ଭାବେ ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀ ସେ ମୋଦି, ବିଜେପି ଓ କର୍ଣ୍ଣାଟକରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପାଙ୍କ ଉପରେ ବର୍ଷିଥିଲେ।  ରାଫେଲ ଡିଲ୍ ପ୍ରସଙ୍ଗରେ ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ,“ଏହି ଡିଲ୍ ବିଜେପି ଓ ମୋଦିଙ୍କ ବନ୍ଧୁଙ୍କୁ ଫାଇଦା ଦେଇଛି। କିନ୍ତୁ ଦେଶର କ୍ଷତି ହୋଇଛି। ୟୁପିଏ ଅପେକ୍ଷା ଏହି ସରକାର ବହୁ ଦାମରେ ରାଫେଲ ଯୁଦ୍ଧ ବିମାନ କିଣୁଛନ୍ତି।”

ସେହିପରି ରାହୁଲ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ନିର୍ମଳ ବ୍ୟକ୍ତିତ୍ୱ ଭାବେ ଚିତ୍ରଣ କରିଥିବା ବେଳେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେତା ୟେଦୁରପ୍ପା ଓ ରେଡଡି ବ୍ରଦର୍ସଙ୍କୁ ରାହୁଲ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ ଥୀଥିଲେ। ଏହା ସହିତ ଦଳିତଙ୍କୁ ନିର୍ଯାତନା ପ୍ରସଙ୍ଗରେ ମୋଦି କାହିଁକି ଚୁପ୍ ଅଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ପ୍ରଚାରରେ କର୍ଣ୍ଣାଟକ, କର୍ଣ୍ଣାଟକର ଲୋକ କିମ୍ବା ସେମାନଙ୍କ ଭବିଷ୍ୟତ କଥା ନ କହି ବ୍ୟକ୍ତିଗତ କୁତ୍ସାରଟନା କରି ମୋଦି ପ୍ରସଙ୍ଗ ଉପରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଁଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ।

ରାହୁଲ ଆହୁରି କହିଥିଲେ,“କର୍ଣ୍ଣାଟକରେ ପୂର୍ଣ୍ଣ ବହୁମତ ସହିତ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବ।”

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story