ରାହୁଲ ଗାନ୍ଧିଙ୍କୁ ଅଟକ ରଖିଲା ପୁଲିସ୍‌, ତଳେ ପକାଇ ଲାଠିଚାର୍ଜ ହୋଇଥିବା ଅଭିଯୋଗ

ନୋଏଡା: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯାଉଥିବା ବେଳେ ସେମାନଙ୍କୁ ପୁଲିସ୍‌ ଆଗକୁ ବଢ଼ିବାକୁ ଦେଇନାହିଁ। ସେମାନେ ଦିଲ୍ଲୀରୁ ଗାଡ଼ି ଯୋଗେ ହାଥରସ ଯାଉଥିବା ବେଳେ ଅଧା ବାଟରେ ଏହାକୁ ଅଟକାଇ ଦିଆଯାଇଥିଲା। ଏହାପରେ ଉଭୟ ଦିଲ୍ଲୀ-ଉତ୍ତର ପ୍ରଦେଶ ଜାତୀୟ ରାଜପଥରେ ପଦଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ […]

v

v

Hemant Lenka
  • Published: Thursday, 01 October 2020
  • Updated: 01 October 2020, 04:07 PM IST

Sports

Latest News

ନୋଏଡା: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯାଉଥିବା ବେଳେ ସେମାନଙ୍କୁ ପୁଲିସ୍‌ ଆଗକୁ ବଢ଼ିବାକୁ ଦେଇନାହିଁ।

ସେମାନେ ଦିଲ୍ଲୀରୁ ଗାଡ଼ି ଯୋଗେ ହାଥରସ ଯାଉଥିବା ବେଳେ ଅଧା ବାଟରେ ଏହାକୁ ଅଟକାଇ ଦିଆଯାଇଥିଲା। ଏହାପରେ ଉଭୟ ଦିଲ୍ଲୀ-ଉତ୍ତର ପ୍ରଦେଶ ଜାତୀୟ ରାଜପଥରେ ପଦଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କିଛି ବାଟ ଅତିକ୍ରମ କରିବା ପରେ ପୁଲିସ୍‌ ସେମାନଙ୍କୁ ପୁଣିଥରେ ଅଟକାଇ ଥିଲା। ଏପରି କି ଉତ୍ତର ପ୍ରଦେଶ ପୁଲିସ୍‌ ରାହୁଲ ଗାନ୍ଧିଙ୍କୁ ଅଟକ ମଧ୍ୟ କରିଛି।

ସେହିପରି ପୁଲିସ୍‌ ତାଙ୍କୁ ଧକ୍କା ମାରି ତଳେ ପକାଇବା ସହ ଲଠିଚାର୍ଜ କରିଥିବା ସେ ଅଭିଯୋଗ କରିଛି। ସୋଶାଲ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଫଟୋ ଅନୁଯାୟୀ, ରାହୁଲ ଗାନ୍ଧିଙ୍କୁ ପୁଲିସ୍‌ ଜୋରଜବରଦସ୍ତି ଅଟକାଇବା ବେଳର ଦୃଶ୍ୟ ରହିଛି। ସେହିପରି ଆଉ ଗୋଟିଏ ଫଟୋରେ ରାହୁଲଙ୍କ କୁର୍ତ୍ତାକୁ ପୁଲିସ୍‌ ଛାତି ପାଖରୁ ଧରିଛି। ପୁଲିସ୍‌ର ଏଭଳି କାଣ୍ଡ ବିରୋଧରେ ଉଭୟ ରାହୁଲ ଓ ପ୍ରିୟଙ୍କା ରାଜରାସ୍ତାରେ କଂଗ୍ରେସ କର୍ମୀଙ୍କ ସହ ମଧ୍ୟ ଧାରଣା ଦେଇଥିଲେ।

ରାହୁଲ ଗାନ୍ଧି କହିଛନ୍ତି, “ଏବେ ପୁଲିସ୍‌ ମୋତେ ଧକ୍କା ମାରିବା ସହ ତଳେ ପକାଇ ଲାଠି ମାଡ଼ କରିଛି। ମୁଁ ଏଠାରେ ପଚାରିବାକୁ ଚାହୁଁଛି ଯେ କ’ଣ କେବଳ ମୋଦିଜୀ ଦେଶର ରାସ୍ତାରେ ଚାଲି ପାରିବେ? କ’ଣ ଜଣେ ସାଧାରଣ ଲୋକ ରାସ୍ତାରେ ଚାଲି ପାରିବ ନାହିଁ? ଆମ ଗାଡ଼ିକୁ ଅଟକାଇବାରୁ ଆମେ ଚାଲିବା ଆରମ୍ଭ କରିଥିଲୁ।”


ଉତ୍ତର ପ୍ରଦେଶ ଯିବା ବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ କେଉଁଭଳି ଲାଠି ଚାର୍ଜ କରି ଆହତ କରିଥିଲା, ତା’ର ଫଟୋ ମଧ୍ୟ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ୱିଟ କରିଛନ୍ତି।

ରାହୁଲ ଓ ପ୍ରିୟଙ୍କା ଉତ୍ତର ପ୍ରଦେଶ ଯିବାର ଥିବାରୁ ସୀମାନ୍ତ ଅଞ୍ଚଳରେ ଶହଶହ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ। ଏହି ସମୟରେ ଗାନ୍ଧିଙ୍କ ଏସୟୁଭି ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାକୁ ଅତିକ୍ରମ କରିଯାଇଥିଲା। ହେଲେ ପୁଲିସ୍‌ ସେମାନଙ୍କ କନଭୟକୁ ଗ୍ରେଟର ନୋଏଡାଠାରେ ଅଟକାଇ ଦେଇଥିଲା।

ଉତ୍ତର ପ୍ରଦେଶର ହାଥରସ ଠାରୁ ଗ୍ରେଟର ନୋଏଡାର ଦୂରତା ୧୪୨ କିମି। ଏହାପରେ ରାହୁଲ ଓ ପ୍ରିୟଙ୍କା ଗାଡ଼ିରୁ ଓହ୍ଲାଇ ଚାଲିବା ଆରମ୍ଭ କରିଥିଲେ। ଶହଶହ କଂଗ୍ରେସ କର୍ମୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରାବାଜୀ କରିଥିଲେ। ଏହାପରେ ସମସ୍ତଙ୍କୁ ପୁଲିସ୍‌ ଅଟକାଇବାରୁ ଧସ୍ତାଧସ୍ତି ଓ ଲାଠିଚାର୍ଜ ପରିସ୍ଥିତି ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos