ବିଦେଶୀ ଗସ୍ତରୁ ଫେରି ଦିଲ୍ଲୀ ହିଂସା ଅଞ୍ଚଳ ଗଲେ ରାହୁଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆଜି ସନ୍ଧ୍ୟାରେ ରାହୁଲ ବରିଷ୍ଠ କଂଗ୍ରେସ ନେତାଙ୍କ ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ସ୍ଥିତି ତର୍ଜମା କରିଛନ୍ତି। ରାହୁଲଙ୍କ ସହ ଆଜି ଅଧୀର ରଞ୍ଜନ ଚୌଧୁରୀ, କେସି ଭେନୁଗୋପାଲ ଓ ସେଲଜା କୁମାରୀ ମଧ୍ୟ ଉତ୍ତର ପୂର୍ବ ଦିଲ୍ଲୀର ହିଂସା କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। କଂଗ୍ରେସ ଦିଲ୍ଲୀ […]

a

a

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 09:03 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆଜି ସନ୍ଧ୍ୟାରେ ରାହୁଲ ବରିଷ୍ଠ କଂଗ୍ରେସ ନେତାଙ୍କ ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ସ୍ଥିତି ତର୍ଜମା କରିଛନ୍ତି।

ରାହୁଲଙ୍କ ସହ ଆଜି ଅଧୀର ରଞ୍ଜନ ଚୌଧୁରୀ, କେସି ଭେନୁଗୋପାଲ ଓ ସେଲଜା କୁମାରୀ ମଧ୍ୟ ଉତ୍ତର ପୂର୍ବ ଦିଲ୍ଲୀର ହିଂସା କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। କଂଗ୍ରେସ ଦିଲ୍ଲୀ ହିଂସା ପାଇଁ ମୋଦି ସରକାରଙ୍କୁ ବାରମ୍ବାର ଦାୟୀ କରି ଆସିଛି। ଏଥିସହ ଦଳ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି।

ମଙ୍ଗଳବାର କଂଗ୍ରେସ ପକ୍ଷରୁ ସଂସଦ ବାହାରେ ଆୟୋଜିତ ଦିଲ୍ଲୀ ହିଂସା ବିରୋଧୀ ବିକ୍ଷୋଭରେ ମଧ୍ୟ ରାହୁଲ ସାମିଲ ଥିଲେ। ଦିଲ୍ଲୀର ଉତ୍ତର ପୂର୍ବ ଭାଗରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos