ନେତୃତ୍ୱ ପରିବର୍ତ୍ତନ ଚିଠିକୁ ନେଇ ଚିହିଁକି ଉଠିଲେ ରାହୁଲ, ବୈଠକରେ ବରିଷ୍ଠ ନେତାଙ୍କ ପାଲଟା ଜବାବ

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ମୁଖିଆ କିଏ ହେବ, ତା’କୁ ନେଇ ଆଜି ଦଳର କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି) ବୈଠକ ଆରମ୍ଭ ହୋଇଛି। ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ୨୦ରୁ ଅଧିକ କଂଗ୍ରେସ ନେତା ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ତେବେ ନେତୃତ୍ୱ ପରିବର୍ତ୍ତନ ଚିଠିକୁ ନେଇ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି। ଚିଠି ଲେଖାଯିବାର ସମୟକୁ ନେଇ ରାହୁଲ ଗାନ୍ଧି ପ୍ରଶ୍ନ ଉଠାଇବା ସହ କିଛି ବରିଷ୍ଠ କଂଗ୍ରେସ ନେତା […]

cz

cz

Hemant Lenka
  • Published: Monday, 24 August 2020
  • Updated: 24 August 2020, 02:21 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ମୁଖିଆ କିଏ ହେବ, ତା’କୁ ନେଇ ଆଜି ଦଳର କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି) ବୈଠକ ଆରମ୍ଭ ହୋଇଛି। ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ୨୦ରୁ ଅଧିକ କଂଗ୍ରେସ ନେତା ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ତେବେ ନେତୃତ୍ୱ ପରିବର୍ତ୍ତନ ଚିଠିକୁ ନେଇ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି।

ଚିଠି ଲେଖାଯିବାର ସମୟକୁ ନେଇ ରାହୁଲ ଗାନ୍ଧି ପ୍ରଶ୍ନ ଉଠାଇବା ସହ କିଛି ବରିଷ୍ଠ କଂଗ୍ରେସ ନେତା ବିଜେପି ଷଡ଼ଯନ୍ତ୍ରରେ ସାମିଲ ଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବୈଠକରେ ଉପସ୍ଥିତ ଥିବା ଗୁଲାମ ନବୀ ଆଜାଦ ତୀବ୍ର ପ୍ରତିବାଦ କରିଛନ୍ତି। କପିଲ ଶିବଲ ମଧ୍ୟ ଟ୍ୱିଟ କରି ରାହୁଲଙ୍କ ବିଜେପି ଥିଓରୀକୁ ନାପସନ୍ଦ କରିଛନ୍ତି।

ବୈଠକ ବେଳେ ରାହୁଲ ନେତୃତ୍ୱ ପରିବର୍ତ୍ତନ ସଂକ୍ରାନ୍ତ ଚିଠି ପ୍ରସଙ୍ଗ ଉଠାଇଥିଲେ। ସେ ଚିଠି ଲେଖାଯାଇଥିବାରୁ ବେଶ ଆଘାତ ପାଇଥିବା କହିଥିଲେ। ଏହାପରେ ସେ କହିଥିଲେ ଯେ ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଚିଠି କାହିଁକି ଲେଖାଗଲା? ଏଭଳି ସମୟରେ ଚିଠି ଲେଖାଯିବା ଠିକ କି? ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ଲଢ଼େଇ କରୁଥିବା ବେଳେ କାହିଁକି ଚିଠି ଲେଖାଗଲା? ଚିଠି ଲେଖିଯିବା ସମୟକୁ ନେଇ ମୁଁ ବେଶ ମର୍ମାହତ। ଦଳର ସହ ମତପାର୍ଥକ୍ୟ ସୃଷ୍ଟି କରିଥିବା ବରିଷ୍ଠ ନେତାମାନେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ବିଜେପି କଥାରେ ସେମାନେ ଏପରି ଚିଠି ଲେଖିଥିବା ମୋର ସନ୍ଦେହ ହେଉଛି ବୋଲି ରାହୁଲ ଅଭିଯୋଗ କରିଥିଲେ।

ବାସ୍‌ ରାହୁଲଙ୍କ ଏହି ବିଜେପି ଷଡ଼ଯନ୍ତ୍ର ଥିଓରୀକୁ ନେଇ ବୈଠକରେ ଝଡ଼ ସୃଷ୍ଟି ହୋଇଥିଲା। ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ଥିବା ଗୁଲାମ ନବୀ ଆଜାଦ ଏଭଳି ସନ୍ଦେହକୁ ତୀବ୍ର ବିରୋଧ କରିଥିଲେ। ସେ କହିଥିଲେ ଯେ ଯଦି ମୁଁ ବିଜେପି ଷଡ଼ଯନ୍ତ୍ରରେ ସାମିଲ ଥିବା ପ୍ରମାଣ ମିଳିବ, ତା’ହେଲେ ମୁଁ ତୁରନ୍ତ ଇସ୍ତଫା ଦେଇଦେବି।

ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ ଟ୍ୱିଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧି କହୁଛନ୍ତି ଆମେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହୋଇଛୁ। କଂଗ୍ରେସକୁ ରକ୍ଷା କରିବା ପାଇଁ ମୁଁ ରାଜସ୍ଥାନ ହାଇକୋର୍ଟରେ ଲଢ଼େଇ କରି ସଫଳତା ପାଇଥିଲି। ବିଜେପି ସରକାରଙ୍କୁ ମଣିପୁରରେ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସକୁ ଡିଫେଣ୍ଡ କରିଥିଲି। ମୁଁ ରାଜସ୍ଥାନ ଓ ମଣିପୁରରେ କଂଗ୍ରେସ ପାଇଁ ଲଢ଼ିଛି।

ଦୀର୍ଘ ୩୦ ବର୍ଷ ମଧ୍ୟରେ ଏମିତି କୌଣସି ପ୍ରସଙ୍ଗ ନାହିଁ, ଯେଉଁଥିରେ ମୁଁ ବିଜେପି ସମର୍ଥନରେ ବୟାନ ଦେଇଥିବି। ଏସବୁ ସତ୍ତ୍ୱେ ମୁଁ ବିଜେପି ସହ ହାତ ମିଳାଇ କଂଗ୍ରେସ ବିରୋଧରେ ଷଡ଼ଯନ୍ତ୍ର କରୁଛି କୁହାଯାଉଛି। ଏହା ନିଶ୍ଚିତ ଅସହ୍ୟ ବୋଲି କପିଲ ଶିବଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story