ରାହୁଲଙ୍କୁ ବୁଝାଇ ପାରିଲେନି ୫୦ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ପ୍ରସଙ୍ଗରେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧି ତାଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ବଦଳାଇବା ପାଇଁ ଆଜି ଦଳର ନବନିର୍ବାଚିତ ୫୦ ଜଣ ଯାକ ସାଂସଦ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ରାହୁଲ ଗାନ୍ଧି ରୋକଠୋକ ଏହାକୁ ମନା କରିଦେଇଥିଲେ। ସେ ପୂର୍ବ ପରି ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଥିବା ଜଣାପଡ଼ିଛି। ଆଜି କଂଗ୍ରେସ ପକ୍ଷରୁ ସଂସଦୀୟ ଦଳ ବୈଠକ ବସିଥିଲା। […]

r

r

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 03:34 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ପ୍ରସଙ୍ଗରେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧି ତାଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ବଦଳାଇବା ପାଇଁ ଆଜି ଦଳର ନବନିର୍ବାଚିତ ୫୦ ଜଣ ଯାକ ସାଂସଦ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ରାହୁଲ ଗାନ୍ଧି ରୋକଠୋକ ଏହାକୁ ମନା କରିଦେଇଥିଲେ। ସେ ପୂର୍ବ ପରି ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଥିବା ଜଣାପଡ଼ିଛି।

ଆଜି କଂଗ୍ରେସ ପକ୍ଷରୁ ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମେତ ନବନିର୍ବାଚିତ ୫୦ ଜଣ ଯାକ ସାଂସଦ ଉପସ୍ଥିତ ରହିଥିଲେ। ଏହି ବୈଠକରେ କଂଗ୍ରେସ ସାଂସଦ ଶଶି ଥରୁର ଓ ମନୀଷ ତିୱାରୀ ପ୍ରଥମେ ରାହୁଲ ଗାନ୍ଧିଙ୍କୁ ପୂର୍ବ ପରି ଅଧ୍ୟକ୍ଷ ପଦରେ ରହିବାକୁ ଅନୁରୋଧ କରିଥିଲେ। ଅନ୍ୟ ସାଂସଦମାନେ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେବେ ସୋନିଆ ଗାନ୍ଧି କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରି ନଥିଲେ।

ଏହି ସମୟରେ ରାହୁଲ ଗାନ୍ଧି ଦଳୀୟ ସାଂସଦଙ୍କ ଅନୁରୋଧକୁ ସିଧାସିଧା ମନା କରିବା ସହ ସେ ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ, ଏହି ପଦରେ ରହିବେ ବୋଲି କହିଥିଲେ।

ଅନ୍ୟପକ୍ଷରେ ଆଜି ନ୍ୟାଶନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆର ସଦସ୍ୟମାନେ ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଯେଉଁ ଜିଦ ଧରିଛନ୍ତି, ସେଥିରେ ପରିବର୍ତ୍ତନ କରନ୍ତୁ ବୋଲି ବିକ୍ଷୋଭକାରୀମାନେ ନିବେଦନ କରିଛନ୍ତି। ବିକ୍ଷୋଭ ବେଳେ ଶହଶହ ଯୁବ କଂଗ୍ରେସ ନେତାମାନେ ହାତରେ ପ୍ଲାକକାର୍ଡ ଧରିଥିଲେ। ଏଥିରେ ଦେଶ ଆପଣଙ୍କୁ ଚାହୁଁଛି ରାହୁଲ ଗାନ୍ଧି ଓ ଆପଣଙ୍କ ବିନା ଆମେ କିଛି ନୁହେଁ ବୋଲି ସ୍ଲୋଗାନ ଲେଖାଯାଇଥିଲା।

ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ଜିଦ୍ ଧରି ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story