ସେନା ଓ ଯୋଗ ଦିବସକୁ ତାଚ୍ଛଲ୍ୟ କଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ଏହି ବିପର୍ଯ୍ୟୟର ଧକ୍କାରୁ ଏଯାଏ ମୁକୁଳି ପାରିନାହିଁ। ଏଭଳି ଶୋଚନୀୟ ପରାଜୟକୁ ନେଇ ଦଳ ମଧ୍ୟରେ ତୁତୁମେଁମେଁ ଜାରି ରହିଛି। ଏପରି ପରିସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ବିଜେପିକୁ ତାଚ୍ଛଲ୍ୟ କରିବାକୁ ଯାଇ ସେନା ବାହିନୀ ଓ ଅନ୍ତର୍ଜାତୀୟ ଯୋଗ ଦିବସକୁ ପରିହାସ କରିଛନ୍ତି। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନା ବାହିନୀର ପ୍ରଶିକ୍ଷିତ କୁକୁର ଓ ସେମାନଙ୍କ ହ୍ୟାଣ୍ଡଲରମାନେ […]

eas

Hemant Lenka
  • Published: Friday, 21 June 2019
  • , Updated: 21 June 2019, 06:16 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ଏହି ବିପର୍ଯ୍ୟୟର ଧକ୍କାରୁ ଏଯାଏ ମୁକୁଳି ପାରିନାହିଁ। ଏଭଳି ଶୋଚନୀୟ ପରାଜୟକୁ ନେଇ ଦଳ ମଧ୍ୟରେ ତୁତୁମେଁମେଁ ଜାରି ରହିଛି।

ଏପରି ପରିସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ବିଜେପିକୁ ତାଚ୍ଛଲ୍ୟ କରିବାକୁ ଯାଇ ସେନା ବାହିନୀ ଓ ଅନ୍ତର୍ଜାତୀୟ ଯୋଗ ଦିବସକୁ ପରିହାସ କରିଛନ୍ତି। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନା ବାହିନୀର ପ୍ରଶିକ୍ଷିତ କୁକୁର ଓ ସେମାନଙ୍କ ହ୍ୟାଣ୍ଡଲରମାନେ ଏକାଠି ଯୋଗାଭ୍ୟାସ କରୁଥିଲେ। ଏହି ସମୟରେ ଉଠିଥିବା ଫଟୋକୁ ରାହୁଲ ଗାନ୍ଧି ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଏହା ନୂଆ ଭାରତ।

ପ୍ରଧାନମନ୍ତ୍ରୀ ଓ ବିଜେପି ସର୍ବଦା ନୂଆ ଭାରତର ସ୍ଲୋଗାନ ଦେଉଥିବା ବେଳେ ରାହୁଲ ଗାନ୍ଧି କୁକୁରଙ୍କ ସହ ଯବାନମାନେ ଯୋଗାଭ୍ୟାସ କରିବା ବେଳର ଦୃଶ୍ୟକୁ ତାଚ୍ଛଲ୍ୟ କରି ଏହା ହିଁ 'ନୂଆ ଭାରତ'ରେ ଘଟିବା ସମ୍ଭବ ବୋଲି କହିବାକୁ ଚେଷ୍ଟା କରିଛନ୍ତି।

ବିଜେପି ରାହୁଲଙ୍କ ଏହି ଟ୍ୱିଟ୍‌କୁ ଗଣ୍ଠି କରିଛି। ବିଜେପିର ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟ ଟ୍ୱିଟ୍‌ କରି କହିଛନ୍ତି, “ ଏଯାଏ ରାହୁଲ ଗାନ୍ଧି କିଛି ଶିଖିଲେ ନାହିଁ। ଲୋକସଭାରେ ଦଳ ମୂଳପୋଛ ହେଇଗଲା, ହେଲେ ରାହୁଲ ଗାନ୍ଧି ଏଥିରୁ କିଛି ବି ଶିକ୍ଷାଲାଭ କରିପାରିଲେ ନାହିଁ। ଗୋଟିଏ ଶବ୍ଦରେ ସେ ବୀର ଭାରତୀୟ ସେନାର ଯବାନ ଓ ସେମାନଙ୍କୁ ବିପଦରୁ ରକ୍ଷା କାରୁଥିବା କୁକୁର, 'ଯୋଗ' ସଂସ୍କୃତି ଓ ଆମ ଦେଶକୁ ଅପମାନିତ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ।”

Related story