ପୁଣି ରେକର୍ଡ କଲା ରେଳବାଇ, ଟ୍ରାକରେ ଦୌଡ଼ିଲା ୨.୮ କିମି ଲମ୍ବର ଟ୍ରେନ୍‌

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ କରି ଚାଲିଛି ଭାରତୀୟ ରେଳବାଇ। ପ୍ରଥମଥର ପାଇଁ ଠିକ୍‌ ସମୟରେ ଯାତ୍ରା ଆରମ୍ଭ କରି ଠିକ୍‌ ସମୟରେ ଲକ୍ଷ୍ୟ ସ୍ଥଳରେ ଟ୍ରେନ ପହଞ୍ଚାଇଥିବା ଭାରତୀୟ ରେଳବାଇ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି।

ରେଳବାଇ ଇତିହାସରେ ପ୍ରଥମଥ ପାଇଁ ଏକ ବିଶାଳ ଟ୍ରେନ ଟ୍ରାକ୍‌ରେ ଦୌଡ଼ିଛି। ରେଳବାଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୨.୮ କିମି ଲମ୍ବର ଏକ ମାଲବାହୀ ଟ୍ରେନ ଆଜି ଟ୍ରାକ୍‌ରେ ଗଡ଼ିଛି। ଏହାର ନାଁ ଶେଷନାଗ ରଖାଯାଇଛି। ଏସଇସିଆର ନାଗପୁର ଡିଭିଜନ ପକ୍ଷରୁ ତିଆରି କରାଯାଇଥିବା ଶେଷନାଗରେ ୨୫୧ଟି ବଗି ରହିଛି।

ଟ୍ରେନଟି ୪ଟି ଖାଲି BOXN rakes ଓ ୪ ସେଟ୍‌ର ବିଦ୍ୟୁତ ଚାଳିତ ଇଞ୍ଜିନ ଦ୍ୱାରା ଚଳାଚଳ କରିଛି। ରେଳବାଇ ମନ୍ତ୍ରଣାଳୟ ଏହି ଟ୍ରେନ ଟ୍ରାକ୍‌ରେ ଦୌଡ଼ୁଥିବା ବେଳର ଭିଡିଓ ଟ୍ୱିଟ କରିଛି। ଏହି ଟ୍ରେନଟି ଏତେ ଲମ୍ବା ଥିଲା ଯେ ଫ୍ଲାଟଫର୍ମ ଅତିକ୍ରମ କରିବା ପାଇଁ ପ୍ରାୟ ୨.୧୯ ମିନିଟ ସମୟ ଲାଗିଥିଲା।

ମଙ୍ଗଳବାର ରେଳବାଇର ବିଳାସପୁର ଡିଭିଜିନର ସୁପର ଆନାକୋଣ୍ଡା ଟ୍ରେନ୍‌ ଟ୍ରାକରେ ଦୌଡ଼ିଥିଲା। ଏଥିରେ ୧୭୭ଟି କୋଚ୍‌ ରହିଥିଲା। ପ୍ଲାଟଫର୍ମ ଅତିକ୍ରମ କରିବାକୁ ଏହାକୁ ୧.୨୪ ମିନିଟ୍‌ ଲାଗିଥିଲା। ଏହି ଟ୍ରେନରେ ୧୫ ହଜାର ଟନ୍‌ ମାଲ ଏକା ସଙ୍ଗରେ ନିଆ ଯାଇପାରିବ ବୋଲି ରେଳବାଇ କହିଥିଲା।

ଆହୁରି ପଢ଼ନ୍ତୁ

ବିମାନ ବନ୍ଦରରେ ହଟହଟା ହେଲେ କାନିମୋଝୀ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ସ୍ୱାମୀର କଥା ଶୁଣି ମରଣ ମୁହଁରୁ ଉଠି ବସିଲା ସ୍ତ୍ରୀ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ଜନ୍ମଦିନରେ ମହେଶ ବାବୁଙ୍କୁ ପୁଅଝିଅ ଦେଲେ ଉପହାର

ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

ରିୟାଙ୍କୁ ପୁଣି ଡାକିଲା ଇଡି

ଲୋକଙ୍କୁ ସୋନୁ ସୁଦ୍‌ଙ୍କ‌ ଅନୁରୋଧ

ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ