କରୋନା ପାଇଁ ୨୦୦ ଟ୍ରେନ ରଦ୍ଦ, ୪୫୦ କୋଟିର କ୍ଷତି

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଭାରତୀୟ ରେଳ ବାଇ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଥିସହ ଭାରତୀୟ ରେଳବାଇ ପ୍ରାୟ ୨୦୦ଟି ଟ୍ରେନ୍‌କୁ ବାତିଲ କରିଛି। ତେବେ ଏତେ ସଂଖ୍ୟକ ଟ୍ରେନ୍‌ ଚଳାଚଳ ବାତିଲ ହେବା ଯୋଗୁ ଭାରତୀୟ ରେଳବାଇକୁ ପ୍ରାୟ ୪୫୦ କୋଟି ଟଙ୍କା ମାର୍ଚ୍ଚ ମାସରେ କ୍ଷତି ସହିବାକୁ ପଡ଼ିବ।

କରୋନାକୁ ଦୃଷ୍ଟିରେ ଚଳିତ ମାସରେ ରେକର୍ଡ ସଂଖ୍ୟକ ଲୋକ ସେମାନଙ୍କ ଟିକେଟ ବାତିଲ କରିଛନ୍ତି। ନର୍ଦନ ରେଲୱେରେ ୧ରୁ ୧୨ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୧୨ ଲକ୍ଷ ଟିକେଟ ରଦ୍ଦ ହୋଇଛି। ଏଥିପାଇଁ ରେଳବାଇ ଲୋକଙ୍କୁ ପ୍ରାୟ ୮୫ କୋଟି ଟଙ୍କା ଫେରସ୍ତ କରିବାକୁ ପଡ଼ିଛି। ସେହିପରି ସମଗ୍ର ଭାରତରେ ପ୍ରାୟ ୬୩% ଲୋକ କରୋନାକୁ ଦୃଷ୍ଟିରେ ରଖି ବୁକିଂ କ୍ୟାନସେଲ କରିଛନ୍ତି।

ଏଥିପାଇଁ ରେଳବାଇକୁ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। ଏଥିସହ ରେଳବାଇ ବିଭିନ୍ନ ଜୋନରେ ଚଳାଚଳ କରୁଥିବା ୨୦୦ଟି ଟ୍ରେନକୁ ବାତିଲ କରିଥିବାରୁ ଏ ବାବଦରେ ପାଉଥିବା ଭଡ଼ା ମଧ୍ୟ ହରାଇବାକୁ ଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।