ଚାଲିଗଲେ ରାଜ୍ କପୁରଙ୍କ ପତ୍ନୀ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତା ଓ ଫିଲ୍ମ ନିର୍ମାତା ରାଜ୍ କପୁରଙ୍କ ପତ୍ନୀ କ୍ରିଷ୍ଣା ରାଜ୍ କପୁରଙ୍କର ଆଜି ପରଲୋକ ହୋଇଯାଇଛି। ସକାଳ ୫ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଅଭିନେତା ରଣଧୀର କପୁର କହିଛନ୍ତି,“ମୋ ମା’ ଆଜି ପ୍ରାୟ ସକାଳ ୫ଟା ବେଳେ ଆମକୁ ଛାଡ଼ି ଚାଲିଗଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରଲୋକରେ ଆମ ପରିବାର ପୂରା ଦୁଃଖରେ ବୁଡ଼ି ଯାଇଛି।” […]

krishna

Jitendra Garnayak
  • Published: Monday, 01 October 2018
  • , Updated: 01 October 2018, 09:55 AM IST

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତା ଓ ଫିଲ୍ମ ନିର୍ମାତା ରାଜ୍ କପୁରଙ୍କ ପତ୍ନୀ କ୍ରିଷ୍ଣା ରାଜ୍ କପୁରଙ୍କର ଆଜି ପରଲୋକ ହୋଇଯାଇଛି। ସକାଳ ୫ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

ଅଭିନେତା ରଣଧୀର କପୁର କହିଛନ୍ତି,“ମୋ ମା’ ଆଜି ପ୍ରାୟ ସକାଳ ୫ଟା ବେଳେ ଆମକୁ ଛାଡ଼ି ଚାଲିଗଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରଲୋକରେ ଆମ ପରିବାର ପୂରା ଦୁଃଖରେ ବୁଡ଼ି ଯାଇଛି।”

[caption id="attachment_282274" align="aligncenter" width="730"] image credit- Free Press Journal[/caption]

କ୍ରିଷ୍ଣା ରାଜ୍‌ କପୁରଙ୍କ ନାତୁଣୀ ରିଦ୍ଧିମା କପୁର ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଏହି ଖବର ଦେଇ ଲେଖିଛନ୍ତି,“ମୁଁ ତୁମକୁ ଭଲ ପାଏ। ମୁଁ ତୁମକୁ ସବୁ ବେଳେ ଭଲ ପାଉଥିବି। ତୁମ ଆତ୍ମା ଶାନ୍ତି ପାଉ ଦାଦି।”

ତାଙ୍କ ମୃତ୍ୟୁରେ ବଲିଉଡ୍‌ ସହିତ ଜଡ଼ିତ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।

୧୯୪୬ ମସିହାରେ ରାଜ୍ କପୁର କ୍ରିଷ୍ଣା ମଲ୍‌ହୋତ୍ରାଙ୍କୁ ବାହା ହୋଇଥିଲେ। ସେମାନଙ୍କ ୫ ଜଣ ପିଲା। ସେମାନେ ହେଲେ ତିନି ପୁଅ- ରଣଧୀର, ରିଷି ଓ ରାଜୀବ ଏବଂ ଦୁଇ ଝିଅ- ରିତୁ ଓ ରିମା।

Related story