ଏମିତି କଲେ ଅନୁବାଦ: ତିଲକ ହୋଇଗଲେ ଆତଙ୍କବାଦର ଜନକ

ଆଜମେର: ଅଷ୍ଟମ ଶ୍ରେଣୀ ଛାତ୍ର ପଢ଼ିବେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ ଜଣେ ଆତଙ୍କବାଦୀ ଓ ଆତଙ୍କବାଦର ଜନକ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ଏପରି କିଛି ରାଜସ୍ଥାନର ଅଷ୍ଟମ ଶ୍ରେଣୀ ବହିରେ ଉଲ୍ଲେଖ ରହିଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି। ରାଜସ୍ଥାନ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଇଂଲିଶ ମିଡିୟମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବହି ଛପା ଯାଇଛି। ସୂଚନାଯୋଗ୍ୟ, ରାଜସ୍ଥାନ ମାଧ୍ୟମିକ ଶିକ୍ଷା […]

tilak

tilak

Rakesh Mallick
  • Published: Monday, 14 May 2018
  • Updated: 14 May 2018, 01:35 PM IST

Sports

Latest News

ଆଜମେର: ଅଷ୍ଟମ ଶ୍ରେଣୀ ଛାତ୍ର ପଢ଼ିବେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ ଜଣେ ଆତଙ୍କବାଦୀ ଓ ଆତଙ୍କବାଦର ଜନକ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ଏପରି କିଛି ରାଜସ୍ଥାନର ଅଷ୍ଟମ ଶ୍ରେଣୀ ବହିରେ ଉଲ୍ଲେଖ ରହିଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି।

ରାଜସ୍ଥାନ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଇଂଲିଶ ମିଡିୟମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବହି ଛପା ଯାଇଛି। ସୂଚନାଯୋଗ୍ୟ, ରାଜସ୍ଥାନ ମାଧ୍ୟମିକ ଶିକ୍ଷା ପରିଷଦ କେବଳ ହିନ୍ଦିରେ ବହି ଛାପି ଥାଏ। ଇଂଲିଶ ମିଡିୟମ ସ୍କୁଲର ପିଲାମାନେ ରେଫରେନ୍ସ ବହି ପଢ଼ିବାକୁ ବାଧ୍ୟ ହୋଇଥାନ୍ତି। ଦୁର୍ବଳ ଶବ୍ଦ ଚୟନ ଯୋଗୁଁ ଏହି ରେଫରେନ୍ସ ବହିରେ ଏପରି ମାରାତ୍ମକ ଭୁଲ ହୋଇଛି। ଯାହାକୁ ପଢ଼ିବାକୁ ବାଧ୍ୟ ହେଉଛନ୍ତି ରାଜ୍ୟର କୁନି କୁନି ଭବିଷ୍ୟତ। ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଆତଙ୍କବାଦୀ ଭାବେ ପାଠ ବହିରେ ଲେଖିବା ନିଶ୍ଚିତ ଭାବେ ଏକ ଗୁରୁତର ତ୍ରୁଟି।

Social Reformer Bal Gangadhar Tilak. Express archive photoବହିର ୨୬୭ ପୃଷ୍ଠାରେ ଥିବା ୨୨ତମ ଅଧ୍ୟାୟରେ ଏହି ତ୍ରୁଟି ରହିଛି। ଏଥିରେ ‘୧୮ଶହ ଓ ୧୯ଶହ ଶତାବ୍ଦୀର ରାଷ୍ଟ୍ରୀୟ ଆନ୍ଦୋଳନ’ଶୀର୍ଷକ ପରିଚ୍ଛେଦରେ ଲେଖାଯାଇଛି , ‘ତିଲକ ଜାତୀୟ ଆନ୍ଦୋଳନକୁ ମାର୍ଗ ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ଆତଙ୍କବାଦର ଜନକ କୁହାଯାଏ’।

ଏହି ରେଫରେନ୍ସ ବହି ଷ୍ଟୁଡେଣ୍ଟ ଆଡଭାଇଜର ପବ୍ଲିକେଶନ ପ୍ରାଇଭେଟ୍‌ ଲିମିଟେଡ ଦ୍ୱାରା ପ୍ରକାଶ କରାଯାଇଥିଲା। କମ୍ପାନୀର ପ୍ରଡକ୍‌ସନ ଅଫିସର ରାଜପାଲ ସିଂ କହିଛନ୍ତି, “ଏହି ଭୁଲକୁ ସଂଶୋଧନ କରି ଦିଆଯାଇଛି। ଅନୁବାଦକ ଏହି ତ୍ରୁଟି କରିଥିବା ଜଣାପଡିଛି। ଏହା ଆମ ନଜରକୁ ଆସିବା ପରେ ପରବର୍ତ୍ତି ସଂସ୍କରଣରେ ଆମେ ଏହାକୁ ସଂଶୋଧନ କରି ଦେଇଛୁ। ଗତବର୍ଷ ଛପା ଯାଇଥିବା ଏହି ବହିରେ ଏପରି ଭୁଲ ରହି ଯାଇଥିଲା”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos