ଅଡିଓ ଟେପ୍‌ ଭାଇରାଲ ମାମଲାରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନ ସରକାରକୁ ଭାଙ୍ଗିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦର ସିଂହ ଶେଖାୱତ ଚେଷ୍ଟା କରୁଥିବା ଭାଇରାଲ ହୋଇଥିବା  ଅଡିଓ ଟେପରୁ ସ୍ପଷ୍ଟ ହୋଇଛି ବୋଲି କଂଗ୍ରେସ ଦାବି କରିଛି। ତେବେ କଂଗ୍ରେସର ଏହି ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଶେଖାୱତ।

ସେ କହିଛନ୍ତି ଯେ ରାଜସ୍ଥାନ କଂଗ୍ରେସ ପକ୍ଷରୁ ବିକୃତ କରି ଏକ ଅଡିଓ ଟେପ୍‌ ଜାରି କରାଯାଇଛି। ଏହା ପଛରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାତ ରହିଛି। ୨୦୧୯ରେ ତାଙ୍କ ପୁଅ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ। ଏହାର ବଦଲା ନେବା ପାଇଁ ସେ ଏଭଳି ଏକ ଅଡିଓ ଟେପ୍‌ ଜାରି କରିଥିବା ଶ୍ରୀ ଶେଖାୱତ ଅଭିଯୋଗ କରିଛନ୍ତି।

ଗତବର୍ଷ ଲୋକସଭା ନିର୍ବାଚନ ବେଳେ ଯୋଧପୁର ଆସନରୁ ଶେଖାୱତ ବିଜୟୀ ହୋଇଥିଲେ। ସେ ଗେହଲଟଙ୍କ ପୁଅ ବୈଭବଙ୍କୁ ୨.୨୭ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏ ସମ୍ପର୍କରେ ଶେଖାୱତ କହିଛନ୍ତି, “ଅଡିଓ ଟେପକୁ ବିକୃତ କରି ମୋ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି। ଅଡିଓ ଟେପ୍‌ରେ ଥିବା ଭୟସ ମୋର ନୁହେଁ। କଂଗ୍ରେସ କେବଳ ହଟଚମଟ ସୃଷ୍ଟି କରିବା ପାଇଁ ଏଭଳି କରିଛି।

ସେହିପରି ଏହି ଅଡିଓ ଟେପ୍‌ କେମିତି ରେକର୍ଡିଂ ହେଲା ଓ କିଏ ସୋଶାଲ ମିଡିଆରେ ପୋଷ୍ଟ କଲା, ସେକଥା ମଧ୍ୟ କଂଗ୍ରେସ ସରକାର ଜାଣିବା ପାଇଁ ଚେଷ୍ଟା କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ନିର୍ଦ୍ଦେଶରେ ଏସବୁ କରାଯାଉଛି। ସେ ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ସେ କେନ୍ଦ୍ରମନ୍ତ୍ରୀଙ୍କୁ ବଦନାମ କରିପାରୁ ଥିବାରୁ ବିଧାୟକମାନଙ୍କୁ ମଧ୍ୟ ମିଛ କେସ୍‌ରେ ଫସାଇବାର ବାର୍ତ୍ତା ଦେବାକୁ ଚାହିଁଛନ୍ତି। ତେଣୁ ଏହା ତାଙ୍କର ମନଗଡ଼ା କାହାଣୀ।”

ଆହୁରି ପଢ଼ନ୍ତୁ

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ