ହାଇଡ୍ରାମା ପରେ ପାଇଲଟଙ୍କ କ୍ୟାମ୍ପରେ ପଶିଲା ପୁଲିସ୍‌

ନୂଆଦିଲ୍ଲୀ: ରାଜସ୍ଥାନରେ ସୃଷ୍ଟି ହୋଥିବା ପାଇଲଟ ଓ ଗେହଲଟ କଳି ଏବେ ହରିଆଣାର ମାନସେର ଠାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କ ସମର୍ଥିକ ବିଧାୟକ ମାନସେର ସ୍ଥିତ ହୋଟେଲରେ ରହୁଥିଲେ। ଏମାନଙ୍କ ମଧ୍ୟରେ ଥିବା ଭାନୱର ଲାଲ ଶର୍ମାଙ୍କ ବୟାନ ରେକର୍ଡ ପାଇଁ ରାଜସ୍ଥାନ ପୁଲିସ୍‌ ହୋଟେଲ ନିକଟରେ ପହଞ୍ଚିଥିଲା।

ତେବେ ରାଜସ୍ଥାନ ପୁଲିସକୁ ହରିଆଣା ପୁଲିସ୍‌ କିଛି ସମୟ ଅଟକାଇ ରଖିଥିଲା। ରାଜସ୍ଥାନ ପୁଲିସ୍‌କୁ ପାଇଲଟଙ୍କ କ୍ୟାମ୍ପରେ ପ୍ରବେଶ ପାଇଁ ଅନୁମତି ନ ମିଳିବାରୁ ମାନସେର ଠାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଭାନୱର ଲାଲ ଶର୍ମା ବିଜେପି ସହ ମିଶି ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଏ ସଂକ୍ରାନ୍ତରେ ଏକ ଅଡିଓ ଟେପ୍‌ ଭାଇରାଲ ହୋଇଥିବାରୁ ରାଜସ୍ଥାନ ପୁଲିସ୍‌ ତାଙ୍କ ବୟାନ ରେକର୍ଡ କରିବାକୁ ଆଜି ହରିଆଣା ଯାଇଥିଲା। ତେବେ ୫ କିମି ଦୂରରେ ହରିଆଣା ପୁଲିସ୍‌ ଶଟଡାଉନ ଲାଗୁ କରି ରାଜସ୍ଥାନ ପୁଲିସ୍‌ କର୍ମଚାରୀଙ୍କୁ ଆଗକୁ ବଢ଼ିବାକୁ ଦେଇ ନଥିଲା। ତେବେ ଦୀର୍ଘ ଦେଢ଼ ଘଣ୍ଟାର ହାଇଡ୍ରାମା ପରେ ରାଜସ୍ଥାନ ପୁଲିସ୍‌ ଭାନୱର ରହୁଥିବା ହୋଟେଲରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ଭାରନୱରଙ୍କ କୌଣସି ପତ୍ତା ମିଳି ନଥିଲା।

ପୁଲିସ୍‌ ତାଙ୍କ ଭୟସ ସାମ୍ପୁଲ ସଂଗ୍ରହ କରି ଭାଇରାଲ ଅଡିଓ ଟେପ୍‌ ସହ ମେଳ କରିବାକୁ ଚାହୁଁଥିବାରୁ ଏଭଳି ପଦକ୍ଷେପ ନେଇଥିଲା। ଭାନୱର ସେଠାରେ ନଥିବାରୁ ପୁଲିସ୍‌ ହୋଟେଲର ଗେଷ୍ଟ ଲିଷ୍ଟ ମଧ୍ୟ ଚେକ କରିଥିବା ଜଣାପଡ଼ିଛି।

ରାଜସ୍ଥାନ ପୁଲିସ୍‌ର ୬ ଜଣ ଅଧିକାରୀ ଗୋଟିଏ ସ୍କପ୍ରିଓ ଧରି ହରିଆଣାର ମାନସେର ଠାରେ ଥିବା ଆଇଟିସି ଗ୍ରାଣ୍ଡ ଭାରତରେ ପହଞ୍ଚିବା ପରେ ହିଁ ଏସବୁ ଘଟଣା ଘଟିଛି। ରିପୋର୍ଟ ଲେଖାହେବା ବେଳକୁ ରାଜସ୍ଥାନ ପୁଲିସ୍‌ ହରିଆଣାରେ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍

ଉର୍ମିଳାଙ୍କ ପାଇଁ ଆଗେଇ ଆସିଲେ ଫ୍ୟାନ୍ସ, କଙ୍ଗନାଙ୍କୁ ଟାର୍ଗେଟ୍

ଟ୍ୱିଟର ଛାଡ଼ି ଦେବେ କଙ୍ଗନା, ଯଦି…

ଘରେ ସିବିଆଇ ରେଡ୍ ନେଇ କ’ଣ କହିଲେ ଦେବୀ ମିଶ୍ର

ଜୟାଙ୍କ ଉପରେ ବର୍ଷିଲେ ମୁକେଶ

ଚଷମା ପିନ୍ଧିଲେ କରୋନାରେ ସଂକ୍ରମିତ ହେବାର ସମ୍ଭାବନା କମ୍: ରିପୋର୍ଟ

କୋଭିଡରେ ଚାଲିଗଲେ ବିଜେପି ସାଂସଦ

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଆତ୍ମହତ୍ୟା କରି ନାହାନ୍ତି: ନୀତେଶ ରାଣେ

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଏକ ଓ ଦୁଇ ନମ୍ବରରେ ବିରାଟ-ରୋହିତ୍ ସ୍ଥିର

କୋଭିଡରେ ଆକ୍ରାନ୍ତ ଗର୍ଭବତୀ ଗୁରୁତର ହୋଇପାରନ୍ତି: ରିପୋର୍ଟ

ମୁମ୍ବାଇ ପାଇଁ ଇନିଂସ ଆରମ୍ଭ କରିବେ ରୋହିତ୍-ଡି’ କକ୍

ଗାଙ୍ଗୁଲିଙ୍କ ବାୟୋପିକ୍‌ରେ ହ୍ରିତିକ୍! ଦାଦା ରଖିଲେ ସର୍ତ୍ତ