ବିଧାନସଭା ଡାକିବାକୁ ପୁଣି ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେବେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର: ରାଜସ୍ଥାନରେ ରାଜନୀତିକ ଛକାପଞ୍ଝା ଜାରି ରହିଛି। କୋର୍ଟ ଝଟକା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ଏଥିରେ ଏକମତ ହେଉନାହାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ତାଙ୍କ ସମର୍ଥିତ ବିଧାୟକମାନେ ଧାରଣ ଦେଇଥିଲେ। ତଥାପି ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକିବାକୁ ନାରାଜ। ଏପରି ସ୍ଥିତିରେ ଆଜି ଗେହଲଟଙ୍କ ଅଧ୍ୟକ୍ଷତାରେ ଘନଘନ ବୈଠକ ବସିବାରେ ଲାଗିଛି। ଏପରି […]

yu

yu

Hemant Lenka
  • Published: Saturday, 25 July 2020
  • Updated: 25 July 2020, 01:21 PM IST

Sports

Latest News

ଜୟପୁର: ରାଜସ୍ଥାନରେ ରାଜନୀତିକ ଛକାପଞ୍ଝା ଜାରି ରହିଛି। କୋର୍ଟ ଝଟକା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ଏଥିରେ ଏକମତ ହେଉନାହାନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ତାଙ୍କ ସମର୍ଥିତ ବିଧାୟକମାନେ ଧାରଣ ଦେଇଥିଲେ। ତଥାପି ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକିବାକୁ ନାରାଜ। ଏପରି ସ୍ଥିତିରେ ଆଜି ଗେହଲଟଙ୍କ ଅଧ୍ୟକ୍ଷତାରେ ଘନଘନ ବୈଠକ ବସିବାରେ ଲାଗିଛି। ଏପରି କି ଗେହଲଟ କ୍ୟାବିନେଟ ବୈଠକ ମଧ୍ୟ ଡାକିଛନ୍ତି।

କ୍ୟାବିନେଟ ବୈଠକରେ ବିଧାନସଭା ଅଧିବେଶନ ଡାକିବା ପାଇଁ ସଂଶୋଧିତ ପ୍ରସ୍ତାବ ପାରିତ କରାଯିବ। ଏହାପରେ ଏହାକୁ ରାଜ୍ୟପାଳଙ୍କ କଲରାଜ ମିଶ୍ରଙ୍କ ପାଖକୁ ପଠାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟପାଳ ଯେଉଁ ସବୁ କାରଣ ପାଇଁ ବିଧାନସଭାର ଅଧିବେଶ ଡାକିବାକୁ ଅନୁମତି ଦେଉନାହାନ୍ତି, ସେସବୁ ବିଷୟରେ ଗତକାଲି ରାତିରେ ବସିଥିବା ବୈଠକରେ ଆଲୋଚନା କରାଯାଇଛି। ୬ଟି ପଏଣ୍ଟ ଏହି ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ରହିଥିଲା।

ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ରାଜସ୍ଥାନରେ ରାଜନୀତିକ ସଙ୍କଟ ଦେଖାଯାଇଛି। ସଚିନ ପାଇଲଟ ଓ ତାଙ୍କ ସମର୍ଥିତ ୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାହୁଁଛନ୍ତି। ହେଲେ ହାକୋର୍ଟ ସୋମବାର ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିବାରୁ ଗେହଲଟ ବିଧାନସଭା ଅଧିବେଶନ ଡାକିବାକୁ ଦାବି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos