ହାଇକୋର୍ଟ ବିଚାରପତିଙ୍କ ଯୁକ୍ତି- ମୟୂର ସେକ୍ସ କରେ ନାହିଁ, ତେଣୁ ସେ ରାଷ୍ଟ୍ରୀୟ ପକ୍ଷୀ

ନୂଆଦିଲ୍ଲୀ: ଦେଶରେ ଗୋହତ୍ୟାକୁ ନେଇ ଚାଲିଥିବା ଯୁକ୍ତତର୍କ ମଧ୍ୟରେ ଗତକାଲି ରାଜସ୍ଥାନ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। ରାଜସ୍ଥାନ ହାଇକୋର୍ଟର ବିଚାରପତି ମହେଶ ଚନ୍ଦ୍ର ଶର୍ମା ଏକ ଫଇସଲା ଶୁଣାଇବା ବେଳେ କହିଥିଲେ ଯେ ଗାଈକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରାଯିବା ଉଚିତ ଓ ଗୋହତ୍ୟା କରୁଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯିବ ଉଚିତ। ତାଙ୍କର ଏଇ ଫଇସଲାକୁ ଦେଶରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଜଷ୍ଟିସ୍ ମହେଶ ଚନ୍ଦ୍ର ଶର୍ମା ଗତକାଲି ଚାକିରିରୁ ଅବସର ମଧ୍ୟ ନେଇଛନ୍ତି। ସେ ଗଣମାଧ୍ୟମକୁ କହିଥିଲେ,“ ଆମେ ମୟୂରକୁ କାହିଁକି ରାଷ୍ଟ୍ରୀୟ ପକ୍ଷୀ ଘୋଷଣା କରିଛୁ? କାରଣ ମୟୂର ଆଜୀବନ ବ୍ରହ୍ମଚାରୀ ରହେ। ତା’ ଆଖିରୁ ଯେଉଁ ଲୁହ ବହେ ତାକୁ ପିଇ ମୟୂରୀ ଗର୍ଭବତୀ ହୁଏ। ମୟୂର କେବେ ମୟୂରୀ ସହିତ ସେକ୍ସ କରେ ନାହିଁ। ମୟୂର ବ୍ରହ୍ମଚାରୀ ହୋଇଥିବା ଯୋଗୁଁ ଭଗବାନ କୃଷ୍ଣ ତାର ପୁଞ୍ଛକୁ ମୁଣ୍ଡରେ ଲଗାନ୍ତି। ସାଧୁସନ୍ଥ ବି ଏଥିପାଇଁ ମୟୂର ପୁଞ୍ଛ ବ୍ୟବହାର କରନ୍ତି। ମନ୍ଦିରରେ ବି ଏଥିପାଇଁ ଏହାକୁ ବ୍ୟବହାର କରାଯାଏ। ଠିକ୍ ସେହି ଭଳି ଗାଈ ଭିତରେ ବି ଏତେ ସବୁ ଗୁଣ ଅଛି। ତେଣୁ ଗାଈକୁ ରାଷ୍ଟ୍ରୀୟ ପଶୁର ମାନ୍ୟତା ଦିଆଯିବା ଉଚିତ।”

ତାଙ୍କର ଏହି ମନ୍ତବ୍ୟକୁ ନେଇ ଦେଖାଯାଇଛି ବିବାଦ। କାରଣ ମୟୂର ମଧ୍ୟ ଅନ୍ୟ ପକ୍ଷୀଙ୍କ ଭଳି ସେକ୍ସ କରେ ଓ ଏହା ପରେ ମୟୂରୀ ଅଣ୍ଡା ଦେଇଥାଏ ଯେଉଁଥିରୁ ଛୁଆ ଜନ୍ମ ହୁଅନ୍ତି।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

ଆହୁରି ପଢ଼ନ୍ତୁ

ବିହାର ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ: ପୋଷ୍ଟାଲ ବାଲଟ୍‌ରେ ଦେଇ ହେବ ଭୋଟ

ସୀମାରେ ଅତିରିକ୍ତ ସେନା ମୁତୟନ ଖବରକୁ ମାନିଲାନି ପାକିସ୍ତାନ

ଲଦାଖ ବିବାଦ: ୨୧ଟି ମିଗ୍‌ ୨୯ ଓ ୧୨ଟି ସୁଖୋଇ-୩୦ ବିମାନ କିଣିବ ଭାରତ

ଆରୋଗ୍ୟ ହାରରେ ୧୧ନଂରେ ଓଡ଼ିଶା, ୧ ନଂରେ କିଏ ଜାଣନ୍ତୁ

ରେଳବାଇର ଘରୋଇ କରଣ ପାଇଁ ପ୍ରଥମ ଗୋଟି ଚଳାଇଲେ ମୋଦି ସରକାର

ମା’ ଓ ଦୁଇ ଭଉଣୀଙ୍କ ଉପରେ ମାଡ଼ିଗଲା ଟ୍ରେନ, ଶବ ନିକଟରେ କାନ୍ଦୁଥିବା ଶିଶୁ ଉଦ୍ଧାର

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର, ଦିନକରେ ୪୩୪ ମୃତ

ମୁମ୍ବାଇ ଏୟାରପୋର୍ଟ ସ୍କାମ: ଜିଭିକେ ଗ୍ରୁପର ଅଧ୍ୟକ୍ଷ ଓ ପୁଅଙ୍କ ନାଁରେ ସିବିଆଇ ମାମଲା

ଚାଇନାକୁ ଭାରତର ହଂ କଂ ବାଣ, ଦେଲା ଏମିତି ବୟାନ

ଜାତିସଂଘରେ ଚାଇନାର ଭାରତ ବିରୋଧୀ କାର୍ଯ୍ୟରେ ପାଣି ପକାଇ ଦେଲେ ଜର୍ମାନୀ ଓ ଆମେରିକା

ସୀମା ବିବାଦ: ଚାଇନାକୁ କାଉଣ୍ଟର ପାଇଁ ଦ୍ରୁତଗାମୀ ଡଙ୍ଗା ପଠାଇବ ଭାରତ

ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ: ବଢ଼ିଲା ‘ମହାରାଜା’ଙ୍କ ଦବଦବା