ରାଜସ୍ଥାନ ମହାନାଟକ: ପଣବନ୍ଦୀର ଅଭିଯୋଗ ଆଣିଲେ ବିଧାୟକ

ଜୟପୁର: ରାଜସ୍ଥାନର ରାଜନୀତିକ ହଟଚମଟ ଭିତରେ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହେବାକୁ ଥିବା ଭାରତୀୟ ଟ୍ରାଇବାଲ ପାର୍ଟି(ବିଟିପି)ର ଦୁଇ ଜଣ ବିଧାୟକ ଆଜି ସକାଳୁ କଂଗ୍ରେସ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି। ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ମଧ୍ୟରେ ଦୁଇ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କଂଗ୍ରେସ ସରକାରଙ୍କ ପାଇଁ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିଛି।

ଏବେ ଏହି ଦୁଇ ବିଧାୟକଙ୍କ ମଧ୍ୟରୁ ଜଣେ ପଣବନ୍ଦୀ ଭଳି ସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

ବିଟିପି ବିଧାୟକ ରାଜକୁମାର ରୋଅଟା କହିଛନ୍ତି, “ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଆମେ ପଣବନ୍ଦୀ ହୋଇ ରହିଥିବା ଭଳି ଲାଗୁଛି। ୩ ଦିନ ହେଲାଣି ଆମେ ବିଧାୟକ କ୍ୱାର୍ଟର୍ସରେ ହିଁ ରହି ଆସୁଛୁ। ଅନେକ ଲୋକ ଆସି କହୁଛନ୍ତି, ଆମ ସହ ଆସ, ଆମ ସହ ଆସ। ଆଜି ମୁଁ ମୋ ନିର୍ବାଚନ ମଣ୍ଡଳୀକୁ ଯିବା ବେଳେ ୩ରୁ ୪ଟି ପୁଲିସ୍‌ କାର୍‌ ମୋ ପିଛା କରିଥିଲେ।

ମୋ ଗାଡ଼ିକୁ ସେମାନେ ଘେରି ଯାଇ ଚାବି ନେଇଯାଇଥିଲେ। ତେଣୁ ମୋତେ ପଣବନ୍ଦୀ ହୋଇ ରହିବା ଭଳି ଲାଗୁଛି। ଏହା ଅଭଦ୍ରଙ୍କ ଭଳି ବ୍ୟବହାର କରିବା ସହ ସମାନ।”

ସୋମବାର ବିଟିପି ମୁଖ୍ୟ ମହେଶ ଭାଇ ବସଭା କହିଥିଲେ ଯେ ବିଧାନସଭା ଆସ୍ଥା ଭୋଟ ବେଳେ ଆମ ଦଳ ନିରପେକ୍ଷ ରହିବ। ଏପରି କି ଆମ ଦଳର ଦୁଇ ବିଧାୟକ କୌଣସି ପ୍ରକାରର ଆସ୍ଥା ଭୋଟରେ ଭାଗ ନେବେନାହିଁ।

ଆହୁରି ପଢ଼ନ୍ତୁ

ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କଲେ ମହାକାଶଚାରୀ, ଦେଖନ୍ତୁ ଭିଡିଓ

ଓଜନ କମ୍‌ କରେ ଉଷୁମ ପାଣି

ସାଂସଦ କାର୍ତ୍ତି ଚିଦାମ୍ବରମ କରୋନାରେ ଆକ୍ରାନ୍ତ

ଦେଶରେ ୧୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ରେକର୍ଡ ୪୦ ହଜାରରୁ ଅଧିକ ସୁସ୍ଥ

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ସ୍ୱର୍ଗର ଅପ‌ସରା ପାଇଁ ପପୁର ପୂଜାପାଠ!

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ଆଇପିଏସ୍‌ଙ୍କୁ ମୁମ୍ବାଇରେ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌‌

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ନିୟମରେ କୋହଳ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ